Road Accident / ସୋରରେ ଭୟଙ୍କର ସଡ଼କ ଦୁର୍ଘଟଣା; ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ
·1 hour ago·1 min read

Key Points
ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ
ଟ୍ରକ ତଳେ ଚାପି ହୋଇ ୩ ମୃତ
ଟ୍ରକ ତଳେ ଚାପି ହୋଇ ୩ ମୃତ
ବାଲେଶ୍ଵର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ମଡ଼ର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ । ଟ୍ରକ ତଳେ ଚାପିହୋଇ ୩ ଜଣଙ୍କ ଅକାଳରେ ଚାଲିଗଲା ଜୀବନ । ରବିବାର ବିଳମ୍ବିତ ରାତିରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟୁ ବାଲେଶ୍ୱରରୁ ସୋର ଅଭିମୁଖେ ଆସୁଥିବା ଏକ ଟ୍ରକ ପଛରୁ ଧକ୍କା ଦେବା ପରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ଦୁର୍ଘଟଣାରେ ୩ ଜଣ ମୃତ
ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ଟ୍ରକରେ ଥିବା ୩ ଜଣ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କଟରରେ ଟ୍ରକକୁ କାଟି ସମସ୍ତଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସୋର ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିଥିଲା । ଏହାପରେ ସୋର ମେଡ଼ିକାଲରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପଢନ୍ତୁ ଏହି ଖବର: ସର୍ଟ ସର୍କିଟ୍ରୁ ଫ୍ରିଜ୍ ବିସ୍ଫୋରଣ; ଚାଲିଗଲା ୨ ଜୀବନ, ଖରା ଦିନେ କରନ୍ତୁନି ଅବହେଳା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories