Rohit Sharma Transformation / ଗୋଟିଏ ଫଟୋ ପାଇଁ ନିଜ ଓଜନ କମାଇଲେ ରୋହିତ, ନାୟାର କଲେ ବଡ଼ ଖୁଲାସା

Key Points
ରୋହିତଙ୍କୁ ନେଇ ବଡ଼ ଖୁଲାସା କଲେ ଅଭିଷେକ । କହିଲେ, ଗୋଟିଏ ଫଟୋ ରୋହିତଙ୍କୁ ଦେଲା ପ୍ରେରଣା । ଆଉ ତା ପରେ...
ପର୍ଥ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି ରୋହିତ ଶର୍ମା । ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ଅକ୍ଟୋବର ୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ପୁଣି ଥରେ ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିବେ ହିଟ୍ ମ୍ୟାନ୍ । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତାଙ୍କର କ୍ରିକେଟ୍ ଭବିଷ୍ୟତ ଏବଂ ୨୦୨୭ ବିଶ୍ବକପ୍ ଦଳରେ ରହିବା ପାଇଁ ଏହି ସିରିଜ୍ରେ ଭଲ ପ୍ରଦର୍ଶନ କରିବା ଜରୁରୀ ।
ତେବେ ଏହି ସିରିଜ୍ରେ ରୋହିତଙ୍କ ଶରୀର ପରିବର୍ତ୍ତନ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ତାଙ୍କ ଓଜନ କମ୍ କରିଛନ୍ତି ଏବଂ ବହୁତ ପତଳା ଦେଖାଯାଉଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ସହାୟକ ପ୍ରଶିକ୍ଷକ ଏବଂ ରୋହିତ ଶର୍ମାଙ୍କ ଘନିଷ୍ଠ ବନ୍ଧୁ ଅଭିଷେକ ନାୟାର ରୋହିତ ଶର୍ମାଙ୍କ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ସିରିଜ୍ ପୂର୍ବରୁ ନାୟାର କହିଛନ୍ତି ଯେ ରୋହିତ ସୁସ୍ଥ, ଦ୍ରୁତ ଓ ଫିଟ୍ ରହିବା ପାଇଁ କଠିନ ପରିଶ୍ରମ କରିଛନ୍ତି ।
ପୂର୍ବତନ ଭାରତୀୟ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର କହିଛନ୍ତି ଯେ ରୋହିତ ଶର୍ମାଙ୍କ ଓଜନକୁ ନେଇ ହେଉଥିବା ଆଲୋଚନା ତାଙ୍କୁ ତାଙ୍କ ଶରୀରରେ ପରିବର୍ତ୍ତନ କରିବାକୁ ପ୍ରେରଣା ଦେଇଥିଲା । କିଛି ମାସ ପୂର୍ବେ ବିମାନ ବନ୍ଦରରେ ରୋହିତଙ୍କ ଫଟୋ ବେଶ୍ ଭାଇରାଲ ହୋଇଥିଲା । ଅନେକ ଏହି ଫଟୋକୁ ନେଇ ରୋହିତଙ୍କୁ ଟ୍ରୋଲ୍ ମଧ୍ୟ କରିଥିଲେ । ଆଉ ଏହି ଫଟୋଗୁଡ଼ିକ ହିଁ ରୋହିତଙ୍କୁ ତାଙ୍କ ଶରୀରରେ ପରିବର୍ତ୍ତନ କରିବାକୁ ପ୍ରେରଣା ଦେଇଥିଲା । ସେହିପରି ନାୟାର ଆହୁରି କହିଛନ୍ତି କି ରୋହିତଙ୍କ ଓଜନ ହ୍ରାସ କରିବାର ନିଷ୍ପତ୍ତି ବ୍ୟକ୍ତିଗତ ଥିଲା, କାହାକୁ ଉତ୍ତର ଦେବା ବିଷୟରେ ନୁହେଁ ।
📱 Get Argus News App
✨ଅଧିକ ପଢ଼ନ୍ତୁ: ୧୭ ହଜାର କୋଟିରେ ବିକ୍ରି ହେବ RCB ! ଏହି ଫ୍ରାଞ୍ଚାଇଜ୍କୁ କିଣିପାରେ ଆଦାନୀ ଗ୍ରୁପ୍
୩୮ ବର୍ଷୀୟ ରୋହିତ ପ୍ରାୟ ସାତ ମାସ ଧରି ଭାରତୀୟ ଦଳରୁ ଦୂରରେ ଅଛନ୍ତି । ସେ ପୂର୍ବରୁ ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । ଏବେ ସେ କେବଳ ଦିନିକିଆ କ୍ରିକେଟ ଖେଳୁଥିବାର ନଜର ଆସିବେ । ତେବେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ରୋହିତଙ୍କୁ ହଠାତ୍ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ରୋହିତଙ୍କ ସ୍ଥାନରେ ୨୬ ବର୍ଷୀୟ ଶୁବମନ ଗିଲଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା ।
ରୋହିତ ଭାରତ ପାଇଁ ୨୭୩ଟି ODI ଖେଳି ୪୮.୭୬ ହାରରେ ଏବଂ ୯୨.୮୦ ଷ୍ଟ୍ରାଇକ୍ ରେଟ୍ରେ ୧୧,୧୬୮ ରନ୍ କରିଛନ୍ତି । ଏଥିରେ ୩୨ ଶତକ ଏବଂ ୫୮ ଅର୍ଦ୍ଧଶତକ ରହିଛି । ରୋହିତ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା, ଯାହା ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଥିଲା ।
Related Topics
Explore more stories