Videos
|
Sports

Rohit Vaibhav / ରୋହିତ ଶର୍ମାଙ୍କ ସହ ଓପନିଂ କରନ୍ତୁ ବୈଭବ ସୂର୍ଯ୍ୟବଂଶୀ; କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ରୋହିତ ଶର୍ମାଙ୍କ ସହ ଓପନିଂ କରନ୍ତୁ ବୈଭବ ସୂର୍ଯ୍ୟବଂଶୀ; କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର
Rohit Vaibhav

Key Points

୨୦୨୭ ବିଶ୍ବକପକୁ ନେଇ ଆସିଲା ବୟାନ
ରୋହିତଙ୍କ ସହ ଓପନିଂ କରନ୍ତୁ ବୈଭବ ସୂର୍ଯ୍ୟବଂଶୀ
କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର
ଆଗାମୀ ୨୦୨୭ ବିଶ୍ବକପରେ ରୋହିତ ଶର୍ମାଙ୍କ ସହ ଓପନିଂ କରନ୍ତୁ ବୈଭବ ସୂର୍ଯ୍ୟବଂଶୀ । ଦିନିକିଆରେ ସେ ଏ ଯାଏ ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି । କିନ୍ତୁ ଚର୍ଚ୍ଚା ଏବେଠୁ । ପୂର୍ବତନ କ୍ରିକେଟର ଫାରୁଖ ଇଂଜିନିୟର ଏହା କହିଛନ୍ତି । ସେ କହିଛନ୍ତି, କ୍ୟାପଟେନ ଗିଲ୍ ବର୍ତ୍ତମାନ ଦଳର ଶ୍ରେଷ୍ଠ ବ୍ୟାଟର । ତେଣୁ ସେ ୪ ନମ୍ବରରେ ଆସିବା ଦରକାର ।

  • ରୋହିତ-ବୈଭବ ଯୋଡ଼ି ବିସ୍ଫୋରକ ହେବ
ସେ ଆହୁରି କହିଛନ୍ତି ଯେ ଯଦି ରୋହିତ ବିଶ୍ବକପ ଖେଳୁଛନ୍ତି ତେବେ ସେ ଏବଂ ବୈଭବଙ୍କ ଯୋଡ଼ି ବିସ୍ପୋରକ ହେବ । ବାମ-ଡାହାଣ କମ୍ବିନେସନ ସହ ଉଭୟ ଆଟାକିଂ ଖେଳାଳି । ୩ ନମ୍ବରରେ ବିରାଟ ଓ ୪ ନମ୍ବରରେ ଗିଲ୍ ଖେଳିଲେ ବାରତ ପାଇଁ ଭଲ କମ୍ବିନେସନ ହେବ । ବୈଭବ ନିକଟରେ ଜିମ୍ବାୱେ ବିପକ୍ଷ ସିରିଜରେ ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଛନ୍ତି । ବୈଭବ ନିଜର ଆନ୍ତର୍ଜାତିକ ୬ଟି ମ୍ୟାଚରୁ ୧୮୯ର ଷ୍ଟ୍ରାଇକ୍ ରେଟ୍ ସହ ରନ୍ କରିଛନ୍ତି । ଆଗକୁ ଏହି ଫିୟରଲେସ କ୍ରିକେଟ ତାଙ୍କୁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ଦେବ ବୋଲି ଫାରୁକ୍ ଆଶା ରଖିଛନ୍ତି ।

  • ଯୁବ ପ୍ରତିଭାଙ୍କୁ ସମର୍ଥନ କରନ୍ତୁ
ଭାରତୀୟ ଚୟନକର୍ତ୍ତା ଏବଂ ପ୍ରଶିକ୍ଷକମାନଙ୍କୁ ସେ ଅନୁରୋଧ କରିଛନ୍ତି ଯେ ତାଙ୍କର ସ୍ୱାଭାବିକ ପ୍ରବୃତ୍ତି ପରିବର୍ତ୍ତନ କରିବାକୁ ଚେଷ୍ଟା ନକରି ଯୁବ ପ୍ରତିଭାଙ୍କୁ ସମର୍ଥନ କରନ୍ତୁ। ସୂର୍ଯ୍ୟବଂଶୀଙ୍କ ରେଞ୍ଜରେ ବଲ୍ ପଡ଼ିବା ଯେକୌଣସି ବଲ୍ ଛକା ପାଇଁ ଯିବ । ସେ ନିଜ ଭୁଲରୁ ଶିଖିଲେ, ନିଜକୁ ନିୟନ୍ତ୍ରଣ କରିବା ଶିଖିଛନ୍ତି । କିନ୍ତୁ ତାଙ୍କୁ ଅଧିକ ପ୍ରଶିକ୍ଷଣ ଦେବାକୁ ଚେଷ୍ଟା କରନ୍ତୁ ନାହିଁ । ସେ ଏମସିସି ବୁକ୍ ଅଫ୍ ମାନୁଆଲରୁ ନୁହଁନ୍ତି, ଯାହା ସମ୍ପୂର୍ଣ୍ଣ ପୁରୁଣା ।

ପଢନ୍ତୁ ଏହି ଖବର: ଭାରତୀୟ କ୍ରିକେଟ୍ ଟିମକୁ ମିଳିଲା ନୂଆ ଫିଲ୍ଡିଂ କୋଚ୍; ଦିଲ୍ଲୀପଙ୍କ ସ୍ଥାନରେ ଏହି ଧୁରନ୍ଧରଙ୍କ ଏଣ୍ଟ୍ରି

ଫାରୁଖ ଅନୁଭବ କରିଛନ୍ତି ଯେ ୧୫ ବର୍ଷୀୟ ଖେଳାଳି ୫୦ ଓଭର କ୍ରିକେଟ ମ୍ୟାଚରେ ସ୍ଥାନ ପାଇବା ପାଇଁ ଯଥେଷ୍ଟ କାମ କରିଛନ୍ତି । ସେ କହିଛନ୍ତି, "ସୂର୍ଯ୍ୟବଂଶୀଙ୍କୁ ଭାରତର ODI ଦଳରେ ସାମିଲ କରିବାର ଏହା ହୁଏତ ସଠିକ୍ ସମୟ । ମୁଁ ଜାଣିନାହିଁ ଲୋକମାନେ ODI ଏବଂ T20 ମଧ୍ୟରେ ଏତେ ପାର୍ଥକ୍ୟ କାହିଁକି କରନ୍ତି । ସେ ରନ ପାଉଛନ୍ତି ଏବଂ ତାଙ୍କ ପାଖରେ ଇନିଂସ ଓପନ କରିବାର ଆତ୍ମବିଶ୍ୱାସ ଅଛି ।" ୮୮ ବର୍ଷୀୟ ଖେଳାଳି କହିଛନ୍ତି ଯେ ଭାରତୀୟ ଦଳକୁ ସୂର୍ଯ୍ୟବଂଶୀଙ୍କ ସହିତ ଅଟଳ ରହିବାକୁ ପଡିବ କାରଣ ସେ ଜଣେ ଉଚ୍ଚମାନର ମ୍ୟାଚ୍ ବିଜେତା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: