Varun Chakravarthy on Asia Cup Trophy / 'ଅଦୃଶ୍ୟ ଟ୍ରଫି' ସହ ସେଲିବ୍ରେସନ୍ କରିବାକୁ କହିଥିଲେ କେଉଁ ଖେଳାଳି, ଖୁଲାସା କଲେ ବରୁଣ

Key Points
ଏସିଆ କପ୍ ଜିତିଲା ଭାରତ । କିନ୍ତୁ ମିଳିଲାନି ଟ୍ରଫି । ବିନା ଟ୍ରଫିରେ ସେଲିବ୍ରେସନ୍ କଲା ଟିମ୍ ଇଣ୍ଡିଆ । ତେବେ ଆପଣ ଜାଣନ୍ତି କି ବିନା ଟ୍ରଫିରେ ସେଲିବ୍ରେସନ୍ କରିବା କାହା ଚିନ୍ତାଧାରା ଥିଲା।
୨୦୨୫ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ହୋଇଥିଲା ଭାରତ । ଏହି ବିଜୟ ସହ ନବମ ଥର ପାଇଁ ଏସିଆ କପ୍ ଟାଇଟଲ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ । ତେବେ ଏସିଆ କପ୍ ଫାଇନାଲ ଜିତିବା ପରେ ମଧ୍ୟ ଟିମ୍ ଇଣ୍ଡିଆକୁ ଟ୍ରଫି ଏବଂ ପଦକ ମିଳିନଥିଲା । ଶେଷରେ ଭାରତୀୟ ଖେଳାଳି ପୋଡିୟମ ଠିଆ ହୋଇ ବିନା ଟ୍ରଫିରେ ସେଲିବ୍ରେସନ୍ କରିଥିଲେ । ତେବେ ଅଦୃଶ୍ୟ ଟ୍ରଫି ସହ ସେଲିବ୍ରେସନ୍ କରିବା କାହାର ଚିନ୍ତାଧାରା ଥିଲା ସେନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ସ୍ପିନର ବରୁଣ ଚକ୍ରବର୍ତ୍ତୀ ।
ମଙ୍ଗଳବାର CEAT କ୍ରିକେଟ୍ ରେଟିଂ ପୁରସ୍କାର ସମାରୋହରେ ଯୋଗ ଦେଇଥିଲେ ବରୁଣ ଚକ୍ରବର୍ତ୍ତୀ । ତାଙ୍କ ଦମଦାର ବୋଲିଂ ପାଇଁ ତାଙ୍କୁ ବର୍ଷର ଶ୍ରେଷ୍ଠ ଟି-୨୦ ଅନ୍ତର୍ଜାତୀୟ ବୋଲର ପୁରସ୍କାର ଦିଆଯାଇଥିଲା । ଆଉ ଏହି ସମାରୋହରେ ଏକ ବଡ଼ ଖୁଲାସା କରିଥିଲେ ବରୁଣ । ଏସିଆ କପ୍ ଫାଇନାଲ ଜିତିବା ପରେ ଅଦୃଶ୍ୟ ଟ୍ରଫି ସହ ସେଲିବ୍ରେସନ୍ କରିବାର ଚିନ୍ତାଧାରା ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କର ଥିଲା ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଅଧିନାୟକ ପଦ ହରାଇବା ପରେ ଭାଇରାଲ ହେଉଛି ରୋହିତଙ୍କ ବଡ଼ ବୟାନ
ସେ କହିଛନ୍ତି, ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିବା ପରେ ଆମେ ଟ୍ରଫି ପାଇଁ ଅପେକ୍ଷା କରିଥିଲୁ । କିନ୍ତୁ ସେଠାରେ କ'ଣ ହେଲା ଆମେ ସମସ୍ତେ ଜାଣୁ । ଆଉ ଏହା ପରେ ଅଦୃଶ୍ୟ ଟ୍ରଫି ସହ ସେଲିବ୍ରେସନ୍ କରିବାକୁ ଅର୍ଶଦୀପ ସିଂ କହିଥିଲେ । ଆଉ ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରୋହିତ ଶର୍ମା ଯେପରି ୨୦୨୪ ଟି-୨୦ ବିଶ୍ବକପ ଜିତିବା ପରେ ସେଲିବ୍ରେସନ୍ କରିଥିଲେ, ଠିକ୍ ସେଭଳି ସୂର୍ଯ୍ୟକୁମାର କରିଥିଲେ ।
📱 Get Argus News App
✨ସୂଚନା ଅନୁସାରେ, ୨୦୨୫ ମସିହାର ଏସିଆ କପ୍ରେ ଭାରତ ଏବଂ ପାକିସ୍ତାନ ତିନିଥର ମୁହାଁମୁହିଁ ହୋଇଥିଲେ । ଆଉ ଟିମ୍ ଇଣ୍ଡିଆ ତିନିଥର ପାକିସ୍ତାନକୁ ପରାସ୍ତ କରିଥିଲା । ପ୍ରଥମ ମ୍ୟାଚ୍ରୁ ହିଁ ଟିମ୍ ଇଣ୍ଡିଆ ସ୍ପଷ୍ଟ କରିଦେଇଥିଲା ଯେ ସେମାନେ କୌଣସି ପାକିସ୍ତାନୀ ଖେଳାଳି କିମ୍ବା ପ୍ରଶିକ୍ଷକଙ୍କ ସହ ହାତ ମିଳାଇବେ ନାହିଁ, ଯାହାକୁ ପାକିସ୍ତାନୀ ଦଳ ବିରୋଧ କରିଥିଲା। ଏହା ବ୍ୟତୀତ, ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆ ସ୍ପଷ୍ଟ କରିଦେଇଥିଲା ଯେ ବିଜୟ ପରେ ସେମାନେ PCB ଏବଂ ACC ସଭାପତି ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ।
ଆଉ ଏସିଆ କପ୍ ବିଜୟ ପରେ ମୋହସିନ୍ ନକଭି ଟ୍ରଫି ପ୍ରଦାନ କରିବାକୁ ପଡ଼ିଆକୁ ଆସିଥିଲେ । କିନ୍ତୁ ଟିମ୍ ଇଣ୍ଡିଆ ଏହାକୁ ଗ୍ରହଣ କରିବାକୁ ପୋଡିୟମ ଉପରକୁ ଚଢ଼ି ନଥିଲା। ନକଭି ଦୀର୍ଘ ସମୟ ଅପେକ୍ଷା କରିଥିଲେ ଏବଂ ତା’ପରେ ଟ୍ରଫିକୁ ତାଙ୍କ ହୋଟେଲକୁ ନେଇଯାଇଥିଲେ, ଯାହା ଆଜି ପର୍ଯ୍ୟନ୍ତ ବିବାଦ ସୃଷ୍ଟି କରିଛି। ବିସିସିଆଇ ନକଭିଙ୍କ କାର୍ଯ୍ୟ ଉପରେ ଆପତ୍ତି ଉଠାଇଛି ।
Related Topics
Explore more stories