Videos
|
Sports

Messi India Tour / ୧୪ ବର୍ଷ ପରେ ଭାରତ ଆସୁଛନ୍ତି ମେସି, ଜାଣନ୍ତୁ କେଉଁଠି କେଉଁଠି ରହିଛି ତାଙ୍କ କାର୍ଯ୍ୟକ୍ରମ...

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
୧୪ ବର୍ଷ ପରେ ଭାରତ ଆସୁଛନ୍ତି ମେସି, ଜାଣନ୍ତୁ କେଉଁଠି କେଉଁଠି ରହିଛି ତାଙ୍କ କାର୍ଯ୍ୟକ୍ରମ...

Key Points

୧୪ ବର୍ଷ ପରେ ଭାରତ ଆସୁଛନ୍ତି ମେସି । ଭାରତ ଗସ୍ତକୁ ନେଇ ନିଜେ ସ୍ପଷ୍ଟ କଲେ ଫୁଟବଲ ଲିଜେଣ୍ଡ । ୪ଟି ସହରରେ ରହିଛି ବଡ଼ କାର୍ଯ୍ୟକ୍ରମ । 

ଭାରତ ଆସିବେ ଲିଜେଣ୍ଡ ଫୁଟବଲର ଲିଓନେଲ୍ ମେସି । ୧୪ ବର୍ଷ ପରେ ପୁଣି ଥରେ ଭାରତ ଆସିବେ ମେସି । ଏନେଇ ପୂର୍ବରୁ ସୂଚନା ମିଳିସାରିଥିବା ବେଳେ ଏବେ ଏନେଇ ନିଜେ ସ୍ପଷ୍ଟ କରିଛନ୍ତି ମେସି । ଗୁରୁବାର ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି 'GOT ଟୁର୍ ଇଣ୍ଡିଆ ୨୦୨୫'ରେ ସେ ଅଂଶ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଭାରତ ହେଉଛି ଏକ ଫୁଟବଲର ମହାନ ଦେଶ । ଆଉ ଏହି ଦେଶକୁ ପୁଣି ଫେରିବା ଏକ ସମ୍ମାନର କଥା ବୋଲି ସେ କହିଛନ୍ତି ।

ଅର୍ଜେଣ୍ଟିନାର ଷ୍ଟାର ଫୁଟବଲର ମେସି ଶେଷ ଥର ପାଇଁ ୨୦୧୧ରେ ଭାରତ ଆସିଥିଲେ । ସେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଭେନେଜୁଏଲା ବିପକ୍ଷରେ ଆର୍ଜେଣ୍ଟିନାର ଅଧିନାୟକତ୍ୱ କରିଥିଲେ । ମେସି କହିଛନ୍ତି, 'ଭାରତ ମୋ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦେଶ । ୧୪ ବର୍ଷ ପୂର୍ବେ ଏଠାରେ ବିତାଇଥିବା ସୁନ୍ଦର ସ୍ମୃତି ଏବେ ବି ରହିଛି । ଭାରତରେ ପ୍ରଶଂସକଙ୍କ ଉତ୍ସାହ ଆଶ୍ଚର୍ଯ୍ୟଜନକ ଥିଲା । ଏଥର ମୁଁ ଏକ ନୂତନ ପିଢ଼ିକୁ ଭେଟିବା ଏବଂ ଫୁଟବଲ୍ ପ୍ରତି ମୋର ଆଗ୍ରହ ବାଣ୍ଟିବା ପାଇଁ ବହୁତ ଉତ୍ସାହିତ।"

ଅଧିକ ପଢ଼ନ୍ତୁ: ପ୍ରଥମ ଟେଷ୍ଟରେ ଭାରତର ଆକ୍ରମଣାତ୍ମକ ବୋଲିଂ, ୧୬୨ ରନରେ ଓ୍ବେଷ୍ଟଇଣ୍ଡିଜ୍ ଅଲଆଉଟ୍

ସୂଚନା ଅନୁସାରେ, ମେସିଙ୍କ ଚାରି ଦିନିଆ ଗସ୍ତ ଡିସେମ୍ବର ୧୩ରେ କୋଲକାତାରେ ଆରମ୍ଭ ହେବ । ତା'ପରେ ସେ ଅହମ୍ମଦାବାଦ, ମୁମ୍ବାଇ ଏବଂ ନୂଆଦିଲ୍ଲୀ ଯାତ୍ରା କରିବେ । ଡିସେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ସହିତ ମେସିଙ୍କ ଭାରତ ଟୁର୍ ଶେଷ ହେବ ।

କୋଲକାତାରେ ମେସିଙ୍କ କାର୍ଯ୍ୟକ୍ରମ କୋଲକାତାର ପ୍ରତିଷ୍ଠିତ ସଲ୍ଟ ଲେକ୍ ଷ୍ଟାଡିୟମରେ ହେବ । ଯେଉଁଠାରେ ସେ 'GOAT କନସର୍ଟ' ଏବଂ 'GOAT କପ୍'ରେ ସାମିଲ ହେବେ । ଏହି ମ୍ୟାଚ୍‌ରେ ସୌରଭ ଗାଙ୍ଗୁଲି, ବାଇଚୁଙ୍ଗ ଭୁଟିଆ ଏବଂ ଲିଆଣ୍ଡର ପେସ୍ ଭଳି କିମ୍ବଦନ୍ତୀ ଭାରତୀୟ ଖେଳାଳିମାନେ ମଧ୍ୟ ମେସିଙ୍କ ସହ ପଡ଼ିଆରେ ଉପସ୍ଥିତ ରହିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଗସ୍ତ ସମୟରେ ମେସି କନସର୍ଟ, ଫୁଡ୍ ଫେଷ୍ଟିଭାଲ, ଫୁଟବଲ୍ ମାଷ୍ଟରକ୍ଲାସ୍ ଏବଂ ପ୍ୟାଡେଲ୍ ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେହିପରି ମୁମ୍ବାଇରେ "ପ୍ୟାଡଲ୍ GOAT କପ୍" ଅନୁଷ୍ଠିତ ହେବ । ଏଥିରେ ଶାହରୁଖ ଖାନ, ସଚିନ୍ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ତାରକାମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି ।

ସବୁଠୁ ବଡ଼ କଥା ହେଉଛି, ନଭେମ୍ବରରେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ୍ ଦଳ କେରଳରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ମଧ୍ୟ ଖେଳିପାରେ । ତେବେ ଏପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱୀ ଏବଂ ମ୍ୟାଚ୍ ଭେନ୍ୟୁ ଚୁଡ଼ାନ୍ତ ହୋଇନାହିଁ । ଯଦି ଏହା ହୁଏ, ତେବେ ମେସି ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତ କରିପାରନ୍ତି । ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ୨୦୨୨ ବିଶ୍ୱକପ୍ ଚାମ୍ପିଅନ୍ ଅଧିନାୟକ ମେସିଙ୍କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ଫୁଟବଲ୍ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ଗସ୍ତକୁ ଭାରତରେ ଅନୁଷ୍ଠିତ ହୋଇଥିବା ସବୁଠାରୁ ବଡ଼ ଫୁଟବଲ୍ ସମ୍ବନ୍ଧୀୟ ଇଭେଣ୍ଟ ଭାବରେ ବିବେଚନା କରାଯାଉଛି ।


Related Topics

Explore more stories