Cricket / ଭାରତୀୟ ଦଳକୁ ଫେରିବେ ମହମ୍ମଦ ସାମି ! ଗୋଟିଏ ମ୍ୟାଚ୍ରେ ୮ ୱିକେଟ୍ ନେଇ ଦେଲେ ଜବାବ
·4 months ago·2 min read

Key Points
ଚଳିତ ରଣଜୀ ଟ୍ରଫିରେ ମହମ୍ମଦ ସାମି ଏବେ ସୁଦ୍ଧା ମୋଟ ୩୬ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି । ଏହା ପୂର୍ବରୁ ସାମି ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ମୋଟ ୧୬ଟି ୱିକେଟ୍ ହାସଲ କରଥିଲେ ।
କୋଲକାତା: ଟିମ୍ ଇଣ୍ଡିଆରୁ ବାହାରେ ଥିବା ମହମ୍ମଦ ସାମି ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ରଣଜୀ ଟ୍ରଫିର ଦ୍ଵିତୀୟ ସେମି ଫାଇନାଲ୍ରେ ଜମ୍ମୁ-କାଶ୍ମୀର ଓ ପଶ୍ଚିମବଙ୍ଗ ମ୍ୟାଚ୍ର ଗୋଟିଏ ପାଳିରେ ମହମ୍ମଦ ସାମି ଏକାକୀ ୮ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ।
ରଣଜୀ ଟ୍ରଫିରେ ଏହା ହେଉଛି ମହମ୍ମଦ ସାମିଙ୍କ ସବୁଠୁ ଭଲ ପ୍ରଦର୍ଶନ । ଏହା ପୂର୍ବରୁ ସାମିଙ୍କ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ୭/୭୯ ରହିଥିଲା । ଯାହାକୁ ଆହୁରି ଉନ୍ନତ କରିଛନ୍ତି ମହମ୍ମଦ ସାମି । ସାମିଙ୍କ ଘାତକ ବୋଲିଂ ଦମ୍ରେ ଜାମ୍ମୁ-କାଶ୍ମୀର ୩୦୨ ରନ୍ କରି ପ୍ରଥମ ପାଳିରେ ଆଉଟ୍ ହୋଇଛି ।
ଏଥିସହ ପଢ଼ନ୍ତୁ: ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍ଭି ଅସନ୍ତୋଷ: ଦଳରୁ ବାଦ୍ ପଡିବେ ବାବର, ଶାହିନ
ଫଳରେ ପ୍ରଥମ ପାଳିରେ ୩୨୮ ରନ୍ କରିଥିବା ପଶ୍ଚିମବଙ୍ଗ ୨୬ ରନ୍ରେ ଆଗୁଆ ରହିବା ସହ ଦ୍ଵିତୀୟ ଇନିଂସ ବ୍ୟାଟିଂ କରୁଛି । ଭାରତୀୟ ଦଳରୁ ବାହାରେ ଥିବା ମହମ୍ମଦ ସାମି ଘରୋଇ କ୍ରିକେଟ୍ରେ ଦମ୍ଦାର ପ୍ରଦର୍ଶନ କରି ତାଙ୍କ ଭିତରେ ୱିକେଟ୍ର ଭୋକ ପରିଚୟ ଦେଇଛନ୍ତି ।
ଚଳିତ ରଣଜୀ ଟ୍ରଫିରେ ମହମ୍ମଦ ସାମି ଏବେ ସୁଦ୍ଧା ମୋଟ ୩୬ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି । ଏହା ପୂର୍ବରୁ ସାମି ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ମୋଟ ୧୬ଟି ୱିକେଟ୍ ହାସଲ କରଥିଲେ । ସେହିଭଳି ବିଜୟ ହଜାରେ ଟ୍ରଫିରେ ସାମି ଚମତ୍କାର ବୋଲିଂ କରି ହାତେଇଥିଲେ ମୋଟ ୧୫ଟି ୱିକେଟ୍ ।
୨୦୨୩ ଦିନିକିଆ ବିଶ୍ଵକପ୍ ଶେଷ ହେବା ପରେ ଆହତ ଏବଂ ଫିଟନେସ୍ ପାଇଁ ସାମି ଭାରତୀୟ ଦଳରୁ ବାହାରେ ରହିଥିଲେ । ସେବେଠୁ ସାମି ଭାରତୀୟ ଦଳକୁ ଫେରି ପାରିନାହାନ୍ତି ।
ଏଥିସହ ପଢ଼ନ୍ତୁ: "ମୁଁ ଏଥର ବୋର୍ଡ ପରୀକ୍ଷା ଦେବିନି"... ବୈଭବ କହିଲେ ପାଠରୁ ମୋତେ କଣ ମିଳିବ!
ତଥାପି ମହମ୍ମଦ ସାମି ଘରୋଇ କ୍ରିକେଟ୍ରେ ଲାଗାତାର ଉନ୍ନତ ପ୍ରଦର୍ଶନ କରି ଫ୍ୟାନ୍ସଙ୍କ ମନ ଜିତି ଚାଲିଛନ୍ତି । ରଣଜୀ ଟ୍ରଫି ଆରମ୍ଭରୁ ସାମି ଗୁଜରାଟ ଓ ସର୍ଭିସେସ୍ ବିରୋଧରେ ୫ଟି ୱିକେଟ୍ ନେଇଥିଲେ । ଆଉ ବେଙ୍ଗଲ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ୮ଟି ୱିକେଟ୍ ନେଇ ବିସିସିଆଇର ଧ୍ୟାନ ଆକର୍ଷଣ କରିଛନ୍ତି ।
୨୦୨୫-୨୬ରେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରୁ ମଧ୍ୟ ମହମ୍ମଦ ସାମି ବାଦ୍ ପଡ଼ିଛନ୍ତି । ସେ ଭାରତ ପାଇଁ ଶେଷ ମ୍ୟାଚ୍ ୨୦୨୫ ଚାମ୍ପିଆନ୍ସ ଟ୍ରଫିରେ ଖେଳଥିଲେ । ଏବେ ରଣଜୀ ପରେ ସାମି ଆଇପିଏଲ୍ ୨୦୨୬ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ସହ କ୍ରିଜ୍ରେ ନଜର ଆସିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories