Emotional Story / 'ବାପା, ଆମେ ୟୁକ୍ରେନ୍ରେ ଫସି ଯାଇଛୁ...'; ୬ ମାସ ପରେ ଆସିଲା ପୁଅର ଶବ, ଶୋକରେ ଗାଁ
·2 hours ago·2 min read

Key Points
ବାପାମାଆଙ୍କ ଆଖିରେ ପୁଅକୁ ନେଇ ଅନେକ ସ୍ଵପ୍ନ ସହ ସମ୍ଭାବନା ବି ଥିଲା । ପୁଅର ଫେରିବା ବାଟକୁ ଚାହିଁ ରହିଥିଲା ପରିବାର । ପୁଅ ଆଜି ଘରକୁ ଫେରିଛି ସତ କିନ୍ତୁ ଜୀବନ ନାହିଁ, ଶବ ହୋଇ ଫେରିଛି ।
ନୂଆଦିଲ୍ଲୀ: ପାଠ ପଢ଼ିବାକୁ ପୁଅ ବିଦେଶ ଯାଇଥିଲା । ବାପାମାଆଙ୍କ ଆଖିରେ ପୁଅକୁ ନେଇ ଅନେକ ସ୍ଵପ୍ନ ସହ ସମ୍ଭାବନା ବି ଥିଲା । ପୁଅର ଫେରିବା ବାଟକୁ ଚାହିଁ ରହିଥିଲା ପରିବାର । ପୁଅ ଆଜି ଘରକୁ ଫେରିଛି ସତ କିନ୍ତୁ ଜୀବନ ନାହିଁ, ଶବ ହୋଇ ଫେରିଛି ।
ହରିୟାଣା ରେୱାଡ଼ି ଜିଲ୍ଲାର କାଠୁବାସ ଗାଁର ଅଂଶୁ । ନିଜ ସ୍ଵପ୍ନ ପୂରଣ ପାଇଁ ବିଦେଶ ଯାଇଥିଲା । ଯାହା ଏବେ କେବଳ ସ୍ମୃତିରେ ରହି ଯାଇଛି । ଏମବିଏ ପଢ଼ିବାକୁ ଋଷ ଯାଇଥିବା ଅଂଶୁ ୨୦୨୪ ଅଗଷ୍ଟରେ ଋଷ ସେନାରେ ସାମିଲ୍ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଛୁଟି ନାହିଁ, ୧୫ ମିନିଟରେ ଲଞ୍ଚ: ୧୭ ଲକ୍ଷ ପ୍ୟାକେଜର ଚାକିରି ଛାଡିଲେ ୨୪ ବର୍ଷୀୟ ଯୁବକ
ପରିବାର ଲୋକ ମଧ୍ୟ ଭାବି ପାରିନଥିଲେ ଏମବିଏ ପଢ଼ିବାକୁ ଋଷ ଯାଇଥିବା ଅଂଶୁ ଦିନେ ଯୁଦ୍ଧ ମୈଦାନକୁ ଚାଲିଯବ । ଋଷ ପକ୍ଷରୁ ୟୁକ୍ରେନ୍ ବିରୋଧରେ ଲଢ଼ୁଥବା ଅଂଶୁର ମୃତ୍ୟୁ ୨୦୨୫ ଅକ୍ଟୋବର ୧୪ରେ ହୋଇଥିଲା ।
ମୃତଦେହ ଆଣିବାକୁ ୬ ମାସ
କିନ୍ତୁ ଅଂଶୁର ମୃତ୍ୟୁ ନେଇ ଦୁଃଖଦ ଖବର ପରିବାର ପାଖରେ ପହଞ୍ଚାଇବା ଏବଂ ସେଠାରୁ ମୃତଦେହ ଭାରତ ଆଣିବା ଲାଗି ୬ ମାସ ସମୟ ଲାଗିଗଲା । ଆଉ ସମୟରେ ପରିବାର ଆଶା ଓ ଡର ଭିତରେ ଥିଲେ ।
ଶୁକ୍ରବାର ଅଂଶୁର ମୃତଦେହ କାଠୁବାସ ଗାଁକୁ ଫେରିଛି । ଯାହା ପରେ ପୁରା ଗାଁ ସ୍ତବ୍ଧ ହୋଇ ଯାଇଛି । ପୁଅର ଫେରିବା ବାଟକୁ ଚାତକ ପରି ଚାହିଁ ରହିଥିବା ମାଆ ଆଖିରୁ ଲୁହ ଶୁଖୁନି, ବାପା ହୋଇ ଯାଇଛନ୍ତି ନିର୍ବାକ ।
ଅଂଶୁ ସହ ପରିବାର ଲୋକେ ଶେଷଥର ପାଇଁ ଗତବର୍ଷ ଅଗଷ୍ଟ ୧୮ରେ କଥା ହୋଇଥିଲେ । ସେତେବେଳେ ବାପା ରାକେଶଙ୍କୁ ଅଂଶୁ କହିଥିଲା, "ବାପା ଏଠାରେ ଫସି ଯାଇଛୁ... ୩ ମାସ ପରେ କଥା ହୋଇ ପାରିବି ।"
ଏଥିସହ ପଢ଼ନ୍ତୁ: ଅଚାନକ ଖସିଲା ଅଶୋଧିତ ତୈଳ ସହ ଗ୍ୟାସ୍ ଦର; ଭାରତ ପାଇଁ ୩ଟି ଭଲ ଖବର
ସେତେବେଳେ ଅଂଶୁ କହିଥିବା ଏହି ପଦ ଏବେ ପରିବାର ପାଇଁ ସ୍ମୃତି ଆଉ ସନ୍ତକ । ସେବେଠୁ ଅଂଶୁର ଫୋନ୍କୁ ପରିବାର ଅପେକ୍ଷା କରିଥିଲେ, ଆଉ ଶେଷରେ ମୃତ୍ୟୁ ଖବର ସବୁକିଛି ବଦଳାଇ ଦେଲା ।
ଏପ୍ରିଲ୍ ୪ରେ ଭାରତୀୟ ଦୂତାବାସ ଫୋନ୍ କରି ଜଣାଇଲା ଅଂଶୁର ମୃତଦେହ ମିଳିଛି । ମୃତଦେହକୁ ଭାରତ ପଠା ଯାଉଛି । ଆଉ ୧୭ ଏପ୍ରିଲ୍ରେ ମୃତଦେହ ଦିଲ୍ଲୀ ପହଞ୍ଚିବା ପରେ ସେଠାରୁ ଗାଁକୁ ନିଆ ଯାଇଛି । ଯେଉଁଠି ଛଳ ଛଳ ଆଖିରେ ଅଂଶୁକୁ ବିଦାୟ ଦେଇଛନ୍ତି ପରିବାର ଓ ଗାଁ ଲୋକେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories