Emotional Story / 'କାନ୍ଦେନି ବେଟା, ମାଆ ଆସୁଛି'...ରାହା ଧରି କାନ୍ଦୁଥିଲା ରିଦ୍ଧି, ବୁଝାଉଥିଲେ ଥାନାବାବୁ
·4 months ago·2 min read

Key Points
ମାଆ ମାଆ କହି ଡାକ ଛାଡୁଛି କୁନିଝିଅ ରିଦ୍ଧି
ରିଦ୍ଧିକୁ ଏକାକୀ କରି ଚାଲିଗଲା ପୂରା ପରିବାର
ରିଦ୍ଧିକୁ ଏକାକୀ କରି ଚାଲିଗଲା ପୂରା ପରିବାର
ପୋଲିସ ଷ୍ଟେସନରେ ଟେବୁଲ ଉପରେ ବସିଥିବା ନିରୀହ ୨ ବର୍ଷର କୁନିଝିଅ ରିଧି । ତାର କାନ୍ଦ ଓ ମାଆ ଡାକ ଏତେ ହୃଦୟବିଦାରକ ଥିଲା ଯେ କେହି ନିଜର କୋହ ସମ୍ଭାଳିପାରୁନଥିଲେ । ଏକ ଦୁର୍ଘଟଣା ରିଧିର ବାପାମାଆ ଏବଂ ଭଉଣୀ ଆରପାରିକୁ ଚାଲିଗଲେ । କେବଳ ବଞ୍ଚିଗଲା ରିଦ୍ଧି । ରିଦ୍ଧି ମାଆକୁ ଖୋଜି ରାହା ଧରି କାନ୍ଦୁଥିବା ବେଳେ ପୋଲିସ ବାବୁ ତାକୁ ବୁଝାଉଥିଲେ । ଏହି ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ଵଳ କରିଥିଲା ।
ରିଦ୍ଧି କାନ୍ଦୁଥିଲା, 'ମମି, ମମି' ଡାକୁଥିଲା । ଷ୍ଟେସନ ଇନଚାର୍ଜ ତାକୁ ତାଙ୍କ ପାଖରେ ବସାଇଥିଲେ । ରିଦ୍ଧିର ଲୁହ ଦେଖି ଷ୍ଟେସନ ଇନଚାର୍ଜ ମଧ୍ୟ ଭାବପ୍ରବଣ ହୋଇଗଲେ । ସେ ପରିବାରକୁ ରିଦ୍ଧିର ମା'ଙ୍କ ଫଟୋ ମାଗିଲେ ଏବଂ ସେମାନଙ୍କୁ ଦେଖାଇ କହିଲେ, 'ଦେଖ, ଏ ତୁମର ମା ।' ଏହି ସମୟରେ ଅନ୍ୟ ଜଣେ ପୋଲିସ କର୍ମଚାରୀ ଭାରି ସ୍ୱରରେ କହିଲେ, 'କାନ୍ଦେନି ଝିଅ, ମମି ଆସୁଛି...'" ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଭାବପ୍ରବଣ କରିଛି ।
ସେମାନେ ଇନ୍ଦୋରରୁ ଦିଲ୍ଲୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ମୋନୁଙ୍କ ଦୁଇ ବର୍ଷର ଝିଅ ରିଦ୍ଧି ଯାଦବ ଦୁର୍ଘଟଣାରୁ ବଞ୍ଚି ଯାଇଛି । ରାଜଗଡ଼ ପୋଲିସ ରିଦ୍ଧିକୁ ପୋଲିସ ଷ୍ଟେସନକୁ ଆଣିଥିଲା, କିନ୍ତୁ ସେ ଲଗାତାର କାନ୍ଦୁଥିବାବେଳେ ମାଆକୁ ଖୋଜୁଥିଲା । ରାଜଗଡ଼ ପୋଲିସ ଅଧିକାରୀ ତାକୁ ଖାଇବାକୁ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ କାନ୍ଦିବା ଜାରି ରଖିଥିଲା ।

- କେମିତି ଘଟିଲା ଦୁର୍ଘଟଣା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ କରିଥିଲେ ମହାକାଳଙ୍କ ଦର୍ଶନ
ପଢନ୍ତୁ ଏହି ଖବର: 'ବାପା, ଆମେ ୟୁକ୍ରେନ୍ରେ ଫସି ଯାଇଛୁ...'; ୬ ମାସ ପରେ ଆସିଲା ପୁଅର ଶବ, ଶୋକରେ ଗାଁ
ଏହି ଦୁର୍ଘଟଣା କେବଳ ତିନୋଟି ଜୀବନ ନେଇନଥିଲା, ଏହା ଏକ ନିଷ୍ପାପ ପିଲାକୁ ତା'ର ଦୁନିଆରୁ ଛଡ଼ାଇ ନେଇଥିଲା । ରିଦ୍ଧି, ଯିଏ ପୂର୍ବରୁ ତା'ର ବାପାମା'ଙ୍କ ଆଙ୍ଗୁଠି ଧରି ଚାଲିଥିଲା, ଏବେ ସେମାନଙ୍କ ବିନା ଜୀବନ ବିତାଇବ । ଏକ ଯନ୍ତ୍ରଣା ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ମୋନୁଙ୍କ ପରିବାର ସହିତ ଖୁସିର ଫଟୋ ଏବେ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Related Topics
Explore more stories