Rohit Virat ODI Future / ୨୦୨୭ ବିଶ୍ବକପ୍ ଖେଳିବେ ରୋହିତ-କୋହଲି ? ଦିନିକିଆ ସିରିଜ୍ ପରେ ବିସିସିଆଇ ନେବ ବଡ଼ ନିଷ୍ପତ୍ତି
·7 months ago·2 min read

Key Points
ରୋ-କୋଙ୍କ ଭବିଷ୍ୟତ ପାଇଁ ବଡ଼ ବୈଠକ
ଦିନିକିଆ ସିରିଜ୍ ପରେ ଅହମ୍ମଦାବାଦରେ ହେବ ବଡ଼ ବୈଠକ
ସାମିଲ ହେବେ ମୁଖ୍ୟ କୋଚ୍ ଓ ଚୟନକର୍ତ୍ତା

କ’ଣ ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବେ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଅଛି । ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ଅବସର ନେବା ପରେ ରୋହିତ ଏବଂ ବିରାଟ ଏବେ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି । ସମସ୍ତ କ୍ରିକେଟ୍ ପ୍ରେମୀ ଏହି ଦୁଇ ଲିଜେଣ୍ଡଙ୍କୁ ୨୦୨୭ ଦିନିକିଆ ବିଶ୍ବକପ୍ ଖେଳୁଥିବାର ଦେଖିବାକୁ ଚାହାଁନ୍ତି । ତେବେ ଏହାରି ମଧ୍ୟରେ ବିସିସିଆଇ ବିଶ୍ୱକପକୁ ଦୃଷ୍ଟିରେ ରଖି ରୋହିତ ଓ ବିରାଟଙ୍କ ଭବିଷ୍ୟତକୁ ଗମ୍ଭୀରତାର ସହ ବିଚାର କରୁଛି ।
ନଭେମ୍ବର ୩୦ରୁ ଦକ୍ଷିଣ ଆଫ୍ରିକ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଆଉ ଏହି ସିରିଜ୍ ଶେଷ ହେବା ମାତ୍ରେ ଚୟନକର୍ତ୍ତା, ଟିମ୍ ମ୍ୟାନେଜମେଣ୍ଟ, କୋଚ୍ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅହମ୍ମଦାବାଦରେ ଏକ ବୈଠକ କରିବେ । ଏହି ବୈଠକ ରୋହିତ ଏବଂ କୋହଲିଙ୍କ ଭବିଷ୍ୟତ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇପାରେ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୦୨୭ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ସମ୍ପର୍କରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହିତ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ । ଯଦି ଭବିଷ୍ୟତରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କେହି ଉପଲବ୍ଧ ନ ରୁହନ୍ତି ତେବେ ଏହା ଟିମ୍ ଉପରେ କି ପ୍ରଭାବ ପକାଇବ ତାହା ଉପରେ ମଧ୍ୟ ବୋର୍ଡ ବିଚାର କରୁଛି ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, "ରୋହିତ ଏବଂ କୋହଲିଙ୍କ ଭଳି ଖେଳାଳିମାନଙ୍କଠାରୁ ଦଳ କ'ଣ ଆଶା କରୁଛି ସେ ବିଷୟରେ ସ୍ପଷ୍ଟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ଭୂମିକା ବିଷୟରେ କୌଣସି ଅନିଶ୍ଚିତତା ରହିବା ଉଚିତ୍ ନୁହେଁ।" ବୋର୍ଡ ରୋହିତଙ୍କୁ ତାଙ୍କର ଫିଟନେସ୍ ଏବଂ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ଏବଂ ତାଙ୍କ ଭବିଷ୍ୟତକୁ ନେଇ କୌଣସି ପ୍ରତିକ୍ରିୟା ନ ଦେବାକୁ ପରାମର୍ଶ ଦେଇଛି ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ଖେଳିବା ପରଠାରୁ ପ୍ରାୟ ସାତ ମାସର ବିରତି ପରେ ରୋହିତ ଏବଂ ବିରାଟ ଟିମ୍ ଇଣ୍ଡିଆରେ ସାମିଲ ହୋଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଉଭୟ ଦମଦାର ପ୍ରଦର୍ଶନ କରିଥିଲେ । ବିରାଟ ପ୍ରଥମ ଦୁଇଟି ମ୍ୟାଚ୍ରେ ଖାତା ଖୋଲିପାରିନଥିବା ବେଳେ ତୃତୀୟ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ବୋର୍ଡ ଚାହୁଁଛି ଯେ ରୋହିତ ଏବଂ ବିରାଟ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ସତ୍ତ୍ବେ ପର୍ଯ୍ୟାପ୍ତ ମ୍ୟାଚ୍ ଅଭ୍ୟାସ କରନ୍ତୁ । ବିସିସିଆଇ ସେମାନଙ୍କୁ ଆସନ୍ତା ମାସରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ପରାମର୍ଶ ଦେବାର ସମ୍ଭାବନା ଅଛି ।

ଅଧିକ ପଢ଼ନ୍ତୁ: ମ୍ୟାଚ୍ ନ ଖେଳି ନମ୍ବର-୧ ହେଲେ ରୋହିତ ଶର୍ମା, ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ପକାଇଲେ ପଛରେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories