Car Hits Elderly Couple / ଫିଲ୍ମ ପରି ଉଡ଼ିକି ପଡ଼ିଲେ; କାର ଧକ୍କାରେ ବୃଦ୍ଧ ଦମ୍ପତି ଗୁରୁତର, ଦେଖନ୍ତୁ ଭିଡିଓ
·1 hour ago·2 min read

Key Points
ମହିଳାଙ୍କ କାର ଧକ୍କାରେ ବୃଦ୍ଧ ଦମ୍ପତି ଗୁରୁତର
କ୍ରେଟାରେ ଆସି ପଛ ପଟୁ ପିଟିଲେ ମହିଳା
କାରରୁ ବାହାରି ଦେଖିଲେ, ତାପରେ ଫେରାର
କ୍ରେଟାରେ ଆସି ପଛ ପଟୁ ପିଟିଲେ ମହିଳା
କାରରୁ ବାହାରି ଦେଖିଲେ, ତାପରେ ଫେରାର
ନୂଆଦିଲ୍ଲୀ: ପ୍ରଥମେ ଧକ୍କା ମାରିଲେ । କ୍ରେଟାରୁ ବାହାରି ଦେଖିଲେ । ତା' ପରେ ଗାଡ଼ି ଧରି ଫେରାର ମାରିଲେ । ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିଲେ ବୃଦ୍ଧ ଦମ୍ପତି । ପଶ୍ଚିମ ଦିଲ୍ଲୀର କୀର୍ତ୍ତି ନଗର ଅଞ୍ଚଳରେ ଅକ୍ଟୋବର ୨ ତାରିଖ ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଦ୍ରୁତଗାମୀ ହୁଣ୍ଡାଇ କ୍ରେଟା କାର ଧାର୍ମିକ ସ୍ଥଳରୁ ଫେରୁଥିବା ବୃଦ୍ଧ ଦମ୍ପତିଙ୍କୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ଦୁଇ ବୃଦ୍ଧ ଦମ୍ପତି ଆକାଶରେ ଫିଲ୍ମ ଷ୍ଟାଇଲ ପରି ଉଡ଼ି ଛିଟିକି ପଡ଼ି ରାସ୍ତାରେ ପଡ଼ିଯାଇଥିଲେ ଏବଂ ଗୁରୁତର ଆହତ ହୋଇଛନ୍ତି ।
ସମ୍ପୂର୍ଣ୍ଣ ଘଟଣାଟି ପାଖରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଶୀଘ୍ର ପଦକ୍ଷେପ ନେଇ କାର୍ ଚଳାଉଥିବା ୪୯ ବର୍ଷୀୟା ମହିଳାଙ୍କୁ ଗିରଫ କରିବା ସହିତ ଦୁର୍ଘଟଣାରେ ଜଡିତ କ୍ରେଟା କାରକୁ ଜବତ କରିଛି । ମହିଳାଙ୍କ ଅମାନବିକତାକୁ ସମସ୍ତେ ସମାଲୋଚନା କରିଛନ୍ତି । ସେ କେବଳ କାରକୁ ଓହ୍ଲାଇ ବୃଦ୍ଧ ଦମ୍ପତିଙ୍କୁ ଉପର ଠାଉରିଆ ଦେଖି ଚମ୍ପଟ ମାରିଥିଲେ ।
ପଢନ୍ତୁ ଏହି ଖବର: ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ସାଙ୍ଗର ଗଳା କାଟିଲା ସାଙ୍ଗ

- ସକାଳୁ ସକାଳୁ ଦୁର୍ଘଟଣା
🚨 ఢిల్లీలో ఘోరం.. రోడ్డు మీద నడుస్తున్న సీనియర్ సిటిజన్స్ ను ఢీ కొట్టిన మహిళా డ్రైవర్ తీవ్ర గాయాలతో ఆసుపత్రి పాలైన సీనియర్ సిటిజన్స్ మహిళ అరెస్టు #NewDelhi https://t.co/P3NHzTkvbV
— UttarandhraNow (@UttarandhraNow) October 4, 2026
- ସିସିଟିଭିରେ କଏଦ ପୂରା ଘଟଣା
ପଢନ୍ତୁ ଏହି ଖବର: ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ସାଙ୍ଗର ଗଳା କାଟିଲା ସାଙ୍ଗ
- ୪୯ ବର୍ଷୀୟ ମହିଳା ଗିରଫ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories