IND vs PAK / ଗନ୍ ସେଲିବ୍ରେସନ୍ ଉପରେ ICCର ଶୁଣାଣି...ବଞ୍ଚିବା ପାଇଁ ଫରହାନ ନେଲେ ଧୋନୀ-କୋହଲିଙ୍କ ନାଁ

Key Points
ପାକିସ୍ତାନ କ୍ରିକେଟରଙ୍କ ନୂଆ ଚାଲ । ବ୍ୟାନରୁ ବଞ୍ଚିବା ପାଇଁ ନେଲେ କୋହଲି ଓ ଧୋନୀଙ୍କ ନାଁ । କହିଲେ...
୨୧ ସେପ୍ଟେମ୍ବର ୨୦୨୫ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଅବସର ଥିଲା ଏସିଆ କପ୍-୨୦୨୫ର ସୁପର-୪ ମ୍ୟାଚ୍ । ଏହି ମ୍ୟାଚରେ ପାକିସ୍ତାନର ସାହିବଜାଦ ଫରହାନ ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆଉ ଏହା ପରେ ପଡ଼ିଆ ଭିତରେ ବାବାଦୀୟ ଗନ୍ ସେଲିବ୍ରେସନ୍ କରିଥିଲେ । କେବଳ ଫରହାନ ନୁହଁନ୍ତି, ହାରିସ୍ ରୈଫ ମଧ୍ୟ ଭାରତୀୟ ଦର୍ଶକଙ୍କୁ ପରିହାସ କଲା ଭଳି ବିବାଦୀୟ ଇଙ୍ଗିତ କରିଥିଲେ । ଯାହାକୁ ନେଇ BCCI ଫରହାନ ଓ ହାରିସ୍ ରୈଫଙ୍କ ବିରୋଧରେ ICC ନିକଟରେ ଅଭିଯୋଗ କରିଥିଲେ । ତେବେ ଯେତେବେଳେ ଫରହାନ ICC ଶୁଣାଣିରେ ହାଜର ହୋଇଥିଲେ, ସେ ବର୍ତ୍ତିବା ପାଇଁ ଏମସ୍ ଧୋନି ଏବଂ ବିରାଟ କୋହଲିଙ୍କ ନାମ ନେଇଥିଲେ । ଉଲ୍ଲେଖ କରିଥିଲେ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାହିବଜାଦା ଫରହାନ ତାଙ୍କ ପକ୍ଷରେ ପୂର୍ବ ଉଦାହରଣଗୁଡ଼ିକ ଉଦ୍ଧୃତ କରି କହିଥିଲେ ଯେ ପୂର୍ବତନ ଭାରତୀୟ ଅଧିନାୟକ ଏମସ୍ ଧୋନି ଏବଂ ବିରାଟ କୋହଲି ମଧ୍ୟ ପଡ଼ିଆରେ ଗନ୍ ସେଲିବ୍ରେସନ୍ କରିଥିଲେ । ଫରହାନ ଆହୁରି କହିଛନ୍ତି ଯେ ସେ ଜଣେ ମୁସଲମାନ । ଏପରି ଇଙ୍ଗିତ ତାଙ୍କ ସଂସ୍କୃତିର ଅଂଶ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଫାଇନାଲ ପୂର୍ବରୁ ପାକ୍ ଖେଳାଳିଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ICC ଶୁଣାଇଲା ଏମିତି ସଜ୍ଜା...
📱 Get Argus News App
✨ସୁପର-୪ ମ୍ୟାଚ୍ ରେ ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିବା ପରେ ସାହିବଜାଦା ଫରହାନ ଗନ୍ ସେଲିବ୍ରେସନ୍ କରିଥିଲେ ଏବଂ ଏଥିପାଇଁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । କେବଳ ଏତିକି ନୁହେଁ ହାରିସ ରୌଫ ମଧ୍ୟ ୱିକେଟ୍ ନେବା ପରେ ୬-୦ ଇଙ୍ଗିତ କରିଥିଲେ । ଏହା ସହିତ ରୈଫ ଏକ ଳଢ଼ୁଆ ବିମାନ ଖସି ପଡ଼ିଥିବା ମଧ୍ୟ ଇଙ୍ଗିତ କରିଥିଲେ ।
ଅନ୍ୟପକ୍ଷରେ, ହାରିସ ରୈଫ ଶୁଣାଣିରେ ଦୋଷୀ ନୁହେଁ ବୋଲି ଦାବି କରିଥିଲେ। ସେ କହିଥିଲେ ଯେ "୬-୦" ଇଶାରା କୌଣସି ପ୍ରକାରେ ଭାରତ ସହିତ ଜଡିତ ନୁହେଁ । ଶୁଣାଣି ସମୟରେ, ICC ଅଧିକାରୀମାନେ ସ୍ୱୀକାର କରିଥିଲେ ଯେ "୬-୦" ଇଶାରର କୌଣସି ଠୋସ୍ ଅର୍ଥ ବ୍ୟାଖ୍ୟା କରାଯାଇପାରିବ ନାହିଁ । ରୈଫ ଏହା ମଧ୍ୟ କହିଥିଲେ ଯେ ଏହି ଇଶାର ଭାରତ ସହିତ କୌଣସି ସମ୍ପର୍କ ନାହିଁ ।
ସେପଟେ ପଡ଼ିଆ ମଝିରେ ପାକିସ୍ତାନ ଖେଳାଳିଙ୍କ ଅଭଦ୍ର ଆଚରଣ ପାଇଁ କଡ଼ା ଆକ୍ସନ ନେଇଛି ଆଇସିସି । କ୍ରିକେଟ ପଡ଼ିଆରେ ଅଭଦ୍ର ଆଚରଣ ପାଇଁ ପାକିସ୍ତାନ ଦ୍ରୁତ ବୋଲର ହାରିସ୍ ରୈଫଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଆର୍ନ୍ତଜାତୀୟ କ୍ରିକେଟ ପରିଷଦ । ମ୍ୟାଚ୍ ଫି'ର ୩୦ ପ୍ରତିଶତ କାଟିବାକୁ ଆଇସିସି ନିଷ୍ପତ୍ତି ନେଇଛି । ସେହିପରି ବିବାଦୀୟ ଗନ୍ ସେଲିବ୍ରେସନ୍ ପାଇଁ ପାକିସ୍ତାନର ଓପନର୍ ବ୍ୟାଟ୍ସମ୍ୟାନ୍ ସାହବଜାଦା ଫରହାନଙ୍କୁ କଡ଼ା ଚେତାବନୀ ଦେଇଛି ଆଇସିସି ।
Related Topics
Explore more stories