Accident / ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା; ଲୁହା ରଡ୍ ନେଇ ଯାଉଥିବା ଟ୍ରକ୍କୁ ପିଟିଲା ବସ୍, ୬ ମୃତ
·1 hour ago·2 min read

Key Points
ସକାଳୁ ସକାଳୁ ବସ୍-ଟ୍ରକ୍ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କୁ ମିଶାଇ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।
ହାଇଦ୍ରାବାଦ: ବୁଧବାର ସକାଳୁ ସକାଳୁ ଭୀଷଣ ଦୁର୍ଘଟଣା । ତେଲଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାର ଦ୍ଵାରକୁଣ୍ଟା ନିକଟ କୋଡାଡ ମଣ୍ଡଳରେ ବସ୍-ଟ୍ରକ୍ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କୁ ମିଶାଇ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।
ହାଇଦ୍ରାବାଦରୁ ଏକ ଘରୋଇ ବସ୍ ଏଲୁଋ ଯାଉଥିଲା । ଏକ କଣ୍ଟେନରରେ ଲୁହା ରଡ୍ ଯାଉଥିବା ବେଳେ ଘରୋଇ ବସ୍ଟି ପଛରୁ ଧକ୍କା ଦେଇଥିଲା । ଫଳରେ କଣ୍ଟେନରର ଲୁହା ରଡ୍ ସିଧା ବସ୍ର ସମ୍ମୁଖ ଭାଗରେ ପଶି ଯାଇଥିଲା । ବସ୍ର ସମ୍ମୁଖ ଭାଗ ଚୁରମାର୍ ହୋଇଯିବା ସହ ଯାତ୍ରୀଙ୍କ ସିଟ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଲୁହା ରଡ୍ ।
ଏଥିସହ ପଢ଼ନ୍ତୁ: CNG ସିଲିଣ୍ଡର ଫାଟି ଡିଭାଇଡରରେ ପିଟିହେଲା କାର୍; SUVରେ ଥିବା ୨ ବିଧାୟକଙ୍କ ସହ ୬ ଆହତ
ଦୁର୍ଘଟଣାରେ ୫ ଜଣ ମହିଳାଙ୍କ ସହ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ବସ୍ଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଅନେକ ଯାତ୍ରୀ ବସ୍ରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି ।
ବସ୍ରେ ଫସିଥିବା ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ । ପୋଲିସକୁ ଖବର ଦେବା ପରେ ଉଦ୍ଧାରକାରୀ ଟିମ୍ ଆସି ପହଞ୍ଚିଥିଲା । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ । ଏବେ ବସ୍ରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ଏଥିସହ ପଢ଼ନ୍ତୁ: ନଦୀ ପାର୍ ବେଳେ ଡଙ୍ଗା ନିକଟରୁ ଜଣଙ୍କୁ ଟାଣି ନେଲା କୁମ୍ଭୀର
ଦୁର୍ଘଟଣା ପରେ ହାଇଦ୍ରାବାଦ-ବିଜୟୱାଡ଼ା ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି । ଗୋଟିଏ ପାର୍ଶ୍ଵରେ ଲମ୍ବା ଜାମ୍ ଦେଖିବାକୁ ମିଳିଛି । ଦୁର୍ଘଟଣାଗ୍ରସ୍ତ ବସ୍କୁ ରାସ୍ତାରୁ ହଟାଇ ଟ୍ରାଫିକ୍ ଜାମ୍ ସ୍ଥିତି ସମ୍ଭାଳିବାକୁ ପୋଲିସ ପ୍ରୟାସ କରୁଛି ।
ତେବେ ବସ୍ଟି କେଉଁ ସ୍ଥିତିରେ ଟ୍ରକ୍କୁ ପଛରୁ ଧକ୍କା ଦେଲା ତାର ତଦନ୍ତ ଆରମ୍ଭ କରିଛି ପୋଲିସ । ପ୍ରାଥମିକ ସୂଚନା ଅନୁସାରେ, ବସ୍ଟି ଦ୍ରୁତ ଗତିରେ ଆସି କଣ୍ଟେନରର ପଛ ପଟୁ ଧକ୍କା ଦେଇଥିଲା । ଫଳରେ କଣ୍ଟେନରରେ ଥିବା ଲୁହା ରଡ୍ ବସ୍ ଭିତରେ ପଶି ଯାଇଥିଲା । ଦୁର୍ଘଟଣା ଆହୁରି ଗମ୍ଭୀର ରୂପ ଧାରଣ କଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories