|
logo
Live

Argus News - ପ୍ରଥମ ୩ ଓଭରରେ ଭାରତକୁ ୨ଟି ଝଟ୍‌କା; ବଡ଼ ସଟ୍ ଆଶାରେ ଫେଲ୍ ମାରିଲେ ଗିଲ୍, ସୂର୍ଯ୍ୟକୁମାର

Sports

India Vs South Africa / ପ୍ରଥମ ୩ ଓଭରରେ ଭାରତକୁ ୨ଟି ଝଟ୍‌କା; ବଡ଼ ସଟ୍ ଆଶାରେ ଫେଲ୍ ମାରିଲେ ଗିଲ୍, ସୂର୍ଯ୍ୟକୁମାର

Sushanta Sahoo
Browse all articles by Sushanta Sahoo
·3 months ago·2 min read
ପ୍ରଥମ ୩ ଓଭରରେ ଭାରତକୁ ୨ଟି ଝଟ୍‌କା; ବଡ଼ ସଟ୍ ଆଶାରେ ଫେଲ୍ ମାରିଲେ ଗିଲ୍, ସୂର୍ଯ୍ୟକୁମାର
Shubman Gill Falls in First Over After Attempting Big Shot

Key Points

ପ୍ରଥମ ବଲ୍‌ରେ ଗିଲ୍ ଚଉକା ମାରିବା ପରେ ବଡ଼ ସଟ୍ସ ଖେଳିବାକୁ ଆଶା ରଖିଥିଲେ । ହେଲେ ଏନଗିଡ଼ିଙ୍କ ତୃତୀୟ ବଲ୍‌ରେ ଜାନସେନଙ୍କ ହାତରେ କ୍ୟାଚ୍‌ ହୋଇଛନ୍ତି ଗିଲ୍ । ଏହା ପରେ ତୃତୀୟ ଓଭରରେ ଭାରତ ଆଉ ଏକ ୱିକେଟ୍ ହରାଇଛି ।
କଟକ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ଵେଣ୍ଟି । ବାରବାଟୀରେ ଚାଲିଛି କଡ଼ା ଟକ୍କର । ପ୍ରଥମେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରୁଥିବା ବେଳେ ଭାରତକୁ ଲାଗିଛି ପ୍ରଥମରୁ ଝଟ୍‌କା । ପ୍ରଥମ ଓଭରରେ ଆଉଟ୍ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଉପଅଧିନାୟକ ଶୁବମନ ଗିଲ୍ ।

ପ୍ରଥମ ବଲ୍‌ରେ ଗିଲ୍ ଚଉକା ମାରିବା ପରେ ବଡ଼ ସଟ୍ସ ଖେଳିବାକୁ ଆଶା ରଖିଥିଲେ । ହେଲେ ଏନଗିଡ଼ିଙ୍କ ତୃତୀୟ ବଲ୍‌ରେ ଜାନସେନଙ୍କ ହାତରେ କ୍ୟାଚ୍‌ ହୋଇଛନ୍ତି ଗିଲ୍ । ଏହା ପରେ ତୃତୀୟ ଓଭରରେ ଭାରତ ଆଉ ଏକ ୱିକେଟ୍ ହରାଇଛି । ସେହି ଏନଗିଡ଼ିଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଛନ୍ତି କ୍ୟାପଟେଲ୍ ସୂର୍ଯ୍ୟକୁମାର ଯାଦବ ।

ଏଥିସହ ପଢ଼ନ୍ତୁ: ପଶ୍ଚିମାଝଡ଼ ସୁହାଇବ ନା କାକର ଯୋଗୁଁ ପ୍ରଭାବିତ ହେବ ଭାରତ-ଦକ୍ଷିଣ ଆଫ୍ରିକା T20

୨ଟି ବଲ୍‌ ଖେଳି ୪ ରନ୍ କରି ଗିଲ୍ ଆଉଟ୍ ହୋଇଥିବା ବେଳେ ୧୧ଟି ବଲ୍‌ ଖେଳି ୧୨ ରନ୍‌ରେ ପ୍ୟାଭିଲିୟନ୍ ଫେରିଛନ୍ତି ସୂର୍ଯ୍ୟକୁମାର ଯାଦବ । ଦଳୀୟ ସ୍କୋର୍ ୫ ରନ୍ ହୋଇଥିବା ବେଳେ ଗିଲ୍ ଆଉଟ୍ ହୋଇଥିଲେ । ଏହାପରେ ୨.୪ ଓଭର୍‌ରେ ଦଳୀୟ ସ୍କାର୍ ୧୭ ରନ୍ ହୋଇଥିବା ବେଲେ ଆଉଟ୍ ହୋଇଛନ୍ତି ସୂର୍ଯ୍ୟକୁମାର ।

ଏବେ କ୍ରିଜରେ ଅଭିଷେକ ଶର୍ମା ଓ ତିଲକ ବର୍ମା ଅଛନ୍ତି । ବାରବାଟୀରେ ଖଚାଖଚ ଭିଡ଼ ଭିତରେ ଚାଲିଛି ରୋମାଞ୍ଚକର ମୁକାବିଲା । ଶୁବମନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବ କ୍ୟାଚ୍ ଆଉଟ୍ ହେବା ପରେ ଅଭିଷେକଙ୍କ ବ୍ୟାଟ୍‌ରୁ ବଡ଼ ସଟ୍ସ ଆଶା ରଖିଛନ୍ତି ଦର୍ଶକ ।

ଏଥିସହ ପଢ଼ନ୍ତୁ: ବାରବାଟୀରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା: ବ୍ୟାଟିଂ କରୁଛି ଭାରତ

ଚୂଡ଼ାନ୍ତ ଭାରତୀୟ ଏକାଦଶ ଦଳ: ଶୁଭମନ ଗିଲ୍‌, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମରା

ଦକ୍ଷିଣ ଆଫ୍ରିକାର ଚୂଡ଼ାନ୍ତ ଏକାଦଶ: ଆଡେନ ମାକ୍ରମ (ଅଧିନାୟକ), କ୍ଵିଣ୍ଟନ୍ ଡି’କକ୍‌, ଦିୱାଲ୍ଡ ବ୍ରେଭିସ୍‌, ଲୁଥୋ ସିପମଲା, ମାର୍କୋ ୟାନ୍‌ସେନ୍‌, କେଶବ ମହାରାଜ, ଡେଭିଡ୍‌ ମିଲର୍‌. ତ୍ରିଷ୍ଟନ୍ ଷ୍ଟବ୍ସ, ଡୋନୋଭନ ଫେରେରା, ଲୁଙ୍ଗି ଏନ୍‌ଗିଡି, ଅନରିକ୍‌ ନର୍ଜେ

ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳା ସୂଚୀ

ପ୍ରଥମ ଟି-୨୦: କଟକ (୦୯-୧୨-୨୫)
ଦ୍ବିତୀୟ ଟି-୨୦: ନ୍ୟୁ ଚଣ୍ଡିଗଡ଼ (୧୧-୧୨-୨୫)
ତୃତୀୟ ଟି-୨୦: ଧର୍ମଶାଳା (୧୪-୧୨-୨୫)
ଚତୁର୍ଥ ଟି-୨୦: ଲକ୍ଷ୍ନୌ (୧୭-୧୨-୨୫)
ପଞ୍ଚମ ଟି-୨୦: ଅହମଦାବାଦ (୧୯-୧୨-୨୫)
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Vs South Africa: ପ୍ରଥମ ୩ ଓଭରରେ ଭାରତକୁ ୨ଟି ଝଟ୍‌କା; ବଡ଼ ସଟ୍ ଆଶାରେ ଫେଲ୍ ମାରିଲେ ଗିଲ୍, ସୂର୍ଯ୍ୟକୁମାର | Argus News