|
logo
Live

Argus News - ଦେବଘରରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା; ବସ୍-ପିକଅପ୍ ଧକ୍କାରେ ୧୦ ମୃତ, ୨୫ ଗୁରୁତର

Accident

Bus Accident / ଦେବଘରରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା; ବସ୍-ପିକଅପ୍ ଧକ୍କାରେ ୧୦ ମୃତ, ୨୫ ଗୁରୁତର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦେବଘରରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା; ବସ୍-ପିକଅପ୍ ଧକ୍କାରେ ୧୦ ମୃତ, ୨୫ ଗୁରୁତର
10 Dead in Bihar Crash

Key Points

ବସ୍‍, ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପିକଅପ୍‌ ଭ୍ୟାନ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।
ପାଟଣା: ବିହାର କଟିହାର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍‍, ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପିକଅପ୍‌ ଭ୍ୟାନ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ବସ୍‌ର ସମ୍ମୁଖ ଭାଗ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।


ଦୁର୍ଘଟଣା ପରେ ରାସ୍ତାରେ ମୃତଦେହ ଏଣେ ତେଣେ ପଡ଼ିଥିଲା । ସ୍ଥାନୀୟ ପୋଲିସ ଅନୁସାରେ, ମୋଟ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି । ୨୫ରୁ ଅଧିକ ଗୁରୁତରଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ଏଥିସହ ପଢ଼ନ୍ତୁ: ବୃନ୍ଦାବନରେ ବୁଡ଼ିଲା ବୋଟ୍; ୧୦ ଶ୍ରଦ୍ଧାଳୁ ମୃତ, ବୋଟ୍ ଚାଳକଙ୍କୁ ଫେରିଯିବାକୁ କହୁଥିଲେ ଯାତ୍ରୀ

ଝାଡ଼ଖଣ୍ଡର ଦେବଘରରୁ ଫେରୁଥିଲେ

ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା କୋଢ଼ା ଥାନା ଜାତୀୟ ରାଜପଥ ୩୧ର ବସଗାଡ଼ା ନିକଟରେ ହୋଇଛି । ମୃତକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ପୂର୍ଣ୍ଣିଆର ଶୋଭାରୁ ୨୫ ଜଣ ଦେବଘରରୁ ଦର୍ଶନ ସାରି ଫେରୁଥିଲେ । ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ବସ୍‌, ପିକଅପ୍ ଭ୍ୟାନ୍‌କୁ ଧକ୍କା ଦେଇଥିଲା । ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଟଙ୍କା ନ ଦେବା ଚକ୍କର୍‌ରେ ଟୋଲ୍ କର୍ମଚାରୀଙ୍କ ଉପରେ ଚଢ଼ାଇଦେଲେ ବସ୍

ନିଶାରେ ଥିଲା ବସ୍ ଡ୍ରାଇଭର !

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବସ୍‌ଟି ନିୟନ୍ତ୍ରଣ ହରାଇ ପିକଅପ୍ ଭ୍ଯାନ୍‌କୁ ଧକ୍କା ଦେଇଥିଲା । ବସ୍ ଡ୍ରାଇଭର ଜଣଙ୍କ ନିଶାଗ୍ରସ୍ତ ଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଜିଲ୍ଲା ପ୍ରଶାସନ ଓ ପ୍ରଶାସନର ବରିଷ୍ଠ ଅଧିାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bus Accident: ଦେବଘରରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା; ବସ୍-ପିକଅପ୍ ଧକ୍କାରେ ୧୦ ମୃତ, ୨୫ ଗୁରୁତର | Argus News