|
logo
Live
Argus News App
GET APP

Argus News - କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ର ଖୋଲା ଉଲ୍ଲଂଘନ; ବାଲି ପାଇଁ ଭୁଶୁଡ଼ିଯିବ ବ୍ରିଜ୍ !

Odisha

Sand Loot / କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ର ଖୋଲା ଉଲ୍ଲଂଘନ; ବାଲି ପାଇଁ ଭୁଶୁଡ଼ିଯିବ ବ୍ରିଜ୍ !

Sushanta Sahoo
Browse all articles by Sushanta Sahoo
·1 month ago·2 min read
କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ର ଖୋଲା ଉଲ୍ଲଂଘନ; ବାଲି ପାଇଁ ଭୁଶୁଡ଼ିଯିବ ବ୍ରିଜ୍ !
Sand Mafia Violates Central Guidelines

Key Points

ରାଜଧାନୀର ଛାତି ଉପରେ ଲୁଟ୍ ହେଉଛି ବାଲି
କେନ୍ଦ୍ରୀୟ ଗାଇଡଲାଇନ୍‌ର ଖୋଲା ଉଲ୍ଲଂଘନ
ବ୍ରିଜ୍ ତଳୁ ବାଲି ଉଠାଇ ନେଉଛନ୍ତି ବାଲି ମାଫିଆ  
ଭୁବନେଶ୍ଵର/ପୁରୀ: ଦିନରାତି ଚାଲିଛି ବାଲି ଖୋଳା । ରାଜଧାନୀର ଛାତି ଉପରେ ଲୁଟ୍ ହେଉଛି ବାଲି, ବ୍ରିଜ ତଳୁ ବାଲି ଉଠାଇ ନେଇଛନ୍ତି ବାଲି ମାଫିଆ । ପୁରୀ ରେ ବି ସମାନ ଚିତ୍ର । କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌କୁ ଖୋଲାଖୋଲି ଉଲ୍ଲଂଘନ କରି ମାଫିଆ ବାଲି ଉଠାଇ ନେଉଛନ୍ତି ।

ରାଜଧାନୀର କୁଆଖାଇ ବ୍ରିଜ୍‌ର ଅନତି ଦୂରରୁ ଉଠୁଛି ବାଲି । ବ୍ରିଜର ଗୋଟିଏ କିଲୋମିଟର ପରିଧି ଭିତରେ ବାଲି ନ ଉଠାଇବା କଥା । ହେଲେ ଏଠି ଯେପରି ସବୁ ଦେଖି ଆଖି ବନ୍ଦ କରି ଦିଆଯିବା ପରି ମନେ ହେଉଛି । ରାଜଧାନୀର ଛାତି ଉପରେ ଖୁଲମଖୁଲା ଚାଲିଛି ବାଲି ଲୁଟ୍ ।

ଏଥିସହ ପଢ଼ନ୍ତୁ: ସୁନା-ରୁପାକୁ ନେଇ କାହିଁକି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?

କେବଳ ଭୁବନେଶ୍ୱର ନୁହେଁ ପୁରୀ ରେ ବି ସମାନ ଚିତ୍ର । ବ୍ରିଜର ଏକ କିଲୋମିଟର ଭିତରେ ଖନନ ବନ୍ଦ କରିବାକୁ ପୁରୀ ଜିଲ୍ଲା ମାଇନିଂ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପୁରୀ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ । ତଥାପି ବ୍ରିଜ୍ ତଳୁ ବାଲି କୋରି ନେଉଛନ୍ତି ବାଲି ମାଫିଆ । ଆଉ ଏହି ସ୍ଥିତିରୁ ଆଶଙ୍କା କରାଯାଉଛି, ଏବେ ବିପଦରେ ପୁରୀ ଜିଲ୍ଲାର ୩୫ ବ୍ରିଜ୍ ।

ବାଲି ଖନନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁସାରେ, ବଡ଼ ବ୍ରିଜ ଓ ଜାତୀୟ ରାଜପଥର ଗୋଟିଏ କିଲୋମିଟର ପରିଧି ଭିତରେ ବାଲି ଉଠାଯାଇ ପାରିବ ନାହିଁ । ହେଲେ ବାଲି ଚାଲାଣ ସହଜ କରିବାକୁ ଲିଜ୍ ମିଳିଥିବା ଜାଗା ଠାରୁ ବାଲି ଉଠାଇବା ପରେ ବ୍ରିଜ୍ ତଳୁ ବାଲି ଖୋଳି ନେଉଛନ୍ତି ବାଲି ମାଫିଆ ।

ଏଥିସହ ପଢ଼ନ୍ତୁ: ପାରାଙ୍କୁ ଦାନା ଖୁଆଇବା ପଡିଲା ମହଙ୍ଗା କହିଲେ...

ଯାହାର ସିଧା ପ୍ରଭାବ ବ୍ରିଜ୍ ଉପର ପଡୁଛି । ଏପରିକି ବ୍ରିଜ୍ ଭୁଶୁଡିଡ଼ି ନେଇ ବିଶେଷଜ୍ଞ ଚେତେଇ ଦେଇଛନ୍ତି । ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ।

ସରକାର ବଦଳିବା ପରେ ବାଲି ଚୋରା ଚାଲାଣ ରୋକିବାକୁ ଲଗାତାର ଚଢ଼ାଉ ହେଉଛି । ବିଭିନ୍ନ ସ୍ଥାନରେ ମନ୍ତ୍ରୀ ନିଜେ ରେଡ୍‌ରେ ସାମିଲ ଥିବା ଚିତ୍ର ବି ସାମନାକୁ ଆସିଛି । ହେଲେ ଏବେ ବି ବେଆଇନ୍ ବାଲିଘାଟ ଚାଲିଥିବା ବେଳେ ନିଜ ଅଞ୍ଚଳ ବାହାରୁ ବାଲି ଉଠୁଛି । ଆଗକୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କେତେ ତତ୍ପରତା ଦେଖାଉଛି ତାହା ଉପର ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sand Loot: କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ର ଖୋଲା ଉଲ୍ଲଂଘନ; ବାଲି ପାଇଁ ଭୁଶୁଡ଼ିଯିବ ବ୍ରିଜ୍ ! | Argus News