Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Pakistan / ଶିବରାତ୍ରିରେ କ୍ରିକେଟ୍‌ ଯୁଦ୍ଧ, କଲମ୍ବୋରେ ହେବ ଭାରତ-ପାକ୍ ହାଇଭୋଲଟେଜ୍ ଫାଇଟ୍

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଶିବରାତ୍ରିରେ କ୍ରିକେଟ୍‌ ଯୁଦ୍ଧ, କଲମ୍ବୋରେ ହେବ ଭାରତ-ପାକ୍ ହାଇଭୋଲଟେଜ୍ ଫାଇଟ୍
India vs Pakistan

Key Points

ମହାଶିବରାତ୍ରିରେ ହେବ ମହାସମର
ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ମ୍ୟାଚ୍‌କୁ ନେଇ ଉତ୍ସାହିତ ଅଛନ୍ତି କ୍ରିକେଟ୍‌ ପ୍ରେମୀ
ମହାଶିବରାତ୍ରିରେ ହେବ ମହାସମର । ରବିବାର ଖେଳାଯିବ ଟି-୨୦ ବିଶ୍ବକପ୍‌ର ସବୁଠୁ ବଡ଼ ମ୍ୟାଚ୍‌ । ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । କଲମ୍ବୋର ଆର.ପ୍ରେମାଦାସ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଆଉ ଏଥିପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି ମଧ୍ୟ ଜାରି ରଖିଛି । ସେପଟେ ଏହି ମୁକାବିଲା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ ।

ତେବେ ଏଥର ମ୍ୟାଚ୍‌ରେ ପେସ୍‌ ବୋଲିଂକୁ ନେଇ ଲଢ଼େଇ ନୁହେଁ ବରଂ ସ୍ପିନ୍‌ ବୋଲିଂକୁ ନେଇ ହେବ । ପାକିସ୍ତାନର ନୂଆ ସ୍ପିନର ଉସମାନ ତାରିକ୍‌ଙ୍କ ବୋଲିଂ ଆକ୍ସନ ଭାରତୀୟ ବ୍ୟାଟରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ଷ୍ଟପ୍-ଆଣ୍ଡ-ରୋଲ୍ ଆକ୍ସନ୍ ବା ବୋଲିଂ ମଝିରେ ଟିକେ ଅଟକି ଯାଉଥିବାରୁ ବ୍ୟାଟ୍ସମ୍ୟାନ୍‌ମାନେ ସମୟ ପାଇବାରେ ଅସୁବିଧା ଭୋଗୁଛନ୍ତି ।

କଲମ୍ବୋର ଏହି ପିଚ୍ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରିଥାଏ । ଷ୍ଟାଡିୟମ ବାଉଣ୍ଡ୍ରୀ ପ୍ରାୟ ୭୫-୮୫ ମିଟର ଲମ୍ବା ହୋଇଥିବାରୁ ଏଠାରେ ବଡ଼ ସଟ୍ ମାରିବା ସହଜ ହେବନାହିଁ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ମୁଖ୍ୟ ଭୂମିକା ତୁଲାଇବେ । କୁଲଦୀପ ଯାଦବଙ୍କୁ ମଧ୍ୟ ଏହି ସ୍ଲୋ' ପିଚର ସୁଯୋଗ ମିଳିବ । ରବିବାର ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟିମ୍ ବୟକଟ୍ କରିବାକୁ ଚେତାବନୀ ଦେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଖେଳିବାକୁ ରାଜି ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି ।

ପାକିସ୍ତାନ ଗତ କିଛି ଦିନ ହେବ କଲମ୍ବୋରେ ରହି ଅଭ୍ୟାସ କରୁଥିବାରୁ ପରିବେଶ ସହ ଅଧିକ ପରିଚିତ । ଅନ୍ୟପଟେ ଭାରତକୁ ମାତ୍ର ଗୋଟିଏ ସେସନରେ ପିଚ୍‌କୁ ବୁଝିବାକୁ ପଡ଼ିବ । ଅଧିନାୟକ ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଙ୍କୁ ସିଂ ସ୍ପିନ୍ ଖେଳିବାରେ ବେଶ୍ ମାହିର । ଯଦି ଭାରତୀୟ ବ୍ୟାଟର ପାକିସ୍ତାନୀ ସ୍ପିନରଙ୍କୁ ପ୍ରଥମ ୧୦ ଓଭର ସତର୍କତାର ସହ ଖେଳିଦିଅନ୍ତି, ତେବେ ବିଜୟ ପଥ ସୁଗମ ହେବ ବୋଲି କୁହାଯାଉଛି । ୨୦୨୫ ଏସିଆ କପ୍ ଫାଇନାଲ୍ ପରେ ଦୁଇ ଦଳ ମଧ୍ୟରେ ପ୍ରଥମ ବଡ଼ ମୁକାବିଲା ହେବାକୁ ଯାଉଛି । ତେଣୁ ମ୍ୟାଚ୍‌କୁ ନେଇ କ୍ରେଜ୍ ଅଧିକ ରହିଛି ।

ତେବେ ବିଶ୍ବକପରେ ଭାରତର ପଲା ସବୁବେଳେ ଭାରୀ ରହିଆସିଛି । ଟି-୨୦ ବିଶ୍ବକପରେ ଉଭୟ ୮ଥର ମୁହାଁମୁହିଁ ହୋଇଥିବାବେଳେ ରେକର୍ଡ ୭ ଥର ଜିତିଛି ଭାରତ । ପାକିସ୍ତାନ ମାତ୍ର ଗୋଟିଏ ଥର ଜିତିଥିବାବେଳେ ରବିବାର ମ୍ୟାଚ୍ ଜିତି ଭାରତ ଏହାକୁ ୮-୧ କରିବା ଆଶାରେ ରହିଛି ।
ନୋ-ହ୍ୟାଣ୍ଡସେକ୍‌ ବିବାଦ: ପାକିସ୍ତାନ ଅଧିନାୟକ ଦେଲେ ବଡ଼ ବୟାନ, କହିଲେ..
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs Pakistan T20 World Cup Clash in Colombo on Maha Shivaratri | Argus News