IPL Retention / ବିସିସିଆଇ ଦେଲା ବଡ଼ ଅପଡେଟ୍, ଆସନ୍ତା ସପ୍ତାହରେ ଆସିବ IPL ରିଟେନସନ୍ ତାଲିକା
·8 months ago·2 min read

Key Points
ଆଇପିଏଲ ମିନି ଅକ୍ସନକୁ ନେଇ ଆସିଲା ବଡ଼ ଅପଡେଟ୍ । ନଭେମ୍ବର ୧୫ ସୁଦ୍ଧା ଆସିବ ରିଟେନସନ୍ ଲିଷ୍ଟ । ଡିସେମ୍ବରରେ ହୋଇପାରେ ମିନି ନିଲାମୀ ।
ଆଇପିଏଲ ଆଗାମୀ ସିଜିନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆଇପିଏଲ ୨୦୨୬ ପାଇଁ ଡିସେମ୍ବର ମାସରେ ଅନୁଷ୍ଠିତ ହେବ ମିନି ଅକ୍ସନ । ଏହା ପୂର୍ବରୁ ସମସ୍ତ ୧୦ ଦଳ ସେମାନଙ୍କର ରିଟେନ୍ ଓ ରିଲିଜ୍ ଖେଳାଳିଙ୍କୁ ଚୟନ କରିବେ ଏବଂ ବିସିସିଆଇ ନିକଟରେ ଦାଖଲ କରିବେ । ସମସ୍ତ ଫ୍ରାଞ୍ଚାଇଜ୍ ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଆସନ୍ତା ସପ୍ତାହରେ ପ୍ରକାଶ କରିବେ । ଏନେଇ ବିଧିବଦ୍ଧ ଭାବେ ତାରିଖ ମଧ୍ୟ ଘୋଷଣା କରାଯାଇଛି ।
ରିଟେନ୍ ତାଲିକା କେବେ ସାର୍ବଜନୀନ ହେବ?
IPL ୨୦୨୬ର ସମସ୍ତ ୧୦ ଦଳ ସେମାନଙ୍କର ରିଟେନ୍ ଏବଂ ରିଲିଜ୍ ଖେଳାଳିଙ୍କ ତାଲିକା ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୧୫ । ସମସ୍ତ ଫ୍ରାଞ୍ଚାଇଜ୍ ଦେଇଥିବା ତାଲିକା ମଧ୍ୟ ସେହି ଦିନ ଅର୍ଥାତ ନଭେମ୍ବର ୧୫ରେ ସାର୍ବଜନୀନ ହେବ । ସବୁଠୁ ବଡ଼ କଥା ହେଉଛି କ୍ରିକେଟ୍ ପ୍ରେମୀମାନେ ଏହାକୁ ଲାଇଭ୍ ଦେଖିପାରିବେ ।
ଆଇପିଏଲ ୨୦୨୫ ସିଜିନ୍ରେ ଏକ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା । ଯାହା ସମସ୍ତ ଫ୍ରାଞ୍ଚାଇଜିଗୁଡ଼ିକୁ ତିନି ବର୍ଷ ପାଇଁ ଦଳ ଗଠନ କରିବାକୁ ଅନୁମତି ଦେଇଥିଲା । ଆଗାମୀ ନିଲାମ ଏକ ମିନି ନିଲାମ ହେବ । ରିପୋର୍ଟ ଅନୁସାରେ, ଫ୍ରାଞ୍ଚାଇଜ୍ ସର୍ବାଧିକ କେତେ ଜଣ ଖେଳାଳିଙ୍କୁ ରିଟେନ୍ ରଖିପାରିବ ତାହାର କୌଣସି ସୀମା ନାହିଁ ।
IPL ରିଟେନସନ୍ର ସିଧା ପ୍ରସାରଣ କେଉଁଠାରେ ହେବ?
IPL ରିଟେନସନ୍ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ୍ ଚ୍ୟାନେଲ୍ରେ ହେବ। ଏହା ସହ IPL ରିଟେନସନ୍ର ସିଧା ପ୍ରସାରଣ JioHotstar ଆପ୍ ଏବଂ ୱେବସାଇଟରେ ମଧ୍ୟ ଦେଖି ହେବ ।
IPL ନିଲାମ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ । ଡିସେମ୍ବର ତୃତୀୟ ସପ୍ତାହରେ ମିନି ନିଲାମ ଅନୁଷ୍ଠିତ ହେବାର ସମ୍ଭାବନା ଅଛି । ଏହା ଏକ ମିନି ନିଲାମ ହେବ । ତେଣୁ ଏହା କେବଳ ଗୋଟିଏ ଦିନ ହିଁ ଅନୁଷ୍ଠିତ ହେବ । ତେବେ ଏହି ମେଗା ଇଭେଣ୍ଟକୁ ଭାରତ ବାହାରେ କରିବାକୁ BCCI ବିଚାର କରୁଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ କେଉଁଠାରେ ଏହି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ସେନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।
ରିଟେନ୍ ତାଲିକା କେବେ ସାର୍ବଜନୀନ ହେବ?
IPL ୨୦୨୬ର ସମସ୍ତ ୧୦ ଦଳ ସେମାନଙ୍କର ରିଟେନ୍ ଏବଂ ରିଲିଜ୍ ଖେଳାଳିଙ୍କ ତାଲିକା ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୧୫ । ସମସ୍ତ ଫ୍ରାଞ୍ଚାଇଜ୍ ଦେଇଥିବା ତାଲିକା ମଧ୍ୟ ସେହି ଦିନ ଅର୍ଥାତ ନଭେମ୍ବର ୧୫ରେ ସାର୍ବଜନୀନ ହେବ । ସବୁଠୁ ବଡ଼ କଥା ହେଉଛି କ୍ରିକେଟ୍ ପ୍ରେମୀମାନେ ଏହାକୁ ଲାଇଭ୍ ଦେଖିପାରିବେ ।
ଅଧିକ ପଢ଼ନ୍ତୁ: ଭାରତକୁ ଖୁବ୍ଶୀଘ୍ର ମିଳିପାରେ ଏସିଆ କପ୍ ଟ୍ରଫି ! ନକଭିଙ୍କ ସହ ସାକ୍ଷାତ ପରେ ଏମିତି କହିଲେ BCCI ସଚିବ
ଗୋଟିଏ ଦଳ କେତେ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ ?ଆଇପିଏଲ ୨୦୨୫ ସିଜିନ୍ରେ ଏକ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା । ଯାହା ସମସ୍ତ ଫ୍ରାଞ୍ଚାଇଜିଗୁଡ଼ିକୁ ତିନି ବର୍ଷ ପାଇଁ ଦଳ ଗଠନ କରିବାକୁ ଅନୁମତି ଦେଇଥିଲା । ଆଗାମୀ ନିଲାମ ଏକ ମିନି ନିଲାମ ହେବ । ରିପୋର୍ଟ ଅନୁସାରେ, ଫ୍ରାଞ୍ଚାଇଜ୍ ସର୍ବାଧିକ କେତେ ଜଣ ଖେଳାଳିଙ୍କୁ ରିଟେନ୍ ରଖିପାରିବ ତାହାର କୌଣସି ସୀମା ନାହିଁ ।
IPL ରିଟେନସନ୍ର ସିଧା ପ୍ରସାରଣ କେଉଁଠାରେ ହେବ?
IPL ରିଟେନସନ୍ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ୍ ଚ୍ୟାନେଲ୍ରେ ହେବ। ଏହା ସହ IPL ରିଟେନସନ୍ର ସିଧା ପ୍ରସାରଣ JioHotstar ଆପ୍ ଏବଂ ୱେବସାଇଟରେ ମଧ୍ୟ ଦେଖି ହେବ ।
ଅଧିକ ପଢ଼ନ୍ତୁ: ICC ବୈଠକରେ ବଡ଼ ନିଷ୍ପତ୍ତି, ଅଲିମ୍ପିକ୍ସ ଖେଳିପାରିବନି ପାକିସ୍ତାନ !
ଗୋଟିଏ ଦିନ ପାଇଁ ହେବ IPL ନିଲାମIPL ନିଲାମ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ । ଡିସେମ୍ବର ତୃତୀୟ ସପ୍ତାହରେ ମିନି ନିଲାମ ଅନୁଷ୍ଠିତ ହେବାର ସମ୍ଭାବନା ଅଛି । ଏହା ଏକ ମିନି ନିଲାମ ହେବ । ତେଣୁ ଏହା କେବଳ ଗୋଟିଏ ଦିନ ହିଁ ଅନୁଷ୍ଠିତ ହେବ । ତେବେ ଏହି ମେଗା ଇଭେଣ୍ଟକୁ ଭାରତ ବାହାରେ କରିବାକୁ BCCI ବିଚାର କରୁଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ କେଉଁଠାରେ ଏହି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ସେନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories