Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / Asia Cupକୁ ନେଇ ପାକିସ୍ତାନର ମନ୍ତ୍ରୀ ନକଭୀଙ୍କ ନୂଆ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·9 months ago·2 min read
Asia Cupକୁ ନେଇ ପାକିସ୍ତାନର ମନ୍ତ୍ରୀ ନକଭୀଙ୍କ ନୂଆ ନିର୍ଦ୍ଦେଶ

Key Points

ଆଜି ସୁଦ୍ଧା ଏସିଆ କପ୍ ଟ୍ରଫି ଦୁବାଇ ସ୍ଥିତ ACC କାର୍ଯ୍ୟାଳୟରେ ରଖାଯାଇଛି । ଏଥିସହ ଏସିଆ କପ୍ ଟ୍ରଫି ଯେଭଳି ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ଅନ୍ୟ କାହାରିକୁ ହସ୍ତାନ୍ତର ହେବ ନାହିଁ ସେ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ନକ୍‌ଭୀ । ସେ କହିଛନ୍ତି, ତାଙ୍କ ଅନୁମତି ବିନା ଏବଂ ଅନୁପସ୍ଥିତିରେ କେହି ଟ୍ରଫି ନେଇ ପାରିବେ ନାହିଁ ।

ନୂଆଦିଲ୍ଲୀ: ଭାରତ ଏସିଆ କପ୍-୨୦୨୫ର ଚାମ୍ପିଅନ୍ ହୋଇଥିବା ବେଳେ ଏଯାଏଁ ମିଳିନି ଟ୍ରଫି । ପାକିସ୍ତାନକୁ ଭାରତ ଫାଇନାଲ୍‌ରେ ହରାଇବା ସହ ଚାମ୍ପିଅନ୍ ହୋଇଥିଲା । ହେଲେ ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC) ଅଧ୍ୟକ୍ଷ ମୋହସିନ ନକଭୀଙ୍କ ଠାରୁ ଭାରତ ଟ୍ରଫି ନେବାକୁ ମନା କରିଥିଲା ।


ଯାହା ପରେ ଟ୍ରଫିକୁ ଦୁବାଇ ସ୍ଥିତ ACC ମୁଖ୍ୟାଳୟରେ ଚାବି ପକାଇ ରଖାଯାଇଛି । ଚାବି ପକାଇବା ସହ ACC ଅଧ୍ୟକ୍ଷଙ୍କ ବିନା ଅନୁମତିରେ ଟ୍ରଫିକୁ ସ୍ଥାନାନ୍ତର କିମ୍ବା ଅନ୍ୟ କାହାରିକୁ ଦିଆଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଦିଆଯାଇଛି ।


ଏଥିସହ ପଢ଼ନ୍ତୁ: 'ଅଦୃଶ୍ୟ ଟ୍ରଫି' ସହ ସେଲିବ୍ରେସନ୍ କରିବାକୁ କହିଥିଲେ କେଉଁ ଖେଳାଳି, ଖୁଲାସା କଲେ ବରୁଣ


ଏବେ ଟ୍ରଫି ACC କାର୍ଯ୍ୟାଳୟରେ ରଖା ଯାଇଥିବା ବେଳେ ନକଭୀଙ୍କ ନୂଆ ନିର୍ଦ୍ଦେଶକୁ ନେଇ ବିବାଦ ତେଜିଲାଣି । ସେପ୍ଟେମ୍ବର ୨୮ ତାରିଖରେ ଦୁବାଇରେ ଏସିଆ କପ୍‌ର ଫାଇନାଲ୍ ମ୍ୟାଚ୍‌ରେ ଭାରତ, ପାକିସ୍ତାନକୁ ହରାଇଥିଲା । ଭାରତ, ନକଭୀଙ୍କ ହାତରୁ ଟ୍ରଫି ନେବାକୁ ମନା କରିବା ପରେ ସେ ମଧ୍ୟ ପଳାଇଥିଲେ ।


ACC ଅଧ୍ୟକ୍ଷ ଥିବା ନକଭୀ ମଧ୍ୟ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)ର ଅଧ୍ୟକ୍ଷ ଅଛନ୍ତି । ଏଥିସହ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଅଛନ୍ତି ମୋହସିନ ନକଭୀ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ଚରମରେ ପହଞ୍ଚିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଟ୍ରଫି ଚୋରଙ୍କୁ ପାକିସ୍ତାନରେ ସମ୍ମାନ ! ମୋହସିନ୍ ନକଭିଙ୍କୁ ମିଳିବ ଗୋଲ୍ଡ ମେଡାଲ


ଆଜି ସୁଦ୍ଧା ଏସିଆ କପ୍ ଟ୍ରଫି ଦୁବାଇ ସ୍ଥିତ ACC କାର୍ଯ୍ୟାଳୟରେ ରଖାଯାଇଛି । ଏଥିସହ ଏସିଆ କପ୍ ଟ୍ରଫି ଯେଭଳି ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ଅନ୍ୟ କାହାରିକୁ ହସ୍ତାନ୍ତର ହେବ ନାହିଁ ସେ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ନକ୍‌ଭୀ । ସେ କହିଛନ୍ତି, ତାଙ୍କ ଅନୁମତି ବିନା ଏବଂ ଅନୁପସ୍ଥିତିରେ କେହି ଟ୍ରଫି ନେଇ ପାରିବେ ନାହିଁ ବୋଲି ପିଟିଆଇ ସୂତ୍ରରୁ ଉଲ୍ଲେଖ କରିଛି ।


ପିଟିଆଇ ଖବରର ସୂତ୍ର ଅନୁସାରେ, BCCI କିମ୍ବା ଭାରତୀୟ ଦଳକୁ ନକଭୀଙ୍କ ଉପସ୍ଥିତିରେ ହିଁ ଟ୍ରଫି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫ ଏସିଆ କପ୍‌ ଭାରତ-ପାକିସ୍ତାନକୁ ନେଇ ବିବାଦୀୟ ରହିଥିଲା । ପ୍ରଥମେ ଭାରତୀୟ ଦଳ ଗ୍ରାଉଣ୍ଡରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।


ଏଥିସହ ପଢ଼ନ୍ତୁ: ଫାଇନାଲ ଡ୍ରାମା ନେଇ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଲେ, ଟ୍ରଫି ନେଇ ପଳେଇଲେ ପାକିସ୍ତାନ ମନ୍ତ୍ରୀ


ଟ୍ରଫିକୁ ନେଇ ନକଭୀ ତାଙ୍କ ସୋସିଆଲ୍ ମିଡିଆ ପେଜ୍‌ରେ ଅନେକ ମନ୍ତବ୍ୟ ଦେଇଥିଲେ । ଯାହାକୁ BCCI ଦୃଢ଼ ନିନ୍ଦା କରିବା ସହ ଟ୍ରଫି ନେଇ ନଥିଲା । ଏନେଇ ICCର ପରବର୍ତ୍ତୀ ବୈଠକରେ ପ୍ରସଙ୍ଗ ଉଠାଇବ ବୋଲି BCCI କହିଛି । ଏପରିକି ICCର ନିର୍ଦ୍ଦେଶକ ପଦରୁ ନକଭୀଙ୍କୁ କାଢ଼ିବା ନେଇ BCCI ଦାବି କରିପାରେ ବୋଲି ଚର୍ଚ୍ଚା ହେଉଛି ।


ତେବେ ଦେଖିବାର କଥା ଏବେ PCB ଓ ନକଭୀ କ'ଣ କରୁଛନ୍ତି । କାରଣ BCCIର କହିବା କଥା ଟ୍ରଫି ନେଇ ନକଭୀଙ୍କ କୌଣସି ଅଧିକାର ନାହିଁ କି BCCIକୁ ପ୍ରଦାନ ପାଇଁ ସେ ମନା କରିପାରିବେ ନାହିଁ ।

Related Topics

Explore more stories

Sponsored
Asia Cup | India Yet to Receive Asia Cup 2025 Trophy Amid ACC Dispute | Argus News | Argus News