Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ashwin on Bumrah / 'ବୁମରାହଙ୍କୁ ଟେଷ୍ଟ ଦଳରୁ ବାହାର କରିଦିଅ...', ଜାଣନ୍ତୁ ଏମିତି କାହିଁକି କହିଲେ ଅଶ୍ବିନ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
'ବୁମରାହଙ୍କୁ ଟେଷ୍ଟ ଦଳରୁ ବାହାର କରିଦିଅ...', ଜାଣନ୍ତୁ ଏମିତି କାହିଁକି କହିଲେ ଅଶ୍ବିନ

Key Points

ଟେଷ୍ଟ ସିରିଜ୍ ହାରିବା ପରେ ଅଶ୍ବିନଙ୍କ ବଡ଼ ପରାମର୍ଶ
ଟେଷ୍ଟ ଦଳରୁ ବୁମରାହଙ୍କୁ କରିଦିଅ ବାହାର
ସେ କେବଳ ହ୍ବାଇଟ୍ ବଲ ଖେଳିବା ଉଚିତ୍
ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ । ପ୍ରଥମ ମ୍ୟାଚ୍‌ ରାଞ୍ଚିରେ ଖେଳାଯିବ । ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛି ଟିମ୍ ଇଣ୍ଡିଆ । ତେବେ ଦିନିକିଆ ସିରିଜ୍‌ ପୂର୍ବରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଇଥିଲା । ଆଉ ଏହି ସିରିଜ୍‌ରେ ଭାରତ ୨-୦ରେ ପରାସ୍ତ ହୋଇଥିଲା । ଯାହାଫଳରେ ଟିମ୍ ଇଣ୍ଡିଆ ପ୍ରବଳ ସମାଲୋଚନାର ଶିକାର ହୋଇଥିଲେ । ତେବେ ଏହାରି ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ରବିଚନ୍ଦ୍ରନ ଅଶ୍ବିନ ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଜଶପ୍ରୀତ ବୁମରାହଙ୍କୁ ଏବେ ଟେଷ୍ଟ କ୍ରିକେଟରୁ ବାହାର କରିଦେବା ଉଚିତ୍ । ତାଙ୍କୁ କେବଳ ଧଳା ବଲ୍ କ୍ରିକେଟରେ ଧ୍ୟାନ ଦେବା ଉଚିତ ବୋଲି ଅଶ୍ବିନ କହିଛନ୍ତି ।

ଅଧିକ ପଢ଼ନ୍ତୁ: ୨୦୨୭ ବିଶ୍ବକପ୍‌ ଖେଳିବେ ରୋହିତ-କୋହଲି ? ଦିନିକିଆ ସିରିଜ୍‌ ପରେ ବିସିସିଆଇ ନେବ ବଡ଼ ନିଷ୍ପତ୍ତି


୩୧ ବର୍ଷୀୟ ଦ୍ରୁତ ବୋଲର ବୁମ୍ରାଙ୍କ ସମ୍ପର୍କରେ ଅଶ୍ୱିନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ଯଦି ମୁଁ ତାଙ୍କ ପାଖରେ ଥାଆନ୍ତି, ତେବେ ମୁଁ ତାଙ୍କୁ କେବଳ ଧଳା ବଲ୍ କ୍ରିକେଟରେ ଧ୍ୟାନ ଦେବାକୁ କହିଥାନ୍ତି । ଯେପର୍ଯ୍ୟନ୍ତ ଭାରତକୁ ରେଡ୍‌ ବଲ୍ କ୍ରିକେଟରେ ତାଙ୍କର ଆବଶ୍ୟକତା ନାହିଁ ସେପର୍ଯ୍ୟନ୍ତ ତାଙ୍କୁ ଦଳରୁ ବାହାରେ ରଖାଯିବା ଉଚିତ । ମୁଁ ଜାଣେ ସେ ଟେଷ୍ଟ କ୍ରିକେଟର ଚ୍ୟାଲେଞ୍ଜକୁ ଭଲ ପାଆନ୍ତି । କିନ୍ତୁ ଭାରତ ଏବଂ ବୁମ୍ରାଙ୍କ ଭଲ ପାଇଁ ତାଙ୍କୁ ଟେଷ୍ଟ କ୍ରିକେଟରୁ ବାହାରେ ରଖିବା ଭଲ ହେବ । ସେ ଏହି ଫର୍ମାଟରେ ତାଙ୍କର ଶକ୍ତି ନଷ୍ଟ କରିବା ଉଚିତ୍ ନୁହେଁ । ତାଙ୍କୁ କେବଳ ଏପରି ଟେଷ୍ଟ ମ୍ୟାଚ୍‌ ଖେଳିବା ଉଚିତ ଯାହା ଟିମ୍ ଇଣ୍ଡିଆ ପାଇଁ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ । ଆମକୁ ଘରୋଇ ପରିସ୍ଥିତି ପାଇଁ ବୋଲରମାନଙ୍କର ଏକ ଗ୍ରୁପ୍‌ ବିକଶିତ କରିବା ଉଚିତ୍‌'।

ଯଦି ଜଶପ୍ରୀତ ବୁମରାହଙ୍କ କଥା କହିବା ତାହାଲେ, ସେ ଘରୋଇ ପରିବେଶରେ ଖେଳାଯାଇଥିବା ଶେଷ ଦୁଇଟି ଟେଷ୍ଟ ସିରିଜରେ ବିଶେଷ କିଛି ପ୍ରଭାବ ପକାଇ ପାରିନଥିଲେ । ବୁମରାହ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି ଟେଷ୍ଟରେ ସାତଟି ୱିକେଟ୍ ନେଇଥିଲେ, ତା’ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟରେ ଆଠଟି ୱିକେଟ୍ ନେଇଥିଲେ ।

ବୁମରାହ ଏପର୍ଯ୍ୟନ୍ତ ଭାରତ ପାଇଁ ୫୨ଟି ଟେଷ୍ଟ୍ ଖେଳି ୨୩୪ଟି ୱିକେଟ୍ ନେଇଛନ୍ତି । ଏହି ଦ୍ରୁତ ବୋଲର ଟିମ୍ ଇଣ୍ଡିଆ ପାଇଁ ୨୦୨୭ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାକୁ ଚାହାଁନ୍ତି । କିନ୍ତୁ ଏଥିପାଇଁ ଟିମ୍ ଇଣ୍ଡିଆକୁ ପ୍ରଥମେ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପଡିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ashwin Says: ‘Drop Bumrah from Tests’ — Focus Only on White-Ball Cricket | Argus News