Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Low Pressure / ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୨୩ରୁ ରାଜ୍ୟରେ ହେବ ବର୍ଷା !

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୨୩ରୁ ରାଜ୍ୟରେ ହେବ ବର୍ଷା !
Low Pressure

Key Points

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା
ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସୂଚନା
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ଅଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଲଘୁଚାପର ଗତି ଓ ପ୍ରଭାବ ନେଇ ସ୍ପଷ୍ଟ ହୋଇପାରିନାହିଁ ।
ତେବେ ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେଉଁଝର । ସେହିପରି ୨୪ ତାରିଖ ପାଇଁ ଖୋର୍ଦ୍ଧା, କଟକ, ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ସେପଟେ ଫେବ୍ରୁଆରୀ ତୃତୀୟ ସପ୍ତାହରୁ ଜଳୁଛି ଓଡ଼ିଶା । ଗୁରୁବାର ୧୦ ସହରର ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଛି । ବୁଧବାର ରାଜ୍ୟରେ ଝାରସୁଗୁଡ଼ାରେ ପାରଦ ୪୫ ଡିଗ୍ରୀ ଡେଇଁଥିବା ବେଳେ ଗୁରୁବାର ସାମାନ୍ୟ ଖସିଛି ସତ ତଥାପି ଉତ୍ତପ୍ତ ରହିଛି । ଗୁରୁବାର ବି ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ରହିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଗୁରୁବାର ରାଜଧାନୀ ଭୁବନେଶ୍ଵରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୮ ଡିଗ୍ରୀ ରହିଥିବା ବେଳେ ବାରିପଦା ଓ ସମ୍ବଲପୁରରେ ପାରଦ ୩୩.୪ ଡିଗ୍ରୀ, ତାଳଚେର ଓ ଭବାନୀପାଟଣାରେ ୩୩ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୩.୮ ଡିଗ୍ରୀ, ଢେଙ୍କାନାଳରେ ୩୩.୯ ଡିଗ୍ରୀ, ନବରଙ୍ଗପୁରରେ ୩୩ ଡିଗ୍ରୀ ଓ ଖୋର୍ଦ୍ଧାରେ ପାରଦ ୩୩.୫ ଡିଗ୍ରୀ ରହିଥିଲା ।

ପଢ଼ନ୍ତୁ ଏହି ଖବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ; ଦୁଇ ଦିନ ହାଲୁକା ବର୍ଷା ପୂର୍ବାନୁମାନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Low Pressure Likely Over Bay of Bengal; Rain Alert in Odisha From 23rd | Argus News