Asia Cup Trophy / ଏସିଆ କପ୍ ଟ୍ରଫିକୁ କେଉଁଠି ଲୁଚାଇ ରଖିଛନ୍ତି ପାକିସ୍ତାନୀ ମନ୍ତ୍ରୀ ? ଜାଣନ୍ତୁ ଏହା ଭାରତକୁ କେବେ ମିଳିବ...

Key Points
ଏସିଆ କପ୍ ଚାମ୍ପିଆନ୍ ହେବା ୩ ସପ୍ତାହ ବିତିଲାଣି । ଏପର୍ଯ୍ୟନ୍ତ ଭାରତକୁ ମିଳିନି ଏସିଆ କପ୍ ଟ୍ରଫି । ଜାଣନ୍ତୁ ଭାରତକୁ କେବେ ମିଳିବ ଏହି ଟ୍ରଫି ।
୨୮ ସେପ୍ଟେମ୍ବର ୨୦୨୫ରେ ଖେଳାଯାଇଥିଲା ଏସିଆ କପ୍ ଫାଇନାଲ ମ୍ୟାଚ୍ । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରି ନବମ ଥର ପାଇଁ ଚାମ୍ପିଆନ୍ ହୋଇଥିଲା । ଆଉ ଏହାରି ମଧ୍ୟରେ ଟିମ୍ ଇଣ୍ଡିଆ ଏସିଆ କପ୍ ଜିତିବାର ତିନି ସପ୍ତାହ ବିତିଗଲାଣି । ଏତେ ଦିନ ପରେ ମଧ୍ୟ ଭାରତୀୟ ଦଳ ଏସିଆ କପ୍ ଟ୍ରଫି ପାଇନାହିଁ ।
ବାସ୍ତବରେ ଏସିଆ କପ୍ ଫାଇନାଲ ମ୍ୟାଚ୍ ପରେ ACC ଏବଂ PCB ଅଧ୍ୟକ୍ଷ ମୋହସିନ୍ ନକଭି ଏସିଆ କପ୍ ଟ୍ରଫିକୁ ତାଙ୍କ ସହିତ ନେଇଯାଇଥିଲେ । ତେବେ ଏବେ କେଉଁଠି ଅଛି ଏହି ଟ୍ରଫି ? ଭାରତକୁ କେବେ ମିଳିବ ଏସିଆ ଟ୍ରଫି ? ଆସନ୍ତୁ ଜାଣିବା...
ଅଧିକ ପଢ଼ନ୍ତୁ: IPLରୁ ଅବସର ନେବେ ବିରାଟ କୋହଲି ? RCB ସହ ଏପର୍ଯ୍ୟନ୍ତ କରିନାହାନ୍ତି କମର୍ସିଆଲ୍ ଡିଲ୍...
କ୍ରିକବଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏସିଆ କପ୍ ଟ୍ରଫି ବର୍ତ୍ତମାନ ଦୁବାଇରେ ଏସୀୟ କ୍ରିକେଟ୍ ପରିଷଦ (ACC) କାର୍ଯ୍ୟାଳୟରେ ରଖାଯାଇଛି । ତଥାପି, ଟିମ୍ ଇଣ୍ଡିଆ କେବେ ଗ୍ରହଣ କରିବ ତାହା ଏବେ କହିବା କଷ୍ଟକର ।
ଟିମ୍ ଇଣ୍ଡିଆ କେବେ ଟ୍ରଫି ଗ୍ରହଣ କରିବ ?
📱 Get Argus News App
✨ଗତ ସେପ୍ଟେମ୍ବର ୩୦ ତାରିଖରେ ଏସୀୟ କ୍ରିକେଟ୍ ପରିଷଦ ଦୁବାଇରେ ଏକ ବୈଠକ କରିଥିଲା । ଯେଉଁଠାରେ ନିଷ୍ପତ୍ତି ନିଆଯାଇଥିଲା ଯେ ପାଞ୍ଚଟି ଟେଷ୍ଟ କ୍ରିକେଟ୍ ଖେଳୁଥିବା ଏସୀୟ ଦେଶର ବୋର୍ଡ ଟ୍ରଫି ବିବାଦ ଉପରେ ଆଲୋଚନା କରିବେ ଏବଂ ସମାଧାନ କରିବେ। ଏହି ପାଞ୍ଚଟି ଦେଶ ହେଉଛି ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ। ଏହି ବୈଠକ ଆସନ୍ତା ମାସର ଆରମ୍ଭରେ ହେବ । ICC ବୈଠକ ମଧ୍ୟ ସେହି ସମୟରେ ଅନୁଷ୍ଠିତ ହେବାର ଅଛି ।
କୁହାଯାଉଛି ଯେ ଯଦି ମୋହସିନ ନକଭି ଏହି ବୈଠକରେ ଯୋଗ ନ ଦିଅନ୍ତି, ତେବେ ବିବାଦ ଆହୁରି ବଢ଼ିବ । ସେ ଚଳିତ ବର୍ଷ ଜୁଲାଇରେ ICCର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ନଥିଲେ । ଏସୀୟ କ୍ରିକେଟ ପରିଷଦର କିଛି ଲୋକଙ୍କ କହିବା ଅନୁଯାୟୀ ନକଭି ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ନିଜେ ଉପସ୍ଥିତ ନ ରହି ତାଙ୍କ ସ୍ଥାନରେ ଜଣେ ପ୍ରତିନିଧିଙ୍କୁ ପଠାଇପାରନ୍ତି । ଆଉ ଯଦି ଏମିତି କରନ୍ତି ତେବେ ଏହା ତାଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ।
କ’ଣ BCCI କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ?
କ୍ରିକବଜ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଣେ BCCI ଅଧିକାରୀ କହିଛନ୍ତି ଯେ ବୈଠକ ପାଇଁ ଆହୁରି କିଛି ସମୟ ବାକି ଅଛି ଏବଂ ଏହି ସମୟ ମଧ୍ୟରେ ବୋର୍ଡ ପରବର୍ତ୍ତୀ ନିଷ୍ପତ୍ତି ବିଷୟରେ ବିଚାର କରିବ । ସୂଚନା ଅନୁସାରେ, ନିକଟରେ ACC ଅଧ୍ୟକ୍ଷ ମୋହସିନ ନକଭି ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ ତାଙ୍କ ଅନୁମତି ବିନା କେହି ଟିମ୍ ଇଣ୍ଡିଆ କିମ୍ବା BCCIକୁ ଟ୍ରଫି ହସ୍ତାନ୍ତର କରିବେ ନାହିଁ ।
Related Topics
Explore more stories