Videos
|
Accident

Thar Accident / ଗଙ୍ଗା ଏକ୍ସପ୍ରେସୱେରେ ଓଲଟିଲା ଦ୍ରୁତଗାମୀ ଥାର୍; ୪ ଜଣ ଯୁବକ ମୃତ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଗଙ୍ଗା ଏକ୍ସପ୍ରେସୱେରେ ଓଲଟିଲା ଦ୍ରୁତଗାମୀ ଥାର୍; ୪ ଜଣ ଯୁବକ ମୃତ
Thar Accident

Key Points

ପୁଣି ଜୀବନ ନେଲା ଦ୍ରୁତଗାମୀ ଥାର୍
ଏକାଥରେ ଉଜାଡ଼ିଦେଲା ୪ ପରିବାର
ଗଙ୍ଗା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା

ଉତ୍ତର ପ୍ରଦେଶ ହାପୁଡର ସିମ୍ଭାବଲି ଥାନା ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ବଦାୟୁଁରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଥାର୍ ଗାଡ଼ି ଦୁର୍ଘଟଣା ଘଟାଇଛି । ଦ୍ରୁତଗାମୀ ଥାର୍ ହଠାତ୍ ନିୟନ୍ତ୍ରଣ ହରାଇ ହାଇୱେ ଉପରେ ଓଲଟି ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେଥିରେ ବସି ଯାତ୍ରା କରୁଥିବା ୪ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ଜଣେ ଯୁବକ ଆହତ ଥିବା ଜଣାପଡ଼ିଛି ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସିମ୍ଭାବଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଥାର୍‌ରେ ମୋଟ ୫ ଜଣ ଯାତ୍ରା କରୁଥିଲେ । ପୋଲିସ ଦୁର୍ଘଟଣାରେ ଆହତ ହୋଇଥିବା ଯୁବକଙ୍କ ତୁରନ୍ତ ଚିକିତ୍ସା ଲାଗି ସେମାନଙ୍କୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ୪ ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଉଛନ୍ତି ଜୋଗିନ୍ଦର (୨୬), ସୁଖବୀର (୨୫), ଜସୱନ୍ତ (୨୦) ଓ ରବି (୨୦) । ସେପଟେ ଦୁର୍ଘଟଣାରେ ୧୭ ବର୍ଷୀୟ ବିଷ୍ଣୁ ଆହତ ହୋଇଛନ୍ତି । ତାଙ୍କୁ ସାମାନ୍ୟ ଆଘାତ ଲାଗିଥିବା କୁହାଯାଉଛି ।

  • ଦ୍ରୁତ ବେଗରେ ଆସି ଓଲଟିପଡ଼ିଲା
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଡିଏଲ ୮ସି ବିଏଲ ୯୮୨ ୨ ନମ୍ବରର ଏକ ଥାର୍ ଗାଡ଼ିଟି ରାତି ପ୍ରାୟ ୧୧.୫୬ଟାରେ ବଦାୟୁଁରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା । ଥାର୍‌ର ଘଣ୍ଟା ପ୍ରତି ବେଗ ୧୦୦ରୁ ୧୨୦ କିଲୋମିଟର ହେବ ବୋଲି କୁହାଯାଉଛି । ଏହି ସମୟରେ ଦ୍ରୁତ ବେଗରେ ଥିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇଥିଲା ଏବଂ ଏକ୍ସପ୍ରେସୱେରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପାଇଁ ହାଇୱେରେ ଟ୍ରାଫିକ ସମସ୍ୟା ଉପୁଜିଥିବାରୁ ପୋଲିସ ପହଞ୍ଚିବା ପରେ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ଏହାପରେ ଯାତାୟାତ ସ୍ଵାଭାବିକ ହୋଇଥିଲା । ଘଟଣାରେ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ପଢନ୍ତୁ ଏହି ଖବର: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା; ଲୁହା ରଡ୍ ନେଇ ଯାଉଥିବା ଟ୍ରକ୍‌କୁ ପିଟିଲା ବସ୍, ୬ ମୃତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ପୋଲିସ ସିସିଟିଭି ଫୁଟେଜ୍ ଏବଂ ସ୍ପିଡ୍ ରାଡାରର ପ୍ରାରମ୍ଭିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଗାଡ଼ିଟି ନିୟନ୍ତ୍ରଣ ହରାଇଲା । ତା ପରେ ମଧ୍ୟଭାଗ ପାର ହୋଇ ଅନ୍ୟ ଲେନ୍ (ମିରଟ-ପ୍ରୟାଗରାଜ ପାର୍ଶ୍ୱ) ଭିତରକୁ ପ୍ରବେଶ କଲା ଏବଂ ଏକ ଗାର୍ଡରେଲ୍ ସହିତ ଧକ୍କା ହୋଇଲା । ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଏଫଆଇଆର୍ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଦୁର୍ଘଟଣାର କାରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ? ଗାଡ଼ିରେ ଥିବା ଯୁବକମାନେ ନିଶାଦ୍ରବ୍ୟ ଖାଇଥିଲେ କି ? ସେ ନେଇ ପୋଲିସ ତଦନ୍ତ କରୁଛି ।