Bus Accident / ସରକାରୀ ବସ୍ ଉପରକୁ ଓଲଟିଲା ଗୋଡ଼ି ଭର୍ତ୍ତି ଟ୍ରକ୍ ୧୭ ମୃତ, ୭ ଗୁରୁତର
·8 months ago·2 min read

Key Points
ହାଇଦ୍ରାବାଦ-ବିଜାପୁର ଜାତୀୟ ରାଜପଥରେ ଏକ ବଜୁରି ଭର୍ତ୍ତି ଟ୍ରକ୍-ସରକାରୀ ବସ୍ ଧକ୍କା ହେବା ଫଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ୭ ଜଣ ଗୁରୁତର ଆହତ ହୋଇଛନ୍ତି ।
ହାଇଦ୍ରାବାଦ: ସୋମବାର ସକାଳେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ଚେଭେଲା ନିକଟରେ ଘଟିଛି ।
ସୂଚନା ଅନୁସାରେ, ତେଲଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (RTC)ର ବସ୍ ସହ ବୀପରିତ ଦିଗରୁ ଆସୁଥିବା ଗୋଡ଼ି ଭର୍ତ୍ତି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବସ୍ ଉପରକୁ ଟ୍ରକ୍ଟି ପଡ଼ି ଯାଇଥିଲା । ବସ୍ରେ ଭରି ଯାଇଥିଲା ଟ୍ରକ୍ରେ ଥିବା ଗୋଡ଼ା ବା ଚିପ୍ସ ।
ଏଥିସହ ପଢ଼ନ୍ତୁ: ପୁଣି ଅଶାନ୍ତ ବ୍ରହ୍ମପୁର; ବୈଦନାଥପୁର ଥାନା ଅଞ୍ଚଳରେ ବୋମାମାଡ଼, ଯୁବକ ଆହତ
ଚେଭେଲା ଏସିପି ବି କିଷାନଙ୍କ ଅନୁସାରେ, "ସରକାରୀ ବସ୍ଟି ତନ୍ଦୁରରୁ ଚେଭେଲା ଅଭିମୁଖେ ଆସୁଥିଲା । ଚିପ୍ସ ବା ବଜୁରି ଗୋଡ଼ି ନେଇ ଆସୁଥିବା ଟ୍ରକ୍ ସହ ବସ୍ ଧକ୍କାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକ୍ ଡ୍ରାଇଭରଙ୍କ ସହ ବସ୍ରେ ଥିବା ଯାତ୍ରୀ ପ୍ରାଣ ହରାଇଛନ୍ତି ।"
ରାଜେନ୍ଦ୍ରନଗର ଡିସିପି ଯୋଗେଶ ଗୌତମ କହିଛନ୍ତି, "ଦୁର୍ଘଟଣା ସମୟରେ ଟ୍ରକ୍ଟି ଠିକ୍ ଲେନ୍ରେ ଯାଉଥିଲା । ତେବେ ବସ୍ଟିର ଆଗକୁ ଟ୍ରକ୍ ଅତିକ୍ରମ କରିବାକୁ ଯାଇ ଏହି ଦୁର୍ଘଟଣା ଘଟିଛି କି ନାହିଁ ତାର ଯାଞ୍ଚ କରାଯିବ ।"
ଦୁର୍ଘଟଣା ସମୟରେ ତେଲଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମର ବସ୍ରେ ୪୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଚିପ୍ସ ଟ୍ରକ୍ଟି ବସ୍କୁ ଚାପି ଦେଇଥିଲା । ଦୁର୍ଘଟଣା ପରେ ପୋଲିସ ଓ ସ୍ଥାନୀୟ ଲୋକେ ବସ୍ରୁ ମୃତଦେହ ବାହାର କରିବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ୬.୩ ତୀବ୍ରତାର ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ; ୭ ମୃତ, ୧୫୦ ଗୁରୁତର
ବସ୍ ଦୁର୍ଘଟଣାକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତ୍ୟକ୍ଷ ଦର୍ଶୀଙ୍କ ଅନୁସାରେ, ବସ୍ ଓ ଟ୍ରକ୍ ଉଭୟ ଦ୍ରୁତଗତିରେ ଯାଉଥିଲେ । ବୁଲାଣିରେ ନିୟନ୍ତ୍ରଣ ହରାଇ ବସ୍, ଟ୍ରକ୍ ଟକ୍କର ହୋଇଥିବା ବେଳେ ଡ୍ରାଇଭର ପାର୍ଶ୍ଵଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଟ୍ରକରେ ଯାଉଥିବା ଚିପ୍ସରେ ପୋତି ହୋଇ ଯାଇଥିଲେ ବସ୍ ଯାତ୍ରୀ ।

VIDEO | Rangareddy: Several injured after a tipper collided with a Tandur RTC bus near Mirjaguda on the Hyderabad-Bijapur highway.
— Press Trust of India (@PTI_News) November 3, 2025
(Full video available on PTI Videos - https://t.co/n147TvrpG7) pic.twitter.com/ZwgBJcTDtn
ରାଜେନ୍ଦ୍ରନଗର ଡିସିପି ଯୋଗେଶ ଗୌତମ କହିଛନ୍ତି, "ଦୁର୍ଘଟଣା ସମୟରେ ଟ୍ରକ୍ଟି ଠିକ୍ ଲେନ୍ରେ ଯାଉଥିଲା । ତେବେ ବସ୍ଟିର ଆଗକୁ ଟ୍ରକ୍ ଅତିକ୍ରମ କରିବାକୁ ଯାଇ ଏହି ଦୁର୍ଘଟଣା ଘଟିଛି କି ନାହିଁ ତାର ଯାଞ୍ଚ କରାଯିବ ।"
ଦୁର୍ଘଟଣା ସମୟରେ ତେଲଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମର ବସ୍ରେ ୪୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଚିପ୍ସ ଟ୍ରକ୍ଟି ବସ୍କୁ ଚାପି ଦେଇଥିଲା । ଦୁର୍ଘଟଣା ପରେ ପୋଲିସ ଓ ସ୍ଥାନୀୟ ଲୋକେ ବସ୍ରୁ ମୃତଦେହ ବାହାର କରିବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ୬.୩ ତୀବ୍ରତାର ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ; ୭ ମୃତ, ୧୫୦ ଗୁରୁତର
ବସ୍ ଦୁର୍ଘଟଣାକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତ୍ୟକ୍ଷ ଦର୍ଶୀଙ୍କ ଅନୁସାରେ, ବସ୍ ଓ ଟ୍ରକ୍ ଉଭୟ ଦ୍ରୁତଗତିରେ ଯାଉଥିଲେ । ବୁଲାଣିରେ ନିୟନ୍ତ୍ରଣ ହରାଇ ବସ୍, ଟ୍ରକ୍ ଟକ୍କର ହୋଇଥିବା ବେଳେ ଡ୍ରାଇଭର ପାର୍ଶ୍ଵଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଟ୍ରକରେ ଯାଉଥିବା ଚିପ୍ସରେ ପୋତି ହୋଇ ଯାଇଥିଲେ ବସ୍ ଯାତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories