Vaibhav Sooryavanshi Vice Captain / ମାତ୍ର ୧୫ ବର୍ଷରେ ବଡ଼ ଦାୟିତ୍ବ, ଏହି ଦଳର ଉପ-ଅଧିନାୟକ ହେଲେ ବୈଭବ ସୂର୍ଯ୍ୟବଂଶୀ
·6 hours ago·2 min read

Key Points
କମାଲ କରିଦେଲେ ବୈଭବ ସୂର୍ଯ୍ୟବଂଶୀ
ମାତ୍ର ୧୫ ବର୍ଷରେ ବଡ଼ ସମ୍ମାନ
ବୈଭବ ସୂର୍ଯ୍ୟବଂଶୀ ହେଲେ ଉପ-ଅଧିନାୟକ
ମାତ୍ର ୧୫ ବର୍ଷରେ ବଡ଼ ସମ୍ମାନ
ବୈଭବ ସୂର୍ଯ୍ୟବଂଶୀ ହେଲେ ଉପ-ଅଧିନାୟକ
ମାତ୍ର କିଛି ମାସ ମଧ୍ୟରେ ଭାରତୀୟ କ୍ରିକେଟର ନୂଆ ସେନସେସନ୍ ପାଲଟିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଛି ଆଉ ଏକ ବଡ଼ ସମ୍ମାନ । ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ, ଜିମ୍ବାୱେ ଗସ୍ତରେ 'ପ୍ଲେୟର ଅଫ୍ ଦ ସିରିଜ୍' ପୁରସ୍କାର ଏବଂ ଏବେ ଦୁଲିପ୍ ଟ୍ରଫି ୨୦୨୬ ପାଇଁ ଇଷ୍ଟ ଜୋନ୍ ଦଳର ଉପ-ଅଧିନାୟକ ହୋଇଛନ୍ତି । ଏତେ କମ୍ ବୟସରେ ମିଳିଥିବା ଏହି ନୂଆ ଦାୟିତ୍ୱ ବୈଭବଙ୍କ କ୍ରିକେଟ୍ କ୍ୟାରିୟରକୁ ଆଉ ଏକ ନୂଆ ଉଚ୍ଚତାକୁ ନେଇଛି ।
ଭାରତୀୟ କ୍ରିକେଟର ଉଦୀୟମାନ ବ୍ୟାଟିଂ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା । ଦୁଲିପ୍ ଟ୍ରଫି ୨୦୨୬ ପାଇଁ ଘୋଷିତ ଇଷ୍ଟ ଜୋନ୍ ଦଳରେ ତାଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ ମିଳିଛି । ନିକଟରେ ଜିମ୍ବାୱେ ଗସ୍ତରେ ଭାରତ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରି ‘ପ୍ଲେୟର ଅଫ୍ ଦ ସିରିଜ୍’ ପୁରସ୍କାର ଜିତିଥିବା ବୈଭବ ଏବେ ଇଶାନ କିଶନଙ୍କ ନେତୃତ୍ୱରେ ଖେଳିବେ ।
ଅଧିକ ପଢ଼ନ୍ତୁ: ରୋହିତ ଶର୍ମାଙ୍କ ସହ ଓପନିଂ କରନ୍ତୁ ବୈଭବ ସୂର୍ଯ୍ୟବଂଶୀ; କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର
ବେଙ୍ଗାଲୁରୁରେ ଆସନ୍ତା ଅଗଷ୍ଟ ୨୩ରୁ ଆରମ୍ଭ ହେବାକୁ ଥିବା ଏହି ରେଡ୍-ବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଇଶାନ କିଶନଙ୍କୁ ଇଷ୍ଟ ଜୋନ୍ ଦଳର ଅଧିନାୟକ କରାଯାଇଛି। ଚଳିତ ମାସରେ ଇଂଲଣ୍ଡ ଗସ୍ତରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ବୈଭବଙ୍କ ପାଇଁ ଉପ-ଅଧିନାୟକ ପଦ ଆଉ ଏକ ବଡ଼ ସଫଳତା ବୋଲି କୁହାଯାଉଛି।
ଘରୋଇ କ୍ରିକେଟ ଏବଂ ଭାରତୀୟ ଦଳ ପାଇଁ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ପରେ ବୈଭବଙ୍କୁ ଏବେ ନେତୃତ୍ୱର ଦାୟିତ୍ୱ ମଧ୍ୟ ମିଳିଛି । ଦଳର ଅଭିଜ୍ଞ ଓପନର ଅଭିମନ୍ୟୁ ଈଶ୍ୱରନଙ୍କ ସହ ସେ ଓପନିଂ କରିପାରନ୍ତି ବୋଲି ଆଶା କରାଯାଉଛି ।
ଅନ୍ୟପଟେ, ଇଷ୍ଟ ଜୋନ୍ ଦଳରେ ଅଭିଜ୍ଞ ଏବଂ ଯୁବ ପ୍ରତିଭାଙ୍କର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଛି । ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ୨୦୨୫ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରେ ଦୀର୍ଘ ବିରତି ପରେ ଘରୋଇ କ୍ରିକେଟକୁ ଫେରୁଛନ୍ତି । ୩୫ ବର୍ଷୀୟ ଶାମି ଗତ ଘରୋଇ ସିଜନରେ ବେଙ୍ଗଲ ପାଇଁ ଖେଳିଥିବା ବେଳେ IPL ୨୦୨୬ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପକ୍ଷରୁ ୧୩ଟି ମ୍ୟାଚ୍ ଖେଳିଥିଲେ ।
ଏହାଛଡ଼ା ଦଳରେ ମୁକେଶ କୁମାର, ଶାହବାଜ ଅହମଦ, ବିରାଟ ସିଂହ, କୁମାର କୁଶାଗ୍ର ଏବଂ ସ୍ପିନ୍ ଅଲରାଉଣ୍ଡର ଅନୁକୁଲ ରାୟଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ସମସ୍ତ ଖେଳାଳି ଚଳିତ ବର୍ଷ ଶ୍ରୀଲଙ୍କାରେ ଆୟୋଜିତ ଇଣ୍ଡିଆ ‘ଏ’ ଟ୍ରାଇ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ଏବେ ଦୁଲିପ୍ ଟ୍ରଫିରେ ଏହି ଦଳ କିଭଳି ପ୍ରଦର୍ଶନ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories