IND vs SL / ଫାଇନାଲ ପୂର୍ବରୁ ଭାରତର ବଡ଼ ସ୍କୋର, ଶ୍ରୀଲଙ୍କା ଆଗରେ ରଖିଲା ୨୦୩ ରନର ଟାର୍ଗେଟ

Key Points
ଏସିଆ କପ ଶେଷ ସୁପର-୪ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ୨୦ ଓଭରରେ କଲା ୨୦୨ ରନ୍ ।
ଆଜି ଏସିଆ କପ୍-୨୦୨୫ରେ ଖେଳାଯାଉଛି ଶେଷ ସୁପର-୪ ମ୍ୟାଚ୍ । ମୁହାଁମୁହିଁ ହେଉଛନ୍ତି ଭାରତ-ଶ୍ରୀଲଙ୍କା । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୦୨ ରନ୍ କରିଛି । ଯାହାଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୦୩ ରନ୍ ଆବଶ୍ୟକ ।
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ଆରମ୍ଭରୁ ଶୁବମନ ଗିଲ ଆଉଟ ହେବା ପରେ ମଧ୍ୟ ଆକ୍ରମଣାତ୍ମକ ଖେଳିଥିଲେ ଅଭିଷେକ ଶର୍ମା । ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୬୧ ରନ୍ କରିଥିବା ବେଳେ ତିଳକ ବର୍ମା ୪୯ ରନ୍ କରିଥିଲେ ।
ସେପଟେ ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ୨୮ ସେପ୍ଟେମ୍ବରରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ୨୫ ସେପ୍ଟେମ୍ବରରେ ଏସିଆ କପର ସୁପର-୪ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ: ଗନ୍ ସେଲିବ୍ରେସନ୍ ଉପରେ ICCର ଶୁଣାଣି...ବଞ୍ଚିବା ପାଇଁ ଫରହାନ ନେଲେ ଧୋନୀ-କୋହଲିଙ୍କ ନାଁ
ଚଳିତ ଏସିଆ କପରେ ତୃତୀୟ ଥର ପାଇଁ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ପୂର୍ବରୁ ଦୁଇ ଦଳ ଗ୍ରୁପ୍ ପର୍ଯ୍ୟାୟ ଏବଂ ସୁପର୍ ଫୋର୍ରେ ପରସ୍ପରର ମୁହାଁମୁହିଁ ହୋଇଥିଲେ । ଆଉ ପାକିସ୍ତାନ ଉଭୟ ମ୍ୟାଚ୍ରେ ଶୋଚନୀୟ ପରାସ୍ତ ହୋଇଥିଲା । ଫାଇନାଲରେ ପୁଣି ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍-୨୦୨୫ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
ଭାରତର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ(ଓ୍ବିକେଟ କିପର), ହାର୍ଦ୍ଦିକ ପଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ
ଶ୍ରୀଲଙ୍କାର ଚୁଡ଼ାନ୍ତ ଏକାଦଶ: ପଥୁମ ନିସାଙ୍କା, କୁସଲ ମେଣ୍ଡିସ୍ (ୱିକେଟକିପର), କୁସଲ ପରେରା , ଚରିଥ ଅସଲାଙ୍କା (ଅଧିନାୟକ) , କାମିନ୍ଦୁ ମେଣ୍ଡିସ , ଦାସୁନ ଶନାକା , ୱାନିନ୍ଦୁ ହସରଙ୍ଗା, ଜେନିଥ ଲିଆନଗେ, ଦୁଷ୍ମନ୍ଥା ଚମିରା , ମହିଶ ଥିକ୍ଷାନା , ନିୱାନ ତୁଷାରା
Related Topics
Explore more stories