Kim Jong Un / ଉତ୍ତର କୋରିଆର ନୂଆ ସମ୍ଵିଧାନ; ସେନା କରିବ ଅଟୋମେଟିକ୍ ପରମାଣୁ ଆକ୍ରମଣ, ଯଦି...
·4 months ago·2 min read

Key Points
ଉତ୍ତର କୋରିଆ ଆଇନରେ ବଡ଼ ପରିବର୍ତ୍ତନ
ଚକିତ କଲା କିମ୍ ଜୋଙ୍ଗ ଉନଙ୍କ ନିଷ୍ପତ୍ତି
ଚକିତ କଲା କିମ୍ ଜୋଙ୍ଗ ଉନଙ୍କ ନିଷ୍ପତ୍ତି
ଏକଛତ୍ରବାଦୀ ଶାସନ କରୁଥିବା ଉତ୍ତର କୋରିଆ ନିଜର ସମ୍ବିଧାନରେ ଏକ ବଡ଼ ପରିବର୍ତ୍ତନ କରିଛି । ବିଶ୍ୱର ସବୁଠାରୁ କଠୋର ଏକଛତ୍ରବାଦୀ ଶାସକ ତଥା ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ ଉନଙ୍କୁ ଯଦି ହତ୍ୟା ହୁଏ ବା କୌଣସି ବିଦେଶୀ ଆକ୍ରମଣରେ ଦେଶର କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ି ପଡ଼େ, ତେବେ ସେନା ବିନା କୌଣସି ନିର୍ଦ୍ଦେଶର ଅପେକ୍ଷାରେ ଅଟୋମେଟିକ୍ ପରମାଣୁ ଅସ୍ତ୍ରଶସ୍ତ୍ରରେ ଜବାବ ଦେବ । ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ସୂଚନା ମିଳିଛି । ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ଏବଂ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଖାମେନେଇଙ୍କ ମୃତ୍ୟୁ ପରେ ଏହି ନିୟମ ଆଣିଛନ୍ତି କିମ୍ ଜୋଙ୍ଗ ଉନ୍ ।
ନୂଆ ନିୟମ ଅନୁସାରେ, କିମ ଜୋଙ୍ଗ ଉନଙ୍କ କମାଣ୍ଡ ସିଷ୍ଟମକୁ ବିପଦ ଆସିଲେ, କୌଣସି ନିର୍ଦ୍ଦେଶର ଅପେକ୍ଷା କରାଯିବ ନାହିଁ । ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ତୁରନ୍ତ କରାଯିବ । ପୂର୍ବରୁ ଉତ୍ତର କୋରିଆରେ ଏହି ନିୟମ ଥିଲା, କିନ୍ତୁ ଏବେ ଇରାନ ଆକ୍ରମଣ ପରେ ଏହାକୁ ସମ୍ବିଧାନରେ ଲିଖିତ ରୂପରେ ଅଣାଯାଇଛି ।
- ନୂଆ ସମ୍ବିଧାନରେ କଣ ନିୟମ ?
ନୂଆ ନିୟମ ଅନୁସାରେ, କିମ ଜୋଙ୍ଗ ଉନଙ୍କ କମାଣ୍ଡ ସିଷ୍ଟମକୁ ବିପଦ ଆସିଲେ, କୌଣସି ନିର୍ଦ୍ଦେଶର ଅପେକ୍ଷା କରାଯିବ ନାହିଁ । ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ତୁରନ୍ତ କରାଯିବ । ପୂର୍ବରୁ ଉତ୍ତର କୋରିଆରେ ଏହି ନିୟମ ଥିଲା, କିନ୍ତୁ ଏବେ ଇରାନ ଆକ୍ରମଣ ପରେ ଏହାକୁ ସମ୍ବିଧାନରେ ଲିଖିତ ରୂପରେ ଅଣାଯାଇଛି ।
- ଇରାନ ଆକ୍ରମଣ ପରେ ଭୟଭୀତ କିମ୍ ଜୋଙ୍ଗ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରେକର୍ଡ ମତରେ ବିଜୟୀ ହେଲେ କିମ୍; କିଏ ପାଇଲେ ବାକି ୦.୦୭% ଭୋଟ?
- କେତେ ମୁସ୍କିଲ କିମଙ୍କ ହତ୍ୟା ?
Related Topics
Explore more stories