Surya Kumar Yadav on Asia Cup / ଫାଇନାଲ ଡ୍ରାମା ନେଇ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଲେ, ଟ୍ରଫି ନେଇ ପଳେଇଲେ ପାକିସ୍ତାନ ମନ୍ତ୍ରୀ

Key Points
ଏସିଆ କପ୍ ଫାଇନାଲରେ ନକଭିଙ୍କ ଡ୍ରାମା । ଏ ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଲେ ସୂର୍ଯ୍ୟକୁମାର । କହିଲେ...
ଗତ ରବିବାର ଦୁବାଇରେ ଖେଳାଯାଇଥିଲା ଏସିଆ କପ୍-୨୦୨୫ର ଫାଇନାଲ । ଏହି ହାଇଭୋଲଟେଜ୍ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ତେବେ ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରି ନବମ ଥର ପାଇଁ ଏସିଆ କପ୍ ନିଜ ନାମରେ କରିଥିଲା । ଏହା ସତ୍ତ୍ବେ ଭାରତକୁ ଏସିଆ କପ୍ ଟ୍ରଫି ମିଳିନଥିଲା । ଫାଇନାଲ ପୂର୍ବରୁ ଭାରତୀୟ ଦଳ ସ୍ପଷ୍ଟ ଭାବେ କହିଥିଲା ଯେ ସେମାନେ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ନେବେନି।
ଏସୀୟ କ୍ରିକେଟ ପରିଷଦ (ACC) ମୁଖ୍ୟ ମୋହିସନ୍ ନକଭି ପାକିସ୍ତାନର ଜଣେ ରାଜନୈତିକ ବ୍ୟକ୍ତିତ୍ୱ । ତେଣୁ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା ଭାରତ । ଆଉ ଫାଇନାଲ ଜିତିବା ପରେ ଭାରତ ନକଭିଙ୍କଠାରୁ ଟ୍ରଫି ନେବା ପାଇଁ ମନା କରିଥିଲା । ଆଉ ଏହା ପରେ ସେ ଏସିଆ କପ୍ ଟ୍ରଫି ସହ ହୋଟେଲ ପଳାଇଥିଲେ ।
ଅଧିକ ପଢ଼ନ୍ତୁ: ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ବକପ୍
ତେବେ ଫାଇନାଲରେ ପିସିବି ମୁଖ୍ୟଙ୍କ ଏହି ନାଟକକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ । ଭାରତ ଫେରିବା ପରେ ଜାତୀୟ ଗଣମାଧ୍ୟମରେ ପ୍ରଥମ ଥର ଫାଇନାଲ ଡ୍ରାମାକୁ ନେଇ ମୁହଁ ଖୋଲିଛନ୍ତି । ସେ ନକଭିଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ।
📱 Get Argus News App
✨ସେ କହିଛନ୍ତି, ଆମେ ଡୋର୍ ବନ୍ଦ କରି ଡ୍ରେସିଂ ରୁମ୍ ଭିତରେ ବସି ନଥିଲୁ । ଆମେ କାହାକୁ ପ୍ରେଜେଣ୍ଟେସନ୍ ଉତ୍ସବ ପାଇଁ ଅପେକ୍ଷା କରାଇ ନଥିଲୁ । ଆମେ ସେଠାରେ ଦେଢ଼ ଘଣ୍ଟା ଧରି ଠିଆ ହୋଇଥିଲୁ। ଆମେ କେବଳ ଟ୍ରଫି ସମାରୋହ ପାଇଁ ଅପେକ୍ଷା କରିଥିଲୁ କାରଣ ଯେତେବେଳେ କୌଣସି ଦଳ ଜିତିଥାଏ, ଆପଣଙ୍କୁ ଟ୍ରଫି ପ୍ରଦାନ ପାଇଁ ଅପେକ୍ଷା କରିବାକୁ ପଡିବ।" କିନ୍ତୁ ଆମେ ଫିଲ୍ଡରେ ଥିଲୁ । ଆମେ ଡ୍ରେସିଂ ରୁମକୁ ଯାଇ ନଥିଲୁ । ଆମେ ଟ୍ରଫି ନ ପାଇଲେ କିଛି ଫରକ ପଡ଼େ ନାହିଁ । ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫ୍ ହେଉଛନ୍ତି ଆମର ପ୍ରକୃତ ଟ୍ରଫି ବୋଲି ସୂର୍ଯ୍ୟକୁମାର ଯାଦବ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, 'ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ସମୟରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) କିମ୍ବା ସରକାର ସେମାନଙ୍କୁ ଏପରି କୌଣସି କାର୍ଯ୍ୟ ବିଷୟରେ ନିର୍ଦ୍ଦେଶ ଦେଇ ନଥିଲେ। ଏପରିକି ନକଭିଙ୍କଠାରୁ ଟ୍ରଫି ଗ୍ରହଣ ନକରିବା ନିଷ୍ପତ୍ତି କେବଳ ଦଳ ଦ୍ୱାରା ନିଆଯାଇଥିଲା' ।
ମ୍ୟାଚ୍ ଟ୍ରଫି ଦେବା ପୂର୍ବରୁ ଏସିସି ଅଧିକାରୀ ମଞ୍ଚ ଉପରେ ଠିଆ ହୋଇଥିଲେ, ଏବଂ ଆମେ ତଳେ ଠିଆ ହୋଇଥିଲୁ । ମୁଁ ସେମାନଙ୍କୁ ମଞ୍ଚ ଉପରେ କଥାବାର୍ତ୍ତା କରୁଥିବାର ଦେଖିଲି । ତେବେ ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଟ୍ରଫି ନେଇ ପଳାଇ ଯାଉଥିବାର ଆମେ ଦେଖିଲୁ ବୋଲି ସୂର୍ଯ୍ୟକୁମାର ଯାଦବ କହିଛନ୍ତି ।
Related Topics
Explore more stories