Farmers Alert / କମ୍ ବର୍ଷା, ଅଧିକ ଖରା... ପ୍ରଭାବିତ ହେବ ଫସଲ ଉତ୍ପାଦନ: IMDର ପୂର୍ବାନୁମାନ
·2 months ago·2 min read

Key Points
ଫେବ୍ରୁଆରୀରେ ଅନୁଭୂତ ହେବ ସାମାନ୍ୟ ଠାରୁ ଅଧିକ ଗରମ । ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ୨୦୨୬ ଫେବ୍ରୁଆରୀରେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିପାରେ
ନୂଆଦିଲ୍ଲୀ: ସ୍ଵାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଫେବ୍ରୁଆରୀରେ ଅନୁଭୂତ ହେବ ସାମାନ୍ୟ ଠାରୁ ଅଧିକ ଗରମ । ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ୨୦୨୬ ଫେବ୍ରୁଆରୀରେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିପାରେ ।
ତେବେ ଦକ୍ଷିଣ ଭାରତ ଓ ମଧ୍ୟ ଭାରତର କିଛି ସ୍ଥାନରେ ତାପମାନା ସ୍ଵାଭାବିକ ପାଖାପାଖି ରହିବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ମଧ୍ୟ ଭାରତର କିଛି ଅଞ୍ଚଳରେ ଶୀତ ଲହରୀ ଦିନ ସଂଖ୍ୟା ସ୍ଵାଭାବିକ ଠାରୁ କମିପାରେ ।
ଏଥିସହ ପଢ଼ନ୍ତୁ: ଗ୍ରାହକଙ୍କ ପାଇଁ ଖୁସି ଖବର: ବଜେଟ୍ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ; ଏବେ କିଣିବେ ନା ନାହିଁ ?
ପାଣିପାଗ ବିଭାଗର ଆକଳନ ଅନୁସାରେ, ସ୍ଵାଭାବିକ ଠାରୁ ତାପମାତ୍ରା ଅଧିକ ରହିବା ଯୋଗୁଁ ରବି ଫସଲ ଶୀଘ୍ର ବଢ଼ିବ । ବିଶେଷକରି ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ଗହମ ଭଳି ଫସଲ ସମୟ ପୂର୍ବରୁ ପାଚିବା ସମସ୍ୟା ଉପୁଜିପାରେ । ଫଳରେ ସଶ୍ୟ ଫଳିବାରେ ସମସ୍ୟା ହେବା ସହ ହାଲୁକା ହେବ, ଅମଳ କମିବ ।
ସେହିଭଳି ସୋରିଷ, ମସୁର ଡାଲି ଓ ମଟର ଭଳି ଫସଲରେ ଫୁଲ ଶୀଘ୍ର ଆସିବ ଓ ସମୟ ପୂର୍ବରୁ ଫଳ ଫଳିବ । ଯାହାଦ୍ଵାର ଫଳର ବିକାଶ ଠିକ୍ ଭାବେ ହେବ ନାହିଁ । ମଞ୍ଜିର ଆକାର ଛୋଟ ହେବା ସହ ଅମଳ ହ୍ରାସ ପାଇବ । ଏଭଳି ଭାବେ ଅନ୍ୟ ଫସଲକୁ ମଧ୍ୟ ତାପମାତ୍ରା ପ୍ରଭାବିତ କରିପାରେ । ଯାହାକି ଫସଲ ଅମଳକୁ ପ୍ରଭାବିତ କରିବ ।
ସ୍ଵାଭାବିକ ଠାରୁ କମ୍ ବର୍ଷା
ଆଇଏମ୍ଡିର ଆକଳନ ଅନୁସାରେ, ଦେଶର ଅଧିକାଂଶ ଭାଗରେ ସାମାନ୍ୟ ଠାରୁ କମ୍ ବର୍ଷା ସମ୍ଭାବନା ରହିଛି । ସମଗ୍ର ଦେଶରେ ବର୍ଷାର ପରିମାଣ ୮୧ ପ୍ରତିଶତ ତଳେ ରହିବା ନେଇ ଆକଳନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ହୃଦ୍ଘାତ ପାଇଁ ଲୋଡ଼ା ନାହିଁ ଔଷଧ; ଘରେ ବସି ହୋଇ ପାରିବେ ସୁସ୍ଥ, କ'ଣ କହୁଛି AIIMS ?
ଏବେ ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗର ଉପରେ ଲା ନିନା ରହିଛି । ଫେବ୍ରୁଆରୀରୁ ଏପ୍ରିଲ୍ ମଧ୍ୟରେ ସ୍ଥିତି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories