Smriti Mandhana / ଇଣ୍ଡିଆ ଟିମର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏହି ଦିନ କରିବେ ବିବାହ : ଓ୍ବେଡିଂ କାର୍ଡ ଭାଇରାଲ
·10 months ago·2 min read

Key Points
ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ନଭେମ୍ବର ୨୩ ତାରିଖରେ ତାଙ୍କ ପ୍ରେମିକ ତଥା ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି।
ବିଶ୍ବ ବିଜେତା ଟିମ୍ ଇଣ୍ଡିଆର ଷ୍ଟାର ଓପନର ସ୍ମୃତି ମନ୍ଧାନା ଏବେ ତାଙ୍କ ଜୀବନରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛନ୍ତି। ଅନେକ ଦିନ କଳ୍ପନା ଜଳ୍ପନା ପରେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି । ସ୍ମୃତି ମନ୍ଧାନାଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି। ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ନଭେମ୍ବର ୨୩ ତାରିଖରେ ତାଙ୍କ ପ୍ରେମିକ ତଥା ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କର ବିବାହ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେପଟେ ଏକ ପଡକାଷ୍ଟରେ ପଲାଶଙ୍କ ଭଉଣୀ ପଲକ ମୁଛଲ ମଧ୍ୟ ଭାଉଜ ମାନେ ସ୍ମୃତିଙ୍କୁ ନେଇ ଭାରି ଖୁସି ବୋଲି କହିଥିଲେ। ସ୍ମୃତି ତାଙ୍କର ବହୁତ ଭଲ ସାଙ୍ଗ। ଦୁଇଜଣଙ୍କ ବଣ୍ଡିଙ୍ଗ ମଧ୍ୟ ଭାରି ସ୍ପେଶାଲ। ପଡକାଷ୍ଟରେ କହିଥିଲେ ଆରସିବି ମହିଳା ଟିମ ମୋର ଫେଭରେଟ। ମୁଁ କ୍ରିକେଟ ଦେଖେନି। କିନ୍ତୁ ସ୍ମୃତିଙ୍କ ପାଇଁ RCB ସବୁବେଳେ ପ୍ରିୟ।
ଏହାସହ ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ପହଞ୍ଚିବା ସମ୍ପର୍କରେ ଜେମିମା ରୋଡ୍ରିଗେଜଙ୍କ ବୟାନ ଭାଇରାଲ
ସ୍ମୃତି ମନ୍ଧାନା ଏବଂ ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେମାନେ ସେମାନଙ୍କର ଛଅ ବର୍ଷର ସମ୍ପର୍କକୁ ଏକ ନୂତନ ନାମ ଦେବାକୁ ଯାଉଛନ୍ତି। ସ୍ମୃତି ଏବଂ ପଲାଶଙ୍କ ବିବାହ ତାରିଖ ମଧ୍ୟ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ତାଙ୍କ ବିବାହ କାର୍ଡ ମଧ୍ୟ ଭାଇରାଲ ହେଉଛି । କିନ୍ତୁ, ଆପଣ ଜାଣିଛନ୍ତି କି ସେମାନେ ପରସ୍ପରକୁ କେଉଁଠାରେ ପ୍ରପୋଜ କରିଥିଲେ? ଜଣେ ଘନିଷ୍ଠ ବନ୍ଧୁଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜଣାପଡ଼ିଛି ଯେ ସେମାନେ ଏକ କ୍ରିକେଟ ଷ୍ଟାଡିୟମରେ ପ୍ରପୋଜ କରିଥିଲେ।
ଏହାସହ ପଢ଼ନ୍ତୁ:କାନ୍ଧରେ ତ୍ରିରଙ୍ଗା, ହାତରେ ସ୍ମୃତି ମନ୍ଧାନାଙ୍କ ନାଁର ଟାଟୁ କଲେ ପ୍ରେମିକ ପଲାଶ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ବର୍ଷା ଗୋଗୋଇ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ପଲାଶ ଏବଂ ସ୍ମୃତିଙ୍କ କିଛି ଫଟୋ ସେୟାର କରିଛନ୍ତି। ଫଟୋଗୁଡ଼ିକ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମର ବୋଲି ଜଣାପଡିଛି, ଯେଉଁଥିରେ ସ୍ମୃତି ମନ୍ଧାନା ମଧ୍ୟ ଏକ ମୁଦି ପିନ୍ଧିଥିବା ନଜର ଆସିଛନ୍ତି। ଏବେ, ଏହା ସମ୍ଭବ ଯେ ଏହା ତାଙ୍କର ନିର୍ବନ୍ଧ ମୁଦି । ବୋଧ ହୁଏ ପଲାଶ ମୁଛଲ ଡିୱାଇ ପାଟିଲ ଷ୍ଟାଡିୟମରେ ସ୍ମୃତି ମନ୍ଧାନାଙ୍କୁ ସେହି ମୁଦି ପିନ୍ଧାଇ ଥାଇପାରନ୍ତି।
କାହିଁକି ନା ବର୍ଷା ଗୋଗୋଇ ସ୍ମୃତି ଓ ପଲାଶଙ୍କ ସମାନ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଭାଇ, ଆଉ ଡେରି କଣ ପାଇଁ ଜଲଦି ବିବାହ କର…"
ଏହାସହ ପଢ଼ନ୍ତୁ: ସ୍ମୃତି ମନ୍ଧାନା ଭାଙ୍ଗିଲେ ବିରାଟ କୋହଲିଙ୍କ ରେକର୍ଡ, ମାତ୍ର ୫୦ ବଲରେ କଲେ ଶତକ
ପଲାଶ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବର୍ଷା ଗୋଗୋଇଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ବିବାହକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମିଛ ନୁହେଁ। ନିକଟରେ, ICC ମହିଳା ବିଶ୍ୱକପ୍ ୨୦୨୫ ର ଏକ ମ୍ୟାଚ୍ ସମୟରେ, ପଲାଶ ପ୍ରକାଶ କରିଥିଲେ ଯେ ସ୍ମୃତି ଖୁବ୍ ଶୀଘ୍ର ଇନ୍ଦୋରର ବୋହୂ ହେବେ। ଏହି ବିବାହ ମହାରାଷ୍ଟ୍ରର ସାଙ୍ଗଲିରେ ହେବ, ଯେଉଁଠାରେ ସ୍ମୃତି ରୁହନ୍ତି।

Related Topics
Explore more stories