Virat Rohit Retirement / ଖେଳିବେନି ବିଶ୍ବକପ୍, ଅଷ୍ଟ୍ରେଲିଆ ଗସ୍ତ ପରେ ଅବସର ନେବେ କୋହଲି- ରୋହିତ !

Key Points
କ୍ରିକେଟ ପ୍ରେମୀଙ୍କୁ ଲାଗିପାରେ ବଡ଼ ଝଟକା । ଅଷ୍ଟ୍ରେଲିଆ ଗସ୍ତ ହୋଇପାରେ ବିରାଟ-ରୋହିତଙ୍କ ଶେଷ ସିରିଜ୍ । ୨୭ ବିଶ୍ବକପରେ ଦେଖିବାକୁ ମିଳିନପାରେ ରୋ-କୋ ଯୋଡ଼ି।
ଅକ୍ଟୋବର ୧୯ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ୍ । ଏଥିପାଇଁ ଟିମ୍ ଘୋଷଣା କରିସାରିଛି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)। ତେବେ ଏଥର ଦଳ ଚୟନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କାହିଁକି ନା ହଠାତ୍ ରୋହିତଙ୍କୁ ଦିନିକିଆ କ୍ୟାପଟେନରୁ ବିସିସିଆଇ ହଟାଇ ଦେଇଛି । ରୋହିତଙ୍କ ସ୍ଥାନରେ ଶୁବମନ ଗିଲଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତର ବିଜୟ ସତ୍ତ୍ୱେ, ରୋହିତ ଶର୍ମାଙ୍କଠାରୁ ଦିନିକିଆ ଅଧିନାୟକ ପଦ ଛଡ଼ାଇ ନିଆଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ହିଟମ୍ୟାନ ଅଧିନାୟକ ନ ଥିଲେ ମଧ୍ୟ ରୋହିତ ଶର୍ମା ଏବଂ ବିରାଟ କୋହଲି ODI ଦଳରେ ରହିଛନ୍ତି ।
ଟିମ ଇଣ୍ଡିଆ ଘୋଷଣା ପରେ ଏକ ପ୍ରେସ୍ କନଫରେନ୍ସରେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ୨୦୨୭ ଦିନିକିଆ ବିଶ୍ୱକପ୍ ବିଷୟରେ କହିଥିଲେ । ଅଗରକର କହିଛନ୍ତି ଯେ ୨୦୨୭ ODI ବିଶ୍ୱକପକୁ ସାମ୍ନାରେ ରଖି ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ବିସିସିଆଇ ବର୍ତ୍ତମାନ ଟିମ ଇଣ୍ଡିଆରେ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦେଉଛି ।
📱 Get Argus News App
✨ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମା ବର୍ତ୍ତମାନ ୩୮ ବର୍ଷ ବୟସରେ ଅଛନ୍ତି । ୨୦୨୭ ବିଶ୍ୱକପ ସୁଦ୍ଧା ରୋହିତ ୪୦ ବର୍ଷ ବୟସରେ ପହଞ୍ଚିବେ । ସେହିପରି ଆଗାମୀ ଦୁଇ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ସୀମିତ ସଂଖ୍ୟକ ଦିନିକିଆ ମ୍ୟାଚ ରହିଛି । ଅନ୍ୟପଟେ ରୋହିତ ଏବେ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି । ତେଣୁ ଏସବୁ କାରଣ ପାଇଁ ରୋହିତଙ୍କ ସ୍ଥାନରେ ଗିଲଙ୍କୁ କ୍ୟାପଟେନ୍ ନିଯୁକ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ: 'ମୁଁ କ୍ୟାପଟେନ୍ ହେବାକୁ ଚାହେଁ...', ଗିଲ୍ ଅଧିନାୟକ ହେବା ପରେ ମନର କଥା କହିଲେ ଏହି ଖେଳାଳି
ସେପଟେ ସୁନୀଲ ଗାଭାସ୍କର ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର କହିଛନ୍ତି, ବିଶ୍ୱକପ୍ ଖେଳିବା ପାଇଁ ରୋହିତଙ୍କୁ ପୂର୍ଣ୍ଣ ଫିଟନେସ ବଜାୟ ରଖିବାକୁ ପଡିବ । ବିଶ୍ୱକପ୍ ପାଇଁ ଦଳରେ ସାମିଲ ହେବା ନିଶ୍ଚିତ କରିବା ପାଇଁ ତାଙ୍କୁ ଦିନିକିଆ ବ୍ୟତୀତ ଘରୋଇ କ୍ରିକେଟ ମଧ୍ୟ ଖେଳିବାକୁ ପଡିବ ।
ଅନ୍ୟପକ୍ଷରରେ ଟିମ୍ ଇଣ୍ଡିଆର ଦୁଇ ଷ୍ଟାର କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି ଏପର୍ଯ୍ୟନ୍ତ ଦିନିକଆରୁ ଅବସର ଘୋଷଣା କରିନାହାଁନ୍ତି କିମ୍ବା ସେମାନେ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ମଧ୍ୟ କହିନାହାନ୍ତି । ଏହି ସମୟ ମଧ୍ୟରେ କଳ୍ପନାଜଳ୍ପନା ଚାଲିଛି ଯେ ବିରାଟ ଏବଂ ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ଉଭୟଙ୍କ ପାଇଁ ଶେଷ ସିରିଜ୍ ହୋଇପାରେ । କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଟଡ୍ ଗ୍ରୀନବର୍ଗ କହିଛନ୍ତି, ଏହା ଶେଷ ଥର ହୋଇପାରେ ଯେତେବେଳେ ଆମେ ବିରାଟ ଏବଂ ରୋହିତଙ୍କୁ ଆମ ଦେଶରେ ଏକାଠି ଖେଳିବାର ଦେଖିବୁ । ତେଣୁ ଆମେ ସେମାନଙ୍କୁ ଏକ ବିଦାୟ ଦେବାକୁ ଚାହୁଁଛୁ ଯାହା ଅନ୍ତର୍ଜାତୀୟ କ୍ରିକେଟରେ ସେମାନଙ୍କର ଅବଦାନକୁ ପ୍ରତିଫଳିତ କରେ ।
Related Topics
Explore more stories