Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ind vs Zim / ଜିମ୍ବାଓ୍ବେ ବିପକ୍ଷରେ ବ୍ୟାଟିଂ କରିବ ଭାରତ, ଦଳକୁ ଫେରିଲେ ସଞ୍ଜୁ ଓ ଅକ୍ଷର

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଜିମ୍ବାଓ୍ବେ ବିପକ୍ଷରେ ବ୍ୟାଟିଂ କରିବ ଭାରତ, ଦଳକୁ ଫେରିଲେ ସଞ୍ଜୁ ଓ ଅକ୍ଷର
IND vs ZIM

Key Points

ଜିମ୍ବାୱେ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ
ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଜିମ୍ବାୱେ
ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ
ଟି-୨୦ ବିଶ୍ବକପରେ ଗୁରୁବାର ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଜିମ୍ବାଓ୍ବେ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଜିମ୍ବାଓ୍ବେ । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ । ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଓ୍ବାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ଅକ୍ଷର ପଟେଲ ଦଳକୁ ଫେରିଥିବା ବେଳେ ରିଙ୍କୁ ସିଂଙ୍କ ସ୍ଥାନରେ ସଞ୍ଜୁ ସାମସନ୍ ଦଳକୁ କମବ୍ୟାକ୍ କରିଛନ୍ତି । ତେବେ ସେମିଫାଇନାଲ ରେସରେ ରହିବାକୁ ହେଲେ ଗୁରୁବାର ଭାରତକୁ ବିଜୟ ହାସଲ କରିବାକୁ ପଡ଼ିବ ।



ସେପଟେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଜିତିଲା ଦକ୍ଷିଣ ଆଫ୍ରିକା । ଆଉ ସେମିଫାଇନାଲ ଯିବା ପାଇଁ ଟିମ୍ ଇଣ୍ଡିଆର ରାସ୍ତା ହେଲା ସହଜ । ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୭ ରନ୍‌ରେ ପରାଜୟ ବରଣ କରିଥିଲା । ଆଉ ଏହି ପରାଜୟ ପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଯିବାକୁ ନେଇ ଅନେକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା । ଭାରତ ତା’ର ଦୁଇଟି ମ୍ୟାଚ୍ ବିଜୟ ସହ ନେଟ୍ ରନ୍ ରେଟକୁ ମଧ୍ୟ ସୁଧାରିବା ଆବଶ୍ୟକ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜକୁ ୯ ଓ୍ବିକେଟରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ସାମ୍ନାରେ ନେଟ୍ ରନ୍ ରେଟ୍କୁ ନେଇ ଆଉ କୌଣସି ସମସ୍ୟା ନାହିଁ । ଯଦି ଭାରତ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରେ ତେବେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ।

ପଢନ୍ତୁ ଏହି ଖବର: ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତର ସେମିଫାଇନାଲ ଯିବା ରାସ୍ତା ହେଲା ସହଜ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Opt to Bat vs Zimbabwe; Sanju Samson and Axar Patel Return | Argus News