Accident News / ଦିନକରେ ଦୁର୍ଘଟଣାରେ ଗଲା ୮ ଜଣଙ୍କ ଜୀବନ; ବଲାଙ୍ଗିରରେ ଦମ୍ପତିଙ୍କ ସହ ୪ ମୃତ
·1 month ago·2 min read

Key Points
ବଲାଙ୍ଗିରର କଣ୍ଟାବାଞ୍ଜିରେ ଅଜଣା ଗାଡ଼ି ଧକ୍କାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ କୋରାପୁଟ ଜିଲ୍ଲାରେ ୨ଟି ଦୁର୍ଘଟଣାରେ ଆଖି ବୁଜିଛନ୍ତି ୪ ଜଣ ।
କଣ୍ଟାବାଞ୍ଜି/ନନ୍ଦପୁର/ପଟ୍ଟାଙ୍ଗୀ: ଅଶୁଭ ସାଜିଲା ରବିବାର । ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ । ବଲାଙ୍ଗିରର କଣ୍ଟାବାଞ୍ଜିରେ ଅଜଣା ଗାଡ଼ି ଧକ୍କାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ କୋରାପୁଟ ଜିଲ୍ଲାରେ ୨ଟି ଦୁର୍ଘଟଣାରେ ଆଖି ବୁଜିଛନ୍ତି ୪ ଜଣ ।
ଧକ୍କା ଦେଲା ଅଜଣା ଗାଡ଼ି, ୪ ମୃତ
ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଦୁର୍ଘଟଣା ହୋଇଛି । ରବିବାର ସନ୍ଧ୍ୟାରେ ତୁରେକେଲା-ମହଖଣ୍ଡ ରାସ୍ତାର ପଣ୍ଡ୍ରେନ ଗାଁ ନିକଟରେ ଅଜଣା ଗାଡ଼ି ଏକ ବାଇକ୍କୁ ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଯାଇଛି ।
ଏଥିସହ ପଢ଼ନ୍ତୁ: କେନ୍ଦ୍ରୀୟ ଗାଇଡ୍ଲାଇନ୍ର ଖୋଲା ଉଲ୍ଲଂଘନ; ବାଲି ପାଇଁ ଭୁଶୁଡ଼ିଯିବ ବ୍ରିଜ୍ !
ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମେଡିକାଲ୍ରେ ଆଉ ୨ ଜଣ ଆଖି ବୁଜିଛନ୍ତି । ମୃତକଙ୍କ ମଧ୍ୟରେ ଦମ୍ପତିଙ୍କ ସହ ଜଣେ ନାବାଳକ ଥିବା ଜଣାପଡ଼ିଛି । ମୃତକ ମାନେ ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ଗାଁର ୩ ଜଣ ହୋଇଥିବା ବେଳେ ଅନ୍ୟ ଜଣେ ବେଲପଡ଼ା ବ୍ଲକ ଧଅରାଖମନ ଗାଁର ।
ମୃତକ ହେଉଛନ୍ତି ତୁରେକେଲା ଗାଁର କ୍ଷୀର ପୁଟେଲ, ତାଙ୍କ ସ୍ତ୍ରୀ ଫୁଲମତି ପୁଟେଲ, ନାତି ଦେବାଶିଷ ପୁଟେଲ ଓ ବେଲପଡ଼ା ବ୍ଲକ ଧଅରାଖମନ ଗାଁର ମୋହନ ପୁଟେଲ ବୋଲି ସୂଚନା ମିଳିଛି ।
ବ୍ରିଜ୍ରୁ ଖସି ୨ ମୃତ
ସେପଟେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିକିମିପୁଟ ପଞ୍ଚାୟତ ଖିଲୁଆ ବ୍ରିଜ ତଳକୁ ଖସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ହେଲେ ଭଗବାନ ଖରା, ଉଗ୍ରସେନ ପାଙ୍ଗୀ । ଉଭୟ ବାଇକ୍ରେ ଫେରିବା ବେଳେ ଖିଲୁଆ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ । ପୋଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏଥିସହ ପଢ଼ନ୍ତୁ: ହାତରୁ ବାପା ଛଡ଼ାଇଲେ ମୋବାଇଲ; ଜୀବନ ହାରିଲେ ୩ ଭଉଣୀ
ବାଇକ୍ ମୁହାଁମୁହିଁରେ ୨ ମୃତ
ସେହିଭଳି କୋରାପୁଟ ଜିଲ୍ଲା ସୀମାନ୍ତ ସୁଙ୍କି ଥାନା ଅଧିନସ୍ଥ ପେଟୁର ପଞ୍ଚାୟତର ବୋରିଗୁଡ଼ା ରାସ୍ତା ନିକଟରେ ଦୁର୍ଘଟଣା ଘଟିଛି । ୨ ବାଇକ୍ ମୁହାଁମୁହିଁ ହୋଇଥିବା ବେଳେ ଘଟଣାସ୍ଥଳରେ ଆଖି ବୁଜିଛନ୍ତି ୨ ଜଣ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories