Yuvraj Century / ଇତିହାସ ରଚିଲେ ଯୁବରାଜ, ସବୁଠୁ କମ୍ ବୟସରେ ବିଶ୍ବକପ୍ରେ ମାରିଲେ ଶତକ
·4 months ago·2 min read

Key Points
ଟି-୨୦ ବିଶ୍ବକପ୍ରେ ଚମକିଲେ ଯୁବରାଜ
ସବୁଠୁ କମ୍ ବୟସରେ ହାସଲ କଲେ ଶତକ
୬୫ ବଲ୍ରେ ମାରିଲେ ୧୧୦ ରନ୍
ସବୁଠୁ କମ୍ ବୟସରେ ହାସଲ କଲେ ଶତକ
୬୫ ବଲ୍ରେ ମାରିଲେ ୧୧୦ ରନ୍
ଟି-୨୦ ବିଶ୍ବକପ୍ରେ ଇତିହାସ ରଚିଲେ କାନାଡାର ଯୁବ ବ୍ୟାଟ୍ସମ୍ୟାନ୍ । କାନାଡାର ଓପନିଂ ବ୍ୟାଟ୍ସମ୍ୟାନ୍ ଯୁବରାଜ ସମରା ୨୦୨୬ ଟି-୨୦ ବିଶ୍ୱକପ୍ରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ସେ ଦମଦାର ଶତକ ହାସଲ କରିଛନ୍ତି । ସେ ୬୫ ବଲ୍ରେ ୧୧୦ ରନ୍ର ଏକ ଚମତ୍କାର ଇନିଂସ ଖେଳିଛନ୍ତି । ଯେଉଁଥିରେ ୬ଟି ଛକା ଏବଂ ୧୧ଟି ଚୌକା ସାମିଲ ଥିଲା । ଏହି ଶତକ ସହ ଯୁବରାଜ ଟି-୨୦ ବିଶ୍ୱକପ୍ ଇତିହାସରେ ଶତକ ହାସଲ କରିଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ହୋଇଛନ୍ତି ।
ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ କାନାଡା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କାନାଡା ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା । ଯୁବରାଜ ସାମରା ଏବଂ ଅଧିନାୟକ ଦିଲପ୍ରୀତ ବାଜୱା ପ୍ରଥମ ୱିକେଟ୍ ପାଇଁ ଶତକୀୟ ପାର୍ଟନରସିପ୍ କରିଥିଲେ । ଦଳର ପ୍ରଥମ ୱିକେଟ୍ ୧୧୬ ରନ୍ରେ ପଡ଼ିଥିଲା । ବାଜୱା ୩୯ ବଲ୍ରେ ୩୬ ରନ୍ କରିଥିଲେ, ଯାହା ପରେ ଯୁବରାଜ ତାଙ୍କର ଶତକ ପୂରଣ କରିଥିଲେ ।
୨୦୨୬ ଟି-୨୦ ବିଶ୍ୱକପ୍ର ସର୍ବାଧିକ ସ୍କୋର
ସୋମବାର ରାତିରେ ଶ୍ରୀଲଙ୍କାର ଓପନିଂ ବ୍ୟାଟ୍ସମ୍ୟାନ୍ ପଥୁମ୍ ନିସାଙ୍କା ଚଳିତ ଟି-୨୦ ବିଶ୍ୱକପ୍ରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ । ଏହାର ଗୋଟିଏ ଦିନ ପରେ ଅର୍ଥାତ ମଙ୍ଗଳବାର ଯୁବରାଜ ମଧ୍ୟ ଶତକ ହାସଲ କରିଛନ୍ତି । ସେ ଏକ ଆସୋସିଏଟ୍ ନେସନ୍ର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବରେ ଶତକ ହାସଲ କରିଥିଲେ ।
ଯୁବରାଜ ସମରା କିଏ ?
ଯୁବରାଜ ସମରା ୨୯ ସେପ୍ଟେମ୍ବର ୨୦୦୬ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଯିଏ କାନାଡା ଜାତୀୟ ଦଳ ପାଇଁ ୮ଟି ଦିନିକିଆ ଏବଂ ୧୮ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି । ସେ ୧୦ଟି ଲିଷ୍ଟ ଏ ମ୍ୟାଚ୍ ମଧ୍ୟ ଖେଳି ୨୬୭ ରନ୍ କରିଛନ୍ତି । ତାଙ୍କ ପିତା ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ ସେ ପ୍ରସିଦ୍ଧ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ନାମରେ ଯୁବରାଜ ସମରାଙ୍କ ନାମ ରଖିଥିଲେ ।
ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଜିତିଥିଲା
୧୭୪ ରନର ଲକ୍ଷ୍ୟ ପିଛା କରି ନ୍ୟୁଜିଲାଣ୍ଡକୁ ଫିନ୍ ଆଲେନ୍ ଏକ ଦ୍ରୁତ ଆରମ୍ଭ ପ୍ରଦାନ କରିଥିଲେ । କିନ୍ତୁ କ୍ରମାଗତ ଦୁଇଟି ୱିକେଟ୍ ହରାଇବା ଫଳରେ ମନେ ହେଉଥିଲା ଯେ କାନାଡା ମ୍ୟାଚ୍କୁ କମ୍ବ୍ୟାକ୍ କରିପାରେ । ତୃତୀୟ ଓଭରର ଚତୁର୍ଥ ବଲ୍ରେ ଟିମ୍ ସେଫର୍ଟ ୬ ରନ୍ କରି ଆଉଟ୍ ହୋଇଥିଲେ । ପରବର୍ତ୍ତୀ ଓଭରରେ ଫିନ୍ ଆଲେନ୍ (୨୧) ମଧ୍ୟ ଆଉଟ୍ ହୋଇଥିଲେ । କିନ୍ତୁ ରାଚିନ୍ ରବିନ୍ଦ୍ର ଏବଂ ଗ୍ଲେନ୍ ଫିଲିପ୍ସ ଶେଷ ପର୍ଯ୍ୟନ୍ତ ଖେଳିଥିଲେ । ରାଚିନ୍ ୩୯ ବଲରୁ ୫୯ ରନ୍ ଏବଂ ଗ୍ଲେନ୍ ଫିଲିପ୍ସ ୩୬ ବଲରୁ ୭୬ ରନ୍ କରିଥିଲେ । ଏହି ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ୮ ୱିକେଟରେ ଜିତି ସୁପର-୮ରେ ନିଜ ସ୍ଥାନ ପକ୍କା କରିଛି ।
ଏଥିସହ ପଢ଼ନ୍ତୁ: ଭାରତୀୟ ଦଳକୁ ଫେରିବେ ମହମ୍ମଦ ସାମି ! ଗୋଟିଏ ମ୍ୟାଚ୍ରେ ୮ ୱିକେଟ୍ ନେଇ ଦେଲେ ଜବାବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories