Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Pakistan in Tension / ଆଜି ଚିନ୍ତାରେ ପାକିସ୍ତାନ; NZ vs ENG ମ୍ୟାଚ୍ ଭାଙ୍ଗିଦେବ କି ବିଶ୍ଵକପ୍ ସ୍ଵପ୍ନ ?

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ଆଜି ଚିନ୍ତାରେ ପାକିସ୍ତାନ; NZ vs ENG ମ୍ୟାଚ୍ ଭାଙ୍ଗିଦେବ କି ବିଶ୍ଵକପ୍ ସ୍ଵପ୍ନ ?
Pakistan in Tension

Key Points

ଆଜି ଚିନ୍ତାରେ ପାକିସ୍ତାନ କ୍ରିକେଟ ଟିମ୍
ମ୍ୟାଚ ଖେଳିବ ଇଂଲଣ୍ଡ ନ୍ୟୁଜିଲାଣ୍ଡ
ବଢିବ ପାକିସ୍ତାନ କ୍ରିକେଟରଙ୍କ ହୃଦସ୍ପନ୍ଦନ

ପାକିସ୍ତାନ ପାଇଁ ଟି-୨୦ ବିଶ୍ଵକପ୍ ୨୦୨୬ର ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବା ମୁସ୍କିଲ ହୋଇପଡ଼ିଛି । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଆଜି ସନ୍ଧ୍ୟା ୭ଟାରେ ଖେଲାଯିବାକୁ ଥିବା ମ୍ୟାଚ୍ ପାକିସ୍ତାନର ବିଶ୍ଵକପ୍ ସ୍ଵପ୍ନର ଭାଗ୍ୟ ନିର୍ଦ୍ଧାରଣ କରିବ । ପାକିସ୍ତାନର ଏବେ ବି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ବାକି ଥିବାବେଳେ ଆଜିର ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ ମ୍ୟାଚ୍ ଦଳର ବିଶ୍ଵକପର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛି । ଆଜି ଦୁଇ ଦଳ ସିନା ଖେଳିବେ, ହେଲେ ୩ଟି ଦଳ ଚିନ୍ତାରେ ରହିବେ ।

ଚଳିତ ଟି-୨୦ ବିଶ୍ଵକପ୍ ୨୦୨୬ ଟୁର୍ଣ୍ଣାମେଣ୍ଟର ସୁପର୍-୮ରେ ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ଥିଲା । ଏଯାବତ ପାକିସ୍ତାନ ଗୋଟିଏ ବି ମ୍ୟାଚକୁ ଜିତିପାରିନାହିଁ । ପାକିସ୍ତାନ ପାଇଁ ଆସନ୍ତାକାଲି (ଫେବୃଆରୀ ୨୮) ଦିନ ହେବାକୁ ଥିବା ମ୍ୟାଚ୍ ବେଶ ଗୁରୁତ୍ଵ ବହନ କରୁଛି । ଦଳକୁ ଏହି ମ୍ୟାଚକୁ ବଡ଼ ରନ୍ ବ୍ୟବଧାନରେ ଜିତିବା ନିହାତି ଆବଶ୍ୟକ । ତଥାପି ଆଜି ହେବାକୁ ଥିବା ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ ମ୍ୟାଚ୍ ଦଳର ବିଶ୍ଵକପ୍ ଭବିଷ୍ୟତ ନିର୍ଦ୍ଧାରଣ କରିବ । ଯଦି ଏହି ମ୍ୟାଚ୍ ବର୍ଷା ପାଇଁ ବନ୍ଦ ରହୁଛି, ତେବେ ପାକିସ୍ତାନ ଦଳ ସମ୍ପୂର୍ଣ୍ଣ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ ।

ପଢନ୍ତୁ ଏହି ଖବର: ବର୍ଷାରେ ମ୍ୟାଚ୍ ରଦ୍ଦ ହେଲେ କିଏ ପହଞ୍ଚିବ ସେମିଫାଇନାଲ ? କାହାର ଭାଗ୍ୟ ଖୋଲିବ ଜାଣନ୍ତୁ..

  • କଣ କହୁଛି ସମୀକରଣ ?
ଆଜି ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ କଲୋମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ମ୍ୟାଚ୍ ହେବାକୁ ଯାଉଛି । ଇଂଲଣ୍ଡ ପୂର୍ବରୁ ସେମିଫାଇନାଲ ଲାଗି କ୍ଵାଲିଫାଏ କରିସାରିଛି । ଇଂଲଣ୍ଡ ଦୁଇଟି ବିଜୟ ଓ ୪ ଅଙ୍କ ସହିତ ନମ୍ବର-୧ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ଟିମ ଦୁଇଟି ମ୍ୟାଚରୁ କେବଳ ଗୋଟିଏ ମ୍ୟାଚ୍ ଜିତିଛି ଏବଂ ଆଉ ଗୋଟିଏ ମ୍ୟାଚ୍ ନୋ ରେଜଲ୍ଟରେ ସରିଛି । ତଥାପି ଟିମ ୩ ଅଙ୍କ ସହିତ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ଅଛି । ସେପଟେ ପାକିସ୍ତାନ ଦୁଇଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବି ବିଜୟ ହାସଲ ହୋଇନାହିଁ । ଦଳର ଗୋଟିଏ ମ୍ୟାଚ୍ ବର୍ଷା ପାଇଁ ରଦ୍ଦ ହୋଇଥିଲା । ପାକିସ୍ତାନ କ୍ରିକେଟ ଟିମ୍ ଏବେ କେବଳ ଗୋଟିଏ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛି ।

ଯଦି ଆଜି ଇଂଲଣ୍ଡ, ନ୍ୟୁଜିଲାଣ୍ଡକୁ ପରାସ୍ତ କରୁଛି, ତେବେ ପାକିସ୍ତାନ ଟି-୨୦ ବିଶ୍ଵକପରେ ରହିବ । ଏପରି ହେଲେ ପାକିସ୍ତାନ ନ୍ୟୁଜିଲାଣ୍ଡର ୩ ପଏଣ୍ଟ ସହିତ ସମକକ୍ଷ ହେବାର ସୁଯୋଗ ପାଇବ । ଯଦି ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ପରାସ୍ତ କରେ, ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବ । ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହେଲେ ମଧ୍ୟ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାହାରିବ । ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ପଏଣ୍ଟ ପାଇବେ । ନ୍ୟୁଜିଲାଣ୍ଡ ୪ ପଏଣ୍ଟକୁ ଖସିଯିବ, ଯାହା ଫଳରେ ଶ୍ରୀଲଙ୍କା ବିପକ୍ଷରେ ଜିତିଲେ ମଧ୍ୟ ପାକିସ୍ତାନ ପାଇଁ ସମକକ୍ଷ ହେବା ଅସମ୍ଭବ ହୋଇଯିବ ।

ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
T20 World Cup 2026 How can Pakistan still qualify for semifinals after New Zealand Vs England Match | Argus News