|
logo
Live
Argus News App
GET APP

Argus News - ଭାରତ ମହାସାଗରରେ ପହଞ୍ଚିଲା ଇରାନ-ଇସ୍ରାଏଲ୍ ଯୁଦ୍ଧ; ଇରାନ ଜାହାଜକୁ ବୁଡ଼ାଇଲା ବୁଡ଼ା ଜାହାଜ

International

Naval Escalation / ଭାରତ ମହାସାଗରରେ ପହଞ୍ଚିଲା ଇରାନ-ଇସ୍ରାଏଲ୍ ଯୁଦ୍ଧ; ଇରାନ ଜାହାଜକୁ ବୁଡ଼ାଇଲା ବୁଡ଼ା ଜାହାଜ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଭାରତ ମହାସାଗରରେ ପହଞ୍ଚିଲା ଇରାନ-ଇସ୍ରାଏଲ୍ ଯୁଦ୍ଧ; ଇରାନ ଜାହାଜକୁ ବୁଡ଼ାଇଲା ବୁଡ଼ା ଜାହାଜ
War Reaches Indian Ocean ?

Key Points

ଭାରତ ମହାସାଗରରେ ବଡ଼ ଆକ୍ରମଣ । ଶ୍ରୀଲଙ୍କାର ପାର୍ଶ୍ଵ ଦକ୍ଷିଣ ସମୁଦ୍ର ଉପକୂଳ ନିକଟରେ ଆକ୍ରମଣ ହୋଇଛି । ଇରାନ ନୌସେନାର ଜାହାଜ ଆଇଆଇଆଇଆଇଏସ୍ ଦେନା (IRIS Dena) ଉପରେ ବୁଡ଼ା ଜାହାଜ ଆକ୍ରମଣ କରିଥିବା କୁହାଯାଉଛି ।
ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଭିତରେ ବଡ଼ ଖବର । ଭାରତ ମହାସାଗରରେ ବଡ଼ ଆକ୍ରମଣ । ଶ୍ରୀଲଙ୍କାର ପାର୍ଶ୍ଵ ଦକ୍ଷିଣ ସମୁଦ୍ର ଉପକୂଳ ନିକଟରେ ଆକ୍ରମଣ ହୋଇଛି । ଇରାନ ନୌସେନାର ଜାହାଜ ଆଇଆଇଆଇଆଇଏସ୍ ଦେନା (IRIS Dena) ଉପରେ ବୁଡ଼ା ଜାହାଜ ଆକ୍ରମଣ କରିଥିବା କୁହାଯାଉଛି ।

ବୁଡ଼ା ଜାହାଜ ଆକ୍ରମଣରେ ଇରାନ ନୌସେନାର ଜାହାଜ ଦେନା ବୁଡ଼ା ଯାଇଛି । ରୟଟର୍ସର ରିପୋର୍ଟ ଅନୁସାରେ, ଉକ୍ତ ଜାହାଜରେ ଥିବା ଅତି କମ୍‌ରେ ୧୦୧ ଜଣ ନିଖୋଜ ଅଛନ୍ତି । ଯେତେବେଳେ କି ୭୮ ଜଣ ଆହତ ହୋଇଥିବା ବେଳେ ସେଥିରୁ ୩୨ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଏଥିସହ ପଢ଼ନ୍ତୁ: ପାକିସ୍ତାନକୁ ବ୍ୟାପିଲାଣି ଇରାନ ଯୁଦ୍ଧ ! କରାଚି ଓ ଲାହୋରରେ ଦୂତାବାସ ଖାଲି କଲା ଆମେରିକା

ସୂଚନା ଅନୁସାରେ, ଇରାନ ନୌସେନାର ଏହି ଜାହାଜ ବିଶାଖାପାଟଣାରେ ଆୟୋଜିତ ମିଲନ ୨୦୨୬ ଅନ୍ତର୍ଜାତୀୟ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରି ଇରାନ ଫେରୁଥିଲା । ବୁଧବାର ସକାଳ ଇରାନ ଜାହାଜ ଉପରେ ଆକ୍ରମଣ ସୂଚନା ମିଳିବା ପରେ ଶ୍ରୀଲଙ୍କା ନୌସେନା ଓ ବାୟୁସେନା ଉଦ୍ଧା କାର୍ଯ୍ୟ ଆରମ୍ଭ କରିଥିବା ସଂସଦରେ ସୂଚନା ଦେଇଛନ୍ତି ବିଦେଶ ମନ୍ତ୍ରୀ । ସେ କହିଛନ୍ତି, ଏବେ ସୁଦ୍ଧା ୩୨ ଜଣଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ଶ୍ରୀଲଙ୍କା ନୌସେନା ସୂତ୍ର ଅନୁସାରେ, ଇରାନ ନୌସେନା ଜାହାଜରେ ପ୍ରାୟ ୧୮୦ ଜଣ ଥିଲେ । ଏବେ ଉଦ୍ଧାର ସହ ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ତେବେ କିଏ ଇରାନର ଜାହାଜକୁ ଆକ୍ରମଣ କଲା ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ଏହା ଗୁରୁତ୍ଵ ରଖୁଛି ।

ଏଥିସହ ପଢ଼ନ୍ତୁ: ଭାରତ ପାଖରେ ଗଚ୍ଛିତ ଅଛି ୨୫ ଦିନର ଅଶୋଧିତ ତୈଳ ଓ ଗ୍ୟାସ୍, ଯୁଦ୍ଧ ଲମ୍ବା ଚାଲିଲେ ?

ସୂଚନାଯୋଗ୍ୟ, ଆମେରିକା-ଇସ୍ରାଏଲ୍ ଓ ଇରାନ ମଧ୍ୟରେ ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଛି । ତେହରାନ ସମେତ ଇରାନର ଅନେକ ସହରରେ ଇସ୍ରାଏଲ୍ ଓ ଆମେରିକା ଆକ୍ରମଣ କରୁଛନ୍ତି । ଡ୍ରୋନ୍ ଓ ମିସାଇଲ୍ ମାଡ଼ ଚାଲିଥିବା ବେଳେ ଇରାନ ମଧ୍ୟ ଘନ ଘନ ଜବାବୀ ଆକ୍ରମଣ କରୁଛି ।

ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରି ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ନିହତ ହୋଇଛନ୍ତି । ଯାହାପରେ ଇରାନ ରକ୍ତମୁଖା ହୋଇ ଉଠିଛି । ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରି ଚାଲିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Naval Escalation: ଭାରତ ମହାସାଗରରେ ପହଞ୍ଚିଲା ଇରାନ-ଇସ୍ରାଏଲ୍ ଯୁଦ୍ଧ; ଇରାନ ଜାହାଜକୁ ବୁଡ଼ାଇଲା ବୁଡ଼ା ଜାହାଜ | Argus News