|
logo
Live
Argus News App
GET APP

Argus News - ମାଗଣା ୱାଇ-ଫାଇ ଲୋଭ ହୋଇପାରେ ଘାତକ; ଫୋନରେ ଖୋଲିଯିବ ଏହିସବୁ

Technology

Public WiFi Safety / ମାଗଣା ୱାଇ-ଫାଇ ଲୋଭ ହୋଇପାରେ ଘାତକ; ଫୋନରେ ଖୋଲିଯିବ ଏହିସବୁ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·3 min read
ମାଗଣା ୱାଇ-ଫାଇ ଲୋଭ ହୋଇପାରେ ଘାତକ; ଫୋନରେ ଖୋଲିଯିବ ଏହିସବୁ
Free Wi-Fi

Key Points

ସାର୍ବଜନୀନ ୱାଇ-ଫାଇ ବ୍ୟବହାର ହୋଇପାରେ କାଳ
ଚୁଟ୍‌କିରେ ଚୋରି ହୋଇଯିବ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ
ଆପଣଙ୍କ ଫୋନକୁ ହ୍ୟାକ୍ କରିପାରନ୍ତି ହ୍ୟାକର୍ସ
ଭାରତରେ ଡିଜିଟାଲ ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିଲାଗି ଆଜି ବିମାନବନ୍ଦର, ରେଳ ଷ୍ଟେସନ, ମେଟ୍ରୋ, କାଫେ, ହୋଟେଲ, ମଲ୍ ଭଳି ସର୍ବସାଧାରଣ ସ୍ଥାନରେ ଅତି ସହଜରେ ମାଗଣା ୱାଇ-ଫାଇ ସେବା ମିଳିପାରୁଛି । ସୀମିତ ମୋବାଇଲ ଡାଟା ଥିବା ୟୁଜରଙ୍କ ଲାଗି ଏହା ବେଶ ଲାଭଦାୟକ ହୋଇଥାଏ । କିନ୍ତୁ ଧ୍ୟାନ ଦେବା କଥା ହେଉଛି ଯେ ଯେତେବେଳେ ଆପଣ ମାଗଣା ୱାଇ-ଫାଇ ସହିତ ଆପଣଙ୍କ ଫୋନକୁ ଯୋଡ଼ନ୍ତି, ସେତେବେଳେ ଆପଣ ଅଜାଣତରେ ବ୍ୟକ୍ତିଗତ ତଥ୍ୟକୁ ବିପଦରେ ପକାନ୍ତି । କାରଣ ପବ୍ଲିକ୍ ୱାଇ-ଫାଇ ସାଇବର ଠକଙ୍କ ଲାଗି ତଥ୍ୟ ଚୋରି କରିବା ପ୍ରକ୍ରିୟାକୁ ସହଜ କରିଥାଏ ।

  • କିପରି ଅସୁରକ୍ଷିତ ପବ୍ଲିକ୍ Wi-Fi ?
ଯେତେବେଳେ ଆପଣ କୌଣସି ପବ୍ଲିକ୍ ୱାଇ-ଫାଇ ସହିତ ଯୋଡ଼ି ହୁଅନ୍ତି, ସେତେବେଳେ ଆପଣଙ୍କ ସ୍ମାର୍ଟଫୋନ ଓ ନେଟୱର୍କ ପରସ୍ପର ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ କରିଥାଏ । ଠିକ୍ ଏହି ସମୟରେ ହିଁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବିପଦରେ ପଡ଼ିଥାଏ । ଏହି ସମୟରେ କୌଣସି ବି ବ୍ୟକ୍ତି ଆପଣଙ୍କ ତଥ୍ୟକୁ ଚୋରି କରିପାରିବ । ଘରେ ଥିବା ଇଣ୍ଟରନେଟ୍ରେ ସାଧାରଣତଃ ପାସୱାର୍ଡ ଓ ଏନକ୍ରିପସନ ରହିଥାଏ, କିନ୍ତୁ ପବ୍ଲିକ୍ ୱାଇ-ଫାଇରେ ସେପରି କିଛି ପାସୱାର୍ଡ ନଥାଏ । ଏପରି ମୁକ୍ତ ନେଟୱର୍କ ହ୍ୟାକରମାନଙ୍କ କାମକୁ ଆହୁରି ସହଜ କରିଥାଏ । ସେମାନେ କୌଶଳକ୍ରମେ ଆପଣଙ୍କ ଫୋନ ସହ ଯୋଡ଼ି ହୋଇଯାଆନ୍ତି ଓ ଆପଣଙ୍କ ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି ।

ଏକ ଅସୁରକ୍ଷିତ ନେଟୱର୍କରେ ଆପଣଙ୍କର ବ୍ରାଉଜିଂ ପ୍ୟାଟର୍ଣ୍ଣ, ଆପ୍ ପାସୱାର୍ଡ, ଇମେଲ୍, ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟାଙ୍କିଂ ବିବରଣୀ ଏବଂ ଏପରିକି OTP ମଧ୍ୟ ଲିକ୍ ହୋଇପାରେ । ହ୍ୟାକରମାନେ କେତେକ ସମୟରେ ଚୁପଚାପ୍ ଆପଣଙ୍କ ଫୋନରେ ମାଲୱେର ପ୍ରବେଶ କରିପାରନ୍ତି, ଯାହା ବ୍ଯାକଗ୍ରାଉଣ୍ଡରେ ଚାଲିବା ଯୋଗୁଁ ଆପଣ ଜାଣିପାରିନଥାନ୍ତି । ଏହା ପରବର୍ତ୍ତୀ ସମୟରେ ଆପଣଙ୍କ ତଥ୍ୟ ଚୋରି କରି ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ ।

  • ନକଲି ୱାଇ-ଫାଇ ବନାନ୍ତି ହ୍ୟାକର୍ସ
ଲୋକଙ୍କ ଭରସାକୁ ଖୁବ ସହଜରେ ଜିତିବା ଲାଗି ହ୍ୟାକରମାନେ ଅତି ସହଜରେ ‘Free Airport Wi-Fi’ ଭଳି ନାଁରେ ନକଲି ୱାଇ-ଫାଇ ହଟସ୍ପଟ୍ ତିଆରି କରନ୍ତି । ଏପରି ହଟସ୍ପଟ୍ ମୋବାଇଲରେ ଦେଖାଇବା ମାତ୍ରେ ଲୋକେ ଆଉ ତିଳେ ମାତ୍ର ଚିନ୍ତା ନକରି ଏହା ଉପରେ କ୍ଲିକ୍ କରିଥାନ୍ତି । ଏହାଦ୍ବାରା ସେମାନଙ୍କ ସମ୍ବେଦନଶୀଳ ତଥ୍ୟ ଠକଙ୍କ ହାତକୁ ଚାଲିଯାଏ । ଏପରିକି ଠକମାନେ ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ମୋବାଇଲକୁ ନିୟନ୍ତ୍ରଣକୁ ନେଇଯାଇପାରନ୍ତି । ଯଦି ଆପଣ ପବ୍ଲିକ୍ ୱାଇ-ଫାଇରେ ଇମେଲ୍ କିମ୍ବା ସୋସିଆଲ ମିଡିଆ ଖୋଲନ୍ତି ତେବେ ହ୍ୟାକରମାନେ ତାହାକୁ ହାଇଜ୍ୟାକ୍ କରିପାରନ୍ତି ।

  • କେମିତି ରହିବେ ସତର୍କ ?
ସାର୍ବଜନୀନ ନେଟୱର୍କରେ କେବେ ବି ବ୍ୟାଙ୍କିଙ୍ଗ, ୟୁପିଆଇ କିମ୍ବା ଅନ୍ୟ କୌଣସି ଆର୍ଥିକ କାରବାର କରନ୍ତୁ ନାହିଁ । ଆପଣଙ୍କର ଡାଟାକୁ ଏନକ୍ରିପ୍ଟ ରଖିବା ପାଇଁ ଏକ ନିର୍ଭରଯୋଗ୍ୟ VPN ବ୍ୟବହାର କରନ୍ତୁ । ଅଜଣା ନେଟୱର୍କ ସହିତ ସ୍ୱୟଂଚାଳିତ ଭାବରେ ସଂଯୋଗ ହେବାରୁ ରୋକିବା ପାଇଁ ଆପଣଙ୍କର ଫୋନର Wi-Fi ଅଟୋ-କନେକ୍ଟ ଫିଚରକୁ ବନ୍ଦ କରନ୍ତୁ। କେବଳ HTTPS ଥିବା ୱେବସାଇଟ୍ ଆକ୍ସେସ୍ କରନ୍ତୁ ଏବଂ ସାର୍ବଜନୀନ Wi-Fi ରେ ଲଗଇନ୍ କରିବାରୁ ବଞ୍ଚନ୍ତୁ । ସବୁବେଳେ ଆପଣଙ୍କ ଫୋନର ସଫ୍ଟୱେର୍ ଅପଡେଟ୍ ରଖନ୍ତୁ, କାରଣ ଅପଡେଟ୍ ସୁରକ୍ଷା ତ୍ରୁଟିଗୁଡ଼ିକୁ ସମାଧାନ କରେ । ଏପରି ନେଟୱର୍କରେ ଆପ୍ କିମ୍ବା ଫାଇଲ୍ ଡାଉନଲୋଡ୍ କରନ୍ତୁ ନାହିଁ ।

ପବ୍ଲିକ୍ ୱାଇ-ଫାଇ ସୁବିଧାଜନକ ଏବଂ ଲାଭଦାୟକ ମନେହୁଏ, କିନ୍ତୁ ଟିକିଏ ଅସାବଧାନତା ଆପଣଙ୍କ ଗୋପନୀୟତା ଏବଂ ଆର୍ଥିକ କ୍ଷତି କରିପାରେ । ପ୍ରତ୍ୟେକ ଥର ପବ୍ଲିକ୍ ୱାଇ-ଫାଇ ସହ ନିଜ ମୋବାଇଲ ସଂଯୋଗ କରିବା ସମୟରେ ସତର୍କ ରୁହନ୍ତୁ ଏବଂ ଆପଣଙ୍କ ଡାଟାର ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ ।

ଏଥିସହ ପଢନ୍ତୁ: ଏଥର ଲଞ୍ଚ ହେବନି ଆଇଫୋନ ୧୮; ଖପ୍ପା ଆପଲ୍ ଲଭର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Public WiFi Safety: ମାଗଣା ୱାଇ-ଫାଇ ଲୋଭ ହୋଇପାରେ ଘାତକ; ଫୋନରେ ଖୋଲିଯିବ ଏହିସବୁ | Argus News