Rohit Sharma / କେବେ ରୋହିତ ଶର୍ମା ନେବେ ଅବସର ? ପିଲା ଦିନର କୋଚ୍ କହିଦେଲେ ହିଟ୍ମ୍ୟାନ୍ଙ୍କ ପ୍ଲାନ୍
·8 months ago·2 min read

Key Points
ଦିନିକିଆରୁ କେବେ ରୋହିତ ନେବେ ଅବସର ? ହିଟ୍ମ୍ୟାନ୍ଙ୍କ ପିଲାଦିନର କୋଚ୍ କଲେ ଖୁଲାସା । କହିଲେ...
ଶନିବାର ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ ରୋହିତ ଶର୍ମା । ପୂର୍ବତନ ଭାରତୀୟ ଅଧିନାୟକ ୧୨୫ ବଲ୍ରୁ ୧୨୧ ରନ୍ର ଅପରାଜିତ ଇନିଂସ ଖେଳିଥିଲେ । ଯେଉଁଥିରେ ୧୩ ଚୌକା ଓ ୩ ଛକା ସାମିଲ ଥିଲା । ଏହା ରୋହିତଙ୍କ ୫୦ତମ ଅନ୍ତର୍ଜାତୀୟ ଶତକ ଥିଲା । ରୋହିତ ଏବଂ ବିରାଟ କୋହଲି ଦ୍ୱିତୀୟ ୱିକେଟ ପାଇଁ ଅପରାଜିତ ୧୬୮ ରନ୍ ପାର୍ଟନରସିପ୍ କରିଥିଲେ, ଯାହାଫଳରେ ଭାରତ ସେହି ମ୍ୟାଚ୍କୁ ୯ ଓ୍ବିକେଟରେ ବିଜୟଲାଭ କରିଥିଲେ ।
ଏହା ସମ୍ଭବତଃ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅଷ୍ଟ୍ରେଲିଆ ମାଟିରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ଆଉ ଏହି ମ୍ୟାଚ୍ରେ ରୋହିତ ଏବଂ କୋହଲି ଏକ ଚମତ୍କାର ପ୍ରଦର୍ଶନ କରି ଦିନଟିକୁ ଅବିସ୍ମରଣୀୟ କରିଥିଲେ । ରୋହିତ ଏପରି ପ୍ରଦର୍ଶନ କରିଥିଲେ ଯେପରି ସେ ନିରନ୍ତର କ୍ରିକେଟ୍ ଖେଳୁଛନ୍ତି । ୩୮ ବର୍ଷ ବୟସରେ "ହିଟ୍ମ୍ୟାନ୍" ପୂର୍ବ ଅପେକ୍ଷା ଅଧିକ ଫିଟ୍ ଏବଂ ଅଧିକ ରନ୍ ପାଇଁ ଭୋକିଲା ଥିବା ପରି ଦେଖିବାକୁ ମିଳିଥିଲା ।
ରୋହିତ ଶର୍ମାଙ୍କୁ ଆଉଟ୍ କରିବା ପାଇଁ ଅଷ୍ଟ୍ରେଲିଆ ବୋଲର ବହୁ ଚେଷ୍ଟା କରିଥିଲେ । କିନ୍ତୁ ରୋହିତଙ୍କୁ କଙ୍ଗାରୁ ବୋଲରଙ୍କୁ କିଛି ବି ସୁଯୋଗ ଦେଇନଥିଲେ । ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ୧୦୧ ହାରରେ ୨୦୨ ରନ୍ କରିଥିଲେ, ଯାହା ସିରିଜରେ ଯେକୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ। ରୋହିତଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଥିଲା ।
ବିରାଟ କୋହଲିଙ୍କ ସହ ରୋହିତ ଶର୍ମାଙ୍କ ଚମତ୍କାର ଭାଗୀଦାରୀ ପୁରୁଣା ଦିନର ସ୍ମୃତିକୁ ଫେରାଇ ଆଣିଥିଲା ଯେତେବେଳେ ସେମାନେ ଏହିପରି ଭାବରେ ଦଳ ପାଇଁ ମ୍ୟାଚ୍ ଜିତାଉଥିଲେ। ସିଡନୀ ଦିନିକିଆ ପରେ ରୋହିତ ଶର୍ମାଙ୍କ ପିଲାଦିନର ପ୍ରଶିକ୍ଷକ ଦିନେଶ ଲାଡ୍ 'ହିଟମ୍ୟାନ'ଙ୍କ ଭବିଷ୍ୟତ ଯୋଜନା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଲାଡ୍ କହିଛନ୍ତି ଯେ ରୋହିତ ୨୦୨୭ ଦିନିକିଆ ବିଶ୍ୱକପ୍ ପରେ ଅବସର ନେବାକୁ ନିଷ୍ପତ୍ତି ନେଇସାରିଛନ୍ତି ।
ଦିନେଶ ଲାଡ୍ ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି, 'ରୋହିତ ଯେପରି ବ୍ୟାଟିଂ କରିଥିଲେ ଏବଂ ଭାରତକୁ ବିଜୟୀ କରାଇଥିଲେ ତାହା ଦେଖି ବହୁତ ଭଲ ଲାଗିଲା । ସେ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳି ଏବଂ ତା'ପରେ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।"
ରୋହିତ ଶର୍ମାଙ୍କ ସ୍ୱପ୍ନ ହେଉଛି ଭାରତ ପାଇଁ ଦିନିକିଆ ବିଶ୍ୱକପ୍ ଜିତିବା । ରୋହିତ ୨୦୧୧ ବିଶ୍ୱକପ୍ରେ ଭାରତୀୟ ଦଳର ସାମିଲ ନଥିଲେ । ଆଉ ୨୦୨୩ ବିଶ୍ବକପ୍ରେ ଭାରତ ରୋହିତଙ୍କ ଅଧିନାୟକତ୍ବରେ ଫାଇନାଲ ମ୍ୟାଚ୍ରେ ପରାଜୟ ବରଣ କରିଥିଲା ।
ଦିନେଶ ଲାଡ୍ ମଧ୍ୟ ବିରାଟ କୋହଲିଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି, ସେ କହିଛନ୍ତି, କୋହଲି ଲଗାତାର ଦୁଇଟି ମ୍ୟାଚ୍ରେ ଶୂନ୍ୟରେ ଆଉଟ୍ ହେବା ପରେ ସିଡନୀରେ ଅପରାଜିତ ୭୪ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଲାଡ୍ କହିଛନ୍ତି "ସେ ଏପରି ଜଣେ ଖେଳାଳି ଯିଏ ଯେକୌଣସି ପରିସ୍ଥିତିରେ ସଫଳ ହୋଇପାରନ୍ତି । ତାଙ୍କର ଖେଳିବା ଶୈଳୀ ମୋତେ ପ୍ରକୃତରେ ପସନ୍ଦ ଆସିଥିଲା ।"

ଅଧିକ ପଢ଼ନ୍ତୁ: ଅବସରକୁ ନେଇ ବଡ଼ ଘୋଷଣା କଲେ ରୋହିତ-କୋହଲି; କହିଲେ, ଧନ୍ୟବାଦ ଅଷ୍ଟ୍ରେଲିଆ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories