Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / ବାଂଲାଦେଶ ସହ ହାତ ମିଳାଇଲା ପାକିସ୍ତାନ; ବିଶ୍ଵକପ୍‌ରେ ଭାରତ ବିପକ୍ଷରେ ଖେଳିବନି ମ୍ୟାଚ୍ !

Sushanta Sahoo
Browse all articles by Sushanta Sahoo
·5 months ago·2 min read
ବାଂଲାଦେଶ ସହ ହାତ ମିଳାଇଲା ପାକିସ୍ତାନ; ବିଶ୍ଵକପ୍‌ରେ ଭାରତ ବିପକ୍ଷରେ ଖେଳିବନି ମ୍ୟାଚ୍ !
Big Twist Before T20 WC: Pakistan’s India Match Plan

Key Points

ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରୁ ବାହାରି ଯିବା ପାକିସ୍ତାନର ମୁଖ୍ୟ ଲକ୍ଷ୍ୟ ନୁହେଁ । ବରଂ ପାକିସ୍ତାନ ବିଶ୍ଵକପ୍‌ରେ ଭାରତ ସହ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ବୟକଟ୍ କରିବା ନେଇ ଗୁରୁତର ସହ ବିଚାର କରୁଛି ।
ନୂଆଦିଲ୍ଲୀ: ପାଖେଇ ଆସୁଛି ଟି-ଟ୍ଵେଣ୍ଟି ବିଶ୍ଵକପ୍ । କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା । ଉତ୍ସାହ ଭିତରେ ବଡ଼ ଷଡ଼ଯନ୍ତ୍ର ରଚିବାରେ ଲାଗିଛି ପାକିସ୍ତାନ । ଖବର ଅନୁସାରେ, ବିଶ୍ଵ କ୍ରିକେଟ୍ ଜଗତକୁ ଆର୍ଥିକ କ୍ଷତି ପହଞ୍ଚାଇବାକୁ ପାକିସ୍ତାନ ଯୋଜନା କରିଛି ।

ଆଉ ଏହି ଯୋଜନାକୁ ସାକାର କରିବାକୁ ବାଂଲାଦେଶ ସହ ପାକିସ୍ତାନ ହାତ ମିଳାଇଛି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରୁ ବାହାରି ଯିବା ପାକିସ୍ତାନର ମୁଖ୍ୟ ଲକ୍ଷ୍ୟ ନୁହେଁ । ବରଂ ପାକିସ୍ତାନ ବିଶ୍ଵକପ୍‌ରେ ଭାରତ ସହ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ବୟକଟ୍ କରିବା ନେଇ ଗୁରୁତର ସହ ବିଚାର କରୁଛି ।

ଏଥିସହ ପଢ଼ନ୍ତୁ: ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା

କଲୋମ୍ବୋର ଆର୍. ପ୍ରେମାଦାସ ଷ୍ଟାଡିୟମ୍‌ରେ ଫେବ୍ରୁଆରୀ ୧୫ ତାରିଖରେ ଭାରତ ବିପକ୍ଷରେ ପାକିସ୍ତାନ ଖେଳିବା ନେଇ ସୂଚୀ ନିର୍ଦ୍ଧାରଣ ରହିଛି । କିନ୍ତୁ ଏହି ମ୍ୟାଚ୍‌କୁ ପାକିସ୍ତାନ ବୟକଟ୍ କରିବାକୁ ବିଚାର କରୁଛି ।

ଫସିବ କି ପିସିବି ?

ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନ ବୟକଟ୍ କଲେ ପାକିସ୍ତାନ ଆଇନ୍ ଜାଲରେ ଛନ୍ଦି ହେବ କି ? ଏନେଇ ଆଶଙ୍କା ରହିଥିବା ବେଳେ ପିସିବି ବୟକଟ୍‌କୁ ନେଇ ଏକ ଯୋଜନା କରିଛି । ଯାହାଦ୍ଵାରା ଆଇସିସି କିମ୍ବା ବ୍ରଡକାଷ୍ଟର୍ସ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ । ଏପରିକି ମ୍ୟାଚ୍ ନ ଖେଳିବା ଲାଗି ଆର୍ଥିକ କ୍ଷତି ଭରଣା ପାଇଁ ପିସିବିକୁ ଦାବି କରିପାରିବେ ନାହିଁ ।

ଏନେଇ ପିସିବି ଏବଂ ପାକିସ୍ତାନ ସରକାର ଆଲୋଚନା କରୁଥିବା ସୂଚନା ମିଳିଛି । ସୂତ୍ର ଅନୁସାରେ, ପାକିସ୍ତାନ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ପିସିବି ଆଗକୁ ବଢ଼ିବ ।

ଏଥିସହ ପଢ଼ନ୍ତୁ: ପ୍ରେମ ବାଈସାଙ୍କ ମୃତ୍ୟୁ ପରେ ଆକାଉଣ୍ଟରୁ କିଏ କଲା ପୋଷ୍ଟ ? ଆଶ୍ରମରୁ ହସ୍ପିଟାଲ୍ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ...

ତେବେ ICC ଅନୁସାରେ, କ୍ରିକେଟ୍‌ରେ ରାଜନୈତିକ ପ୍ରଭୃତ୍ଵ ପାଇଁ ବୋର୍ଡକୁ ଆର୍ଥିକ କ୍ଷତି ଭରଣା କରିବାକୁ ପଡ଼ିବ । ଜାତୀୟ ସୁରକ୍ଷା ଓ ସରକାରୀ ନିର୍ଦ୍ଦେଶନାମା କଥା କହି ପିସିବି ICC ନିୟମକୁ ମାତ୍ ଦେବ ବୋଲି ଆଶା ରଖିଛି ।

ଏନେଇ ପିସିବି ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀ ବିସ୍ତୃତ ଭାବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫଙ୍କୁ ବୁଝାଇଛନ୍ତି । ଖେଳରୁ ଓହରିଲେ କଣ କ୍ଷତି ଏବଂ କଣ ଲାଭ ମିଳିବ କହିଛନ୍ତି । ତେବେ ସମ୍ପୂର୍ଣ୍ଣ ବିଶ୍ଵକପ୍‌କୁ ବୟକଟ୍ ପରିବର୍ତ୍ତେ ଫେବ୍ରୁଆରୀ ୧୫ରେ ଭାରତ ବିପକ୍ଷ ଗ୍ରୁପ୍ ମ୍ୟାଚ୍‌ରୁ ପାକିସ୍ତାନ ଓହରିବାକୁ ଚିନ୍ତା କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
T20 World Cup Shock: Pakistan May Skip India Match | Argus News | Argus News