Shoaib Malik Fourth Marriage / ପୁଣି କିଏ ? ଚତୁର୍ଥ ବିବାହକୁ ନେଇ ମୁହଁ ଖୋଲିଲେ ସାନିଆଙ୍କ ପୂର୍ବତନ ସ୍ଵାମୀ ଶୋଏବ ମଲିକ
·4 months ago·2 min read

Key Points
ଚତୁର୍ଥ ବିବାହ କରିବେ କି ଶୋଏବ ମଲିକ
ଆଉ ଜଣେ ଅଭିନେତ୍ରୀଙ୍କୁ ନେଇ ଚର୍ଚ୍ଚା
ସାନିଆ ମିର୍ଜା ଥିଲେ ଦ୍ଵିତୀୟ ପତ୍ନୀ
ଆଉ ଜଣେ ଅଭିନେତ୍ରୀଙ୍କୁ ନେଇ ଚର୍ଚ୍ଚା
ସାନିଆ ମିର୍ଜା ଥିଲେ ଦ୍ଵିତୀୟ ପତ୍ନୀ
ପୂର୍ବତନ ପାକିସ୍ତାନୀ ଷ୍ଟାର କ୍ରିକେଟର ଶୋଏବ ମଲିକ ନିଜ ଏକାଧିକ ବିବାହକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ସେ ଦୀର୍ଘ ସମୟ ଧରି ପାକିସ୍ତାନର ଅଧିନାୟକତ୍ୱ ମଧ୍ୟ କରିଥିଲେ । ତେବେ ବର୍ତ୍ତମାନ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରର ଶିରୋନାମା ପାଲଟିଛନ୍ତି । ସାନିଆ ମିର୍ଜାଙ୍କ ସହ ଛାଡପତ୍ର ପରେ ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଥିଲେ । କିନ୍ତୁ ଏବେ ସେ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ହେବା ପରେ ମୁହଁ ଖୋଲିଛନ୍ତି ଶୋଏବ ।
ସେ ଆହୁରି କହିଛନ୍ତି, "ଜଣେ ସାର୍ବଜନୀନ ବ୍ୟକ୍ତି ଭାବରେ, ମୁଁ ଜାଣେ ଯେ ସମର୍ଥନ ସମାଲୋଚନା ସହିତ ଥାଏ । କିନ୍ତୁ ଏହାର ଏକ ସୀମା ଅଛି । ଗୋପନୀୟତା ଉଲ୍ଲଂଘନ କରିବାର ଏକ ସୀମା ରହିଛି । ମୋର ଦ୍ୱିତୀୟ ବିବାହ ପରଠାରୁ, ଲୋକମାନେ ମୋ ନାମକୁ ମୁଁ କେବେ ଭେଟିନଥିବା ଲୋକଙ୍କ ସହିତ ଯୋଡ଼ିଛନ୍ତି ଏବଂ ମୋର ସମ୍ମାନ ଉପରେ କଥା ଆସିଛି ।"
ମଲିକ ତାଙ୍କ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ସେ ଚତୁର୍ଥ ବିବାହ ଯୋଜନା କରୁନାହାଁନ୍ତି । ସୋସିଆଲ ମିଡିଆରେ ଯାହା ଚର୍ଚ୍ଚା ହେଉଛି ସେହି ଖବର କେବଳ ଏକ ଗୁଜବ ।
ସୂଚନା ଥାଉ କି, ପାକିସ୍ତାନୀ କ୍ରିକେଟର ଶୋଏବ ପ୍ରଥମ ବିବାହ ଆୟେଶା ସିଦ୍ଦିକିଙ୍କୁ ୨୦୦୨ ମସିହାରେ କରିଥିଲେ । ଏହି ବିବାହ ୨୦୧୦ ମସିହାର ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ସେ ଭାରତର ପୂର୍ବତନ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏହା ପରେ ସେ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ତୃତୀୟ ବିବାହ କରିଥିଲେ । ଏବେ ସେ ପାକିସ୍ତାନୀ ଟେଲିଭିଜନ ଅଭିନେତ୍ରୀ ୱନିଜା ସତ୍ତାରଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା, ଯାହାକୁ ଶୋଏବ ଖଣ୍ଡନ କରିଛନ୍ତି ।
ଅଧିକ ଖବର ପଢନ୍ତୁ...
- ନୀରବତା ଭାଙ୍ଗିଲେ ଶୋଏବ ମଲିକ

- ପୁଣି ବର ସାଜିବେ କି ଶୋଏବ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories