|
logo
Live
Argus News App
GET APP

Argus News - ଫେବୃଆରୀରେ ଛୁଟି କାଟିବା ପାଇଁ ଭ୍ରମଣସ୍ଥଳୀ ଖୋଜୁଛନ୍ତି କି ? ସ୍ଵର୍ଗଠୁ କମ ନୁହଁ ଏହି ସ୍ଥାନ

Travel & Tourism

February Picnic Spot / ଫେବୃଆରୀରେ ଛୁଟି କାଟିବା ପାଇଁ ଭ୍ରମଣସ୍ଥଳୀ ଖୋଜୁଛନ୍ତି କି ? ସ୍ଵର୍ଗଠୁ କମ ନୁହଁ ଏହି ସ୍ଥାନ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·3 min read
ଫେବୃଆରୀରେ ଛୁଟି କାଟିବା ପାଇଁ ଭ୍ରମଣସ୍ଥଳୀ ଖୋଜୁଛନ୍ତି କି ? ସ୍ଵର୍ଗଠୁ କମ ନୁହଁ ଏହି ସ୍ଥାନ
Best Picnic Spot

Key Points

ପୃଥିବୀରେ ଏହି ସ୍ଥାନ ସ୍ବର୍ଗଠୁ କମ ନୁହେଁ
ଫେବୃଆରୀ ପାଇଁ ହୋଇପାରେ ବେଷ୍ଟ ପିକନିକ୍ ସ୍ପଟ୍
ମନ ମୋହିନିଏ ଶାନ୍ତ ଓ ପ୍ରାକୃତିକ ପରିବେଶ
ପହଲଗାମ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ, ଦୁଃସାହସିକ କାର୍ଯ୍ୟକଳାପ ପାଇଁ ବେଶ ପ୍ରସିଦ୍ଧ । ଏହା କାଶ୍ମୀର ଘାଟିର ସବୁଠୁ ମନଲୋଭା ପିକ୍‌ନିକ୍ ସ୍ପଟ୍ ମଧ୍ୟରୁ ଅନ୍ୟତମ । ଏହାର ସବୁଜିମା ଘାସର ଗାଲିଚା ଓ ସ୍ଵଚ୍ଛ ପାଣିର ନଦୀ ଓ ହ୍ରଦ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଭାବେ ବେଶ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ପହଲଗାଓଁ ଅନନ୍ତନାଗ ଜିଲ୍ଲାଠାରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ । ଲିଡ୍ଡର ନଦୀକୂଳରେ ଅବସ୍ଥିତ ଏହି ସ୍ଥାନଟି ସବୁଜିମା ଘାଟି, ବରଫାଚ୍ଛନ୍ନ ପର୍ବତ, ପାଇନ ଜଙ୍ଗଲ ଓ ଶାନ୍ତ ପରିବେଶରେ ଭରପୂର । ଏହି ସ୍ଥାନଟି କ୍ୟାମ୍ପିଂ ଲାଗି ବେଶ ପ୍ରସିଦ୍ଧ ।

  • ହନିମୁନ୍, ଛୁଟି ଲାଗି ପୁରା ପରଫେକ୍ଟ
ପହଲଗାମ ଘାଟିକୁ ଚରବାହୋଁ ଘାଟି ବୋଲି ମଧ୍ୟ କୁହାଯାଏ । ଏହା ଅମରନାଥ ତୀର୍ଥଯାତ୍ରା ଲାଗି ମୁଖ୍ୟ ବେସ୍ କ୍ୟାମ୍ପ । ଗରମ ଦିନରେ ପହଲଗାଓଁରେ ରିଭର୍ ରାଫ୍ଟିଙ୍ଗ ପର୍ଯ୍ୟଟକଙ୍କୁ ଓ ସ୍ଥାନୀୟ ଲୋକଙ୍କ ବେଶ ଆକର୍ଷିତ କରିଥାଏ । ରିଭର ରାଫ୍ଟିଙ୍ଗ ଦୁଇଟି ଲେଭଲ୍ ରହିଛି- ଗୋଟିଏ ହେଉଛି ପ୍ରାରମ୍ଭିକ ଭାବେ ଦୁଃସାହସିକ କାର୍ଯ୍ୟକଳାପ କରୁଥିବା ପର୍ଯ୍ୟଟକ ଓ ଅନ୍ୟଟି ହେଉଛି ଯେଉଁମାନେ ପେଶାଦାର ଆଡଭେଞ୍ଚରର । ପହଲଗାମ ଘାଟିଟି ଲିଡ୍ଡର ଘାଟି ମଧ୍ୟରେ ଅବସ୍ଥିତ । ପୁରା ବର୍ଷରେ ଏହି ସ୍ଥାନଟି ବେଶ ଶୀତଳ ରହିଥାଏ ଓ ଗରମ ଦିନରେ ପାଣିପାଗ ବେଶ ମଧ୍ୟମ ଧରଣର ରହିଥାଏ । ଏହି ସ୍ଥାନକୁ ଆପଣ ନିଜ ଜୀବନସାଥୀ, ପରିବାର ଓ ବନ୍ଧୁଙ୍କ ସହିତ ଛୁଟି କାଟିବାକୁ ଯାଇପାରିବେ ।

  • ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ 'ହ୍ୟାଙ୍ଗିଙ୍ଗ ଗ୍ଲେସିଅର'
ପହଲଗାମର କିଛି ସର୍ବୋତ୍ତମ ପରିଦର୍ଶନ ସ୍ଥାନ ମଧ୍ୟରେ ମୁଖ୍ୟ ପହଲଗାମ ସାମିଲ । ଏଠାରେ ଅନ୍ୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ବୈସାରଣ ଉପତ୍ୟକା, ଆରୁ ଉପତ୍ୟକା, ଚନ୍ଦନୱାରୀ ଏବଂ ବେତାବ ଉପତ୍ୟକା ରହିଛି । ଏହି ଅଞ୍ଚଳର ମୁଖ୍ୟ ଆକର୍ଷଣ ହେଉଛି ବେତାବ ଉପତ୍ୟକା, ଆରୁ ଉପତ୍ୟକା ଏବଂ କୋଲାହୋଇ ଗ୍ଲେସିଅର । ପହଲଗାମରୁ ବେତାବ ଉପତ୍ୟକା ୧୫ କିଲୋମିଟର ଦୂରରେ ଅବସ୍ଥିତ । କୋଲାହୋଇ ଶିଖରରେ ଏକ ବଡ଼ ଝୁଲନ୍ତା ଗ୍ଲେସିଅର ଅଛି, ଯାହାକୁ ଆରୁ ଉପତ୍ୟକାରୁ ପହଞ୍ଚି ହୋଇଥାଏ । ଆରୁ ଉପତ୍ୟକା ଏବଂ ବେତାବ ଉପତ୍ୟକା ମଧ୍ୟ ଲୋକପ୍ରିୟ ପିକନିକ୍ ସ୍ପଟ୍, ଯାହା ହଜାର ହଜାର ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ସେମାନଙ୍କର ମନଲୋଭା ସୌନ୍ଦର୍ଯ୍ୟ ସହିତ ଆକର୍ଷିତ କରେ ।

  • ଆଡଭେଞ୍ଚର ଆକ୍ଟିଭିଟି ପାଇଁ ବି ସର୍ବୋତ୍ତମ
ଶ୍ରୀନଗରଠାରୁ ୧୦୦କିମି ଦୂରରେ ଅବସ୍ଥିତ ଗୋଲ୍ଫ କୋର୍ସ ଏହି ସ୍ଥାନର ଆଉ ଏକ ଆକର୍ଷଣ । ପହଲଗାମର ଗୋଲ୍ଫ କ୍ଲବ୍‌ରେ ମିନି-ଗୋଲ୍ଫ ଖେଳାଯାଏ । ପହଲଗାମରେ ପୋନି ରାଇଡ୍ କେବଳ ଟ୍ରାନ୍ସପୋର୍ଟର ମାଧ୍ୟମ ନୁହେଁ, ବରଂ ଏକ ବଡ଼ ଟୁରିଷ୍ଟ ଆଟ୍ରାକ୍ସନ ମଧ୍ୟ । ଏଠାରେ ଆମ୍ୟୁଜମେଣ୍ଟ ପାର୍କ ଓ ଚିଡ଼ିଆଖାନାକୁ ମଧ୍ୟ ପର୍ଯ୍ୟଟକ ବେଶ ଉପଭୋଗ କରନ୍ତି । ଏଠାରେ ବୁଲାବୁଲି କରି ସ୍ମୃତି ସାଉଣ୍ଟନ୍ତି ପର୍ଯ୍ୟଟକ । ଟ୍ରାକିଂ ଏହାର ଅନ୍ୟତମ ଆକର୍ଷଣ, ଯାହାକି ଟ୍ରାକର୍‌ମାନଙ୍କୁ ଆକର୍ଷିତ କରେ । ଏଠାରେ ଥିବା ବୈସାରନ ଘାଟି ବରଫାଚ୍ଛନ୍ନ ପାହାଡରେ ଘେରି ରହିଥାଏ । ଦୂର ଦୂର ପର୍ଯ୍ୟନ୍ତ ସବୁଜିମା ଭରା ଜଙ୍ଗଲ ଦିଶେ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜର ସବୁ ଦୁଃଖ କଷ୍ଟ ଭୁଲି ନିଜକୁ ହଜାଇଦିଏ ପର୍ଯ୍ୟଟକ । ଏହାର ଶାନ୍ତ ପରିବେଶ ଅସ୍ତବ୍ୟସ୍ତ ଜୀବନରେ ଶାନ୍ତି ଭରିଦିଏ ।

  • କେମିତି ପହଞ୍ଚିବେ ?
ପହଲଗାମ ଶ୍ରାୀନଗରରୁ ପ୍ରାୟ ୯୦ କିମି ଦୂରରେ ଅବସ୍ଥିତ ଓ ରାସ୍ତାରେ ଗଲେ ୩ ଘଣ୍ଟା ସମୟ ଲାଗେ । ଯଦି ଆପଣ ଜମ୍ମୁରୁ ପହଲଗାମ ଯାଉଛନ୍ତି, ତେବେ ଏହା ସମ୍ପୂର୍ଣ୍ଣ ଭାବେ ୨୫୦କିମିର ସଡ଼କ ଯାତ୍ରା ହେବ । ଏଥିଲାଗି ପର୍ଯ୍ୟଟକଙ୍କୁ ୮ ଘଣ୍ଟା ସମୟ ଲାଗେ । ଏହି ସ୍ଥାନଟି ଆପଣଙ୍କ କାଶ୍ମୀର ଯାତ୍ରାର ତାଲିକାରେ ରହିବା ନିହାତି ଆବଶ୍ୟକ । ପହଲଗାମରେ ପହଞ୍ଚିବା ପରେ ଆପଣ ମେଣ୍ଢା ପଲ ଯୋଗୁଁ ଟ୍ରାଫିକ୍ ଜାମ୍‌ରେ ଫସି ରହିପାରନ୍ତି, କିନ୍ତୁ ବିଶ୍ୱାସ କରନ୍ତୁ ଏଠାକାର ପ୍ରତ୍ୟେକଟି ଜିନିଷ ଆପଣଙ୍କ ମନ ମୋହିଥାଏ । ବିଶେଷ କରି ପ୍ରକୃତି ପ୍ରେମୀ ଏହାକୁ ପସନ୍ଦ କରିଥାନ୍ତି । ଏହାସହିତ, ଉଚ୍ଚ ଗଛର ସବୁଜ ସୁଡ଼ଙ୍ଗ ନିଶ୍ଚିତ ଭାବରେ ଆପଣଙ୍କ ଯାତ୍ରାକୁ ଆହୁରି ସୁନ୍ଦର ଏବଂ ସ୍ମରଣୀୟ କରେ । ଯଦି ଆପଣ ଫେବୃଆରୀରେ କୌଣସି ପର୍ଯ୍ୟଟନ ସ୍ଥଳୀ ଭ୍ରମଣ ପାଇଁ ମନ ବଳାଇଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ସ୍ଥାନ ହୋଇପାରେ ।

ଏଥିସହ ପଢନ୍ତୁ: ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ ହେବ କ୍ଲିନ୍ ଆଉ ଗ୍ରୀନ୍,ସମସ୍ତ ଟୁରିଜିମ୍ ସ୍ପଟ୍ ହେବ ପ୍ଲାଷ୍ଟିକ ଓ ପ୍ରଦୂଷଣ ଫ୍ରି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
February Picnic Spot: ଫେବୃଆରୀରେ ଛୁଟି କାଟିବା ପାଇଁ ଭ୍ରମଣସ୍ଥଳୀ ଖୋଜୁଛନ୍ତି କି ? ସ୍ଵର୍ଗଠୁ କମ ନୁହଁ ଏହି ସ୍ଥାନ | Argus News