Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India Vs South Africa / ବାରବାଟୀରେ ଭାରତର ବଡ଼ ବିଜୟ; ଟାର୍ଗେଟ୍‌ର ଅଧାରୁ ଦକ୍ଷିଣ ଆଫ୍ରିକା ଅଲଆଉଟ୍

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବାରବାଟୀରେ ଭାରତର ବଡ଼ ବିଜୟ; ଟାର୍ଗେଟ୍‌ର ଅଧାରୁ ଦକ୍ଷିଣ ଆଫ୍ରିକା ଅଲଆଉଟ୍
Breaking: India’s Big Win Over South Africa at Barabati

Key Points

ଦମ୍ ଦେଖାଇଲା ଭାରତ । ଧୂଳି ଚାଟିଲା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା । ୧୦୧ ରନ୍‌ରେ ସୂର୍ଯ୍ୟ ସେନା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟିକୁ ଜିତି ନେଇଛି ।
କଟକ: ବାରବାଟୀରେ ବଡ଼ ବିଜୟ । ଦମ୍ ଦେଖାଇଲା ଭାରତ । ଧୂଳି ଚାଟିଲା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ । ୧୦୧ ରନ୍‌ରେ ସୂର୍ଯ୍ୟ ସେନା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟିକୁ ଜିତି ନେଇଛି । ଦକ୍ଷିଣ ଆଫ୍ରିକା ଦଳ ୭୪ ରନ୍‌ରେ ଅଲଆଉଟ୍ ହୋଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ୱିକେଟ୍ ହରାଇ ୧୭୫ ରନ୍‌ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୨୮ ବଲ୍‌ରେ ୫୯ ରନ୍‌ ବଳରେ ବାରବାଟୀରେ ୧୭୫ ରନ୍‌ କରିଥିଲା ଭାରତ । ଅନ୍ୟମାନଙ୍କ ମଧ୍ୟରେ ଭାରତ ପକ୍ଷରୁ ତିଳକ ବର୍ମା ୨୬ ରନ୍‍, ଅକ୍ଷର ପଟେଲ ୨୩ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାକୁ ଆରମ୍ଭରୁ ବଡ଼ ଝଟ୍‌କା; ଅର୍ଶଦୀପଙ୍କ ଶିକାର ହେଲେ ଡି କକ୍, ଷ୍ଟବ୍ସ

୧୭୬ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବଡ଼ ଝଟ୍‌କା ଲାଗିଥିଲା । ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆରମ୍ଭରୁ ଆଉଟ୍ ହୋଇଥିଲେ ଓପନର୍ କ୍ଵିଣ୍ଟନ ଡି କକ୍ । ଅର୍ଶଦୀପଙ୍କ ଦ୍ଵିତୀୟ ବଲ୍‌ରେ ଡି କକ୍‌ଙ୍କୁ କ୍ୟାଚ୍ ଆଉଟ୍ କରାଇଥିଲେ ଅଭିଷେକ ଶର୍ମା ।

ଡି କକ୍ ଖାତା ଖୋଲି ନପାରି ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ ତୃତୀୟ ଓଭରରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଝଟ୍‌କା ଲାଗିଥିଲା । ଅର୍ଶଦୀପଙ୍କ ଦ୍ଵିତୀୟ ଓଭରରେ ଆଉଟ୍ ହୋଇଥିଲେ ଷ୍ଟବ୍ସ । ଦଳୀୟ ସ୍କୋର୍ ୧୬ ରନ୍ ହୋଇଥିବା ବେଲେ ୨.୩ ଓଭର୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ୱିକେଟ୍ ହରାଇଥିଲା ।

ଏଥିସହ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଲା ଭାରତ

ଏହାପରେ ୫.୧ ଓଭରରେ ଆଡେନ୍ ମର୍କ୍ରମ, ୬.୧ ଓଭରରେ ଡେଭିଡ୍ ମିଲର୍, ୭.୨ ଓଭରରେ ଡୋନୋଭାନ ଫେରେଇରା, ୯.୫ ଓଭର୍‌ରେ ମାର୍କୋ ଜାନସେନ, ୧୦.୨ ଓଭରରେ ଡେୱାଲ୍ଡ ବ୍ରେଭିସ୍, ୧୦.୫ ଓଭରରେ କେଶବ ମହାରାଜ, ୧୧.୨ ଓଭରରେ ନର୍ଟଜେ ଏବଂ ୧୨.୩ ଓଭରରେ ଳୁଥୋ ସିପମଲା ଆଉଟ୍ ହୋଇଥିଲେ ।

ଦକ୍ଷିଣ ଆଫ୍ରିକାର ଡି କକ୍, କେଶବ ମହାରାଜ କୌଣସି ରନ୍ ନ କରି ଆଉଟ୍ ହୋଇଥିବା ବେଳେ ଡେଭିଡ୍ ମିଲର, ନର୍ଟଜେ ୧ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା, ବଋଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । 

ବାରବାଟୀରେ ପାଣ୍ଡ୍ୟା ଶୋ'

ବାରବାଟୀରେ ଉଭୟ ବ୍ୟାଟିଂ ଓ ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ ଦେଖିବାକୁ ମିଳିଛି । ଅପରାଜିତ ୨୮ ବଲ୍‌ରେ ପାଣ୍ଡ୍ୟା ୫୯ ରନ୍‌ ସ୍କୋର୍ କରିଥିଲେ । ଯେଉଁଥିରେ ପାଣ୍ଡ୍ୟା ୬ଟି ଚଉକା ସହ ୪ଟି ଛକା ମାରିଥିଲେ । ଡେଭିଡ୍ ମିଲରଙ୍କୁ ମାତ୍ର ୧ ରନ୍‌ ସ୍କୋର୍‌ରେ ପାଣ୍ଡ୍ୟା ଆଉଟ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର୍ ଅଫ୍ ଦି ମ୍ୟାଚ୍‌ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Crushes South Africa by 101 Runs in Barabati T20 | Argus News | Argus News