Rohit Sharma / ଅଷ୍ଟ୍ରେଲିଆ ଛାଡ଼ିବା ବେଳେ ରୋହିତଙ୍କ ରହସ୍ୟଜନକ ପୋଷ୍ଟ, ପ୍ରଶଂସକଙ୍କ ବଢ଼ିଲା ଚିନ୍ତା
·8 months ago·2 min read

Key Points
ଅଷ୍ଟ୍ରେଲିଆ ସିରିଜ ସରିବା ପରେ ରୋହିତଙ୍କ ଅବସରକୁ ନେଇ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଆଲୋଚନାର ଉଷ୍ମତା ଭିତରେ ରୋହିତ ଶର୍ମା ନିଜେ କରିଛନ୍ତି ଏକ ରହସ୍ୟଜନକ ପୋଷ୍ଟ । ଯାହାକୁ ନେଇ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ସମର୍ଥକଙ୍କ ହାର୍ଟ ବିଟ୍ ବଢ଼ି ଯାଇଛି ।
ମୁମ୍ବାଇ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶନିବାର ସରିଛି । ଭାରତ ୧-୨ରେ ସିରିଜ୍ ହାରିଥିବା ବେଳେ ଅନ୍ତିମ ମ୍ୟାଚ୍କୁ ଜିତାଇ ସମ୍ମାନ ରଖିଥିଲେ ରୋହିତ ଓ ବିରାଟ । ୩୮ ବର୍ଷୀୟ ରୋହିତ ସିଡନୀରେ ଖେଳା ଯାଇଥିବା ଅନ୍ତିମ ଦିନିକିଆରେ ମ୍ୟାନ୍ ଅଫ୍ ଦି ସିରିଜ୍ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ସିଡନୀ ଦିନିକିଆରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ୧୨୫ ବଲ୍ରେ ଅପରାଜିତ ୧୨୧ ରନ୍ ସ୍କୋର କରିଥିଲେ । ରୋହିତଙ୍କ ଚିତ୍ତାକର୍ଷକ ଶତକ ବଳରେ ଅଷ୍ଟ୍ରେଲିଆକୁ ୯ ୱିକେଟ୍ରେ ମାତ୍ ଦେଇଥିଲା ଭ୍ରମଣକାରୀ ଭାରତୀୟ ଦଳ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ରୋହିତ ମୋଟ ୨୦୨ ରନ୍ ସଂଗ୍ରହ କରିଥିଲେ ।
ଏଥିସହ ପଢ଼ନ୍ତୁ: NHରେ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା STF, ୨ ଗିରଫ
ଆଉ ଏବେ ଅଷ୍ଟ୍ରେଲିଆ ସିରିଜ ସରିବା ପରେ ରୋହିତଙ୍କ ଅବସରକୁ ନେଇ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଆଲୋଚନାର ଉଷ୍ମତା ଭିତରେ ରୋହିତ ଶର୍ମା ନିଜେ କରିଛନ୍ତି ଏକ ରହସ୍ୟଜନକ ପୋଷ୍ଟ । ଯାହାକୁ ନେଇ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ସମର୍ଥକଙ୍କ ହାର୍ଟ ବିଟ୍ ବଢ଼ି ଯାଇଛି ।
ରବିବାର ସୋସିଆଲ୍ ମିଡିଆ Xରେ ଏକ ଫଟୋ ସେୟାର କରିଛନ୍ତି ରୋହିତ ଶର୍ମା । ଫଟୋଟି ସିଡନୀ ବିମାନବନ୍ଦରର ହୋଇଥିବା ବେଳେ ଭାରତ ଫେରୁଛନ୍ତି ରୋହିତ । ଯେଉଁଥିରେ ସେ ଲେଖିଛନ୍ତି, ଶେଷ ଥର ସିଡନୀରୁ ବିଦାୟ । ଆଉ ରୋହିତଙ୍କ ଏହି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି ।
ନିଆଁ ଭଳି ରୋହିତ ପୋଷ୍ଟ ଭାଇରାଲ୍ ହେଉଥିବା ବେଳେ ପ୍ରଶଂସକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । କ'ଣ ଦିନିକିଆରୁ ଅବସର ନେବା ନେଇ ଏଭଳି ପୋଷ୍ଟ ମାଧ୍ୟମରେ ସଂକେତ ଦେଇଛନ୍ତି ରୋହିତ ଶର୍ମା ? ନା ଅଷ୍ଟ୍ରେଲିଆ ଗସ୍ତ ଅନୁଭୂତିକୁ ତାଜା କରିବାକୁ ଏଭଳି ପୋଷ୍ଟ କରିଛନ୍ତି ରୋହିତ ଶର୍ମା ।
ଏଥିସହ ପଢ଼ନ୍ତୁ: କେବେ ରୋହିତ ଶର୍ମା ନେବେ ଅବସର ? ପିଲା ଦିନର କୋଚ୍ କହିଦେଲେ ହିଟ୍ମ୍ୟାନ୍ଙ୍କ ପ୍ଲାନ୍
ଯଦିଓ ରୋହିତ ଶର୍ମାଙ୍କ ଏ ପୋଷ୍ଟ ନେଇ ବିଧିବଦ୍ଧ ଭାବେ କୌଣସି ସ୍ପଷ୍ଟୀକରଣ ଆସି ନାହିଁ । ତତାପି ହିଟ୍ ମ୍ୟାନଙ୍କ ଶାନଦାର ପ୍ରଦର୍ଶନ ପରେ ଏଭଳି ପୋଷ୍ଟ ପ୍ରଂଶସକଙ୍କୁ ଭାବବିହ୍ଵଳ କରିଛି ନିଶ୍ଚୟ ।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ଅବ୍ଯାହତି ଦିଆ ଯାଇଥିଲା । ରୋହିତଙ୍କ ସ୍ଥାନରେ ଶୁବମନ ଗିଲ୍ ହୋଇଥିଲେ ଦିନିକିଆ ଦଳର ଅଧିନାୟକ । ପୂର୍ବରୁ ଟେଷ୍ଟ ଓ ଟି-ଟ୍ଵେଣ୍ଟିରୁ ରୋହିତ ଅବସର ଘୋଷଣା କରି ସାରିଥିବା ବେଳେ ଏବେ ଦିନିକିଆଙ୍କୁ ନେଇ ତାଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

One last time, signing off from Sydney 👊 pic.twitter.com/Tp4ILDfqJm
— Rohit Sharma (@ImRo45) October 26, 2025
ରବିବାର ସୋସିଆଲ୍ ମିଡିଆ Xରେ ଏକ ଫଟୋ ସେୟାର କରିଛନ୍ତି ରୋହିତ ଶର୍ମା । ଫଟୋଟି ସିଡନୀ ବିମାନବନ୍ଦରର ହୋଇଥିବା ବେଳେ ଭାରତ ଫେରୁଛନ୍ତି ରୋହିତ । ଯେଉଁଥିରେ ସେ ଲେଖିଛନ୍ତି, ଶେଷ ଥର ସିଡନୀରୁ ବିଦାୟ । ଆଉ ରୋହିତଙ୍କ ଏହି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି ।
ନିଆଁ ଭଳି ରୋହିତ ପୋଷ୍ଟ ଭାଇରାଲ୍ ହେଉଥିବା ବେଳେ ପ୍ରଶଂସକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । କ'ଣ ଦିନିକିଆରୁ ଅବସର ନେବା ନେଇ ଏଭଳି ପୋଷ୍ଟ ମାଧ୍ୟମରେ ସଂକେତ ଦେଇଛନ୍ତି ରୋହିତ ଶର୍ମା ? ନା ଅଷ୍ଟ୍ରେଲିଆ ଗସ୍ତ ଅନୁଭୂତିକୁ ତାଜା କରିବାକୁ ଏଭଳି ପୋଷ୍ଟ କରିଛନ୍ତି ରୋହିତ ଶର୍ମା ।
ଏଥିସହ ପଢ଼ନ୍ତୁ: କେବେ ରୋହିତ ଶର୍ମା ନେବେ ଅବସର ? ପିଲା ଦିନର କୋଚ୍ କହିଦେଲେ ହିଟ୍ମ୍ୟାନ୍ଙ୍କ ପ୍ଲାନ୍
ଯଦିଓ ରୋହିତ ଶର୍ମାଙ୍କ ଏ ପୋଷ୍ଟ ନେଇ ବିଧିବଦ୍ଧ ଭାବେ କୌଣସି ସ୍ପଷ୍ଟୀକରଣ ଆସି ନାହିଁ । ତତାପି ହିଟ୍ ମ୍ୟାନଙ୍କ ଶାନଦାର ପ୍ରଦର୍ଶନ ପରେ ଏଭଳି ପୋଷ୍ଟ ପ୍ରଂଶସକଙ୍କୁ ଭାବବିହ୍ଵଳ କରିଛି ନିଶ୍ଚୟ ।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ଅବ୍ଯାହତି ଦିଆ ଯାଇଥିଲା । ରୋହିତଙ୍କ ସ୍ଥାନରେ ଶୁବମନ ଗିଲ୍ ହୋଇଥିଲେ ଦିନିକିଆ ଦଳର ଅଧିନାୟକ । ପୂର୍ବରୁ ଟେଷ୍ଟ ଓ ଟି-ଟ୍ଵେଣ୍ଟିରୁ ରୋହିତ ଅବସର ଘୋଷଣା କରି ସାରିଥିବା ବେଳେ ଏବେ ଦିନିକିଆଙ୍କୁ ନେଇ ତାଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories