Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Earthquake / ୬.୩ ତୀବ୍ରତାର ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ; ୭ ମୃତ, ୧୫୦ ଗୁରୁତର

Sushanta Sahoo
Browse all articles by Sushanta Sahoo
·8 months ago·2 min read
୬.୩ ତୀବ୍ରତାର ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ; ୭ ମୃତ, ୧୫୦ ଗୁରୁତର

Key Points

ଉତ୍ତର ଆଫଗାନିସ୍ତାନରେ ଆସିଥିବା ଏହି ଭୂମିକମ୍ପରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ରେକର୍ଡ ହୋଇଛି ।
କାବୁଲ: ଆଫଗାନିସ୍ତାନ ପୁଣି ଥରିଛି । ଉତ୍ତର ଆଫଗାନିସ୍ତାନରେ ଆସିଛି ଶକ୍ତିଶାଳୀ ଭୂମିକମ୍ପ । ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ରେକର୍ଡ ହୋଇଛି । ଏହି ସୂଚନା ଦେଇଛି ଆମେରିକାର ୟୁଏସ୍ ଜିୟୋଲଜିକାଲ୍ ସର୍ଭେ ।

ମିଳିଥିବା ସୂଚନା ଅନୁସାରେ, ଉତ୍ତର ଆଫଗାନିସ୍ତାନରେ ଆସିଥିବା ଏହି ଭୂମିକମ୍ପରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୋଲମର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ପ୍ରାୟ ୨୨ କିଲୋମିଟର ଦୂର ହୋଇଥିବା ବେଳେ ୨୮ କିଲୋମିଟର ଗଭୀର ବୋଲି କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ୨ ବର୍ଷ, ୫୨ ରନ୍; ପ୍ରଥମଥର ବିଶ୍ଵ ବିଜେତା ହେଲା ଭାରତୀୟ ମହିଳା ଦଳ

ଏହି ଭୂମିକମ୍ପ ସ୍ଥାନୀୟ ସମୟ ସୋମବାର ରାତି ପ୍ରାୟ ୧୨ଟା ୫୯ରେ ଆସିଛି । ଏହା ପୂର୍ବରୁ ଜର୍ମାନୀର ଜିୟୋସାଇନ୍ସ ସେଣ୍ଟର ହିନ୍ଦୁକୁଶ କ୍ଷେତ୍ରରେ ୬.୩ ତୀବ୍ରତାର ଭୂମିକମ୍ପର ସୂଚନା ଦେଇଥିଲା । ଯାହାକି ୧୦ କିଲୋମିଟର ଗଭୀର ଥିଲା । ଦିନକ ତଳେ ଆଫଗାନିସ୍ତାନରେ ୪.୯ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏହି ଭୂମିକମ୍ପ ଶନିବାର ବିଳମ୍ବିତ ରାତିରେ ହୋଇଥିଲା ।

ଆଫଗାନିସ୍ତାନ ହେଉଛି ଭୂମିକମ୍ପ ପ୍ରଭାବିତ କ୍ଷେତ୍ର । ୨୦୨୫ ଅଗଷ୍ଟ ୩୧ରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ପୂର୍ବ ଆଫଗାନିସ୍ତାନର ୬ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଯେଉଁଥିରେ ୨୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ୨୦୨୩ ଅକ୍ଟୋବର ୭ରେ ୬.୩ ତୀବ୍ରତାର ଭୂମିକମ୍ପ ଆସିଥିଲା । ଉକ୍ତ ଭୂମିକମ୍ପରେ ଅତିକମରେ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଆଖି ବୁଜିଲେ ଓଡ଼ିଶାର 'ମସଲା କିଙ୍ଗ୍' ଶରତ ସାହୁ, ୫ ହଜାର ଟଙ୍କା ନିବେଶରୁ ଆରମ୍ଭ କରିଥିଲେ ବ୍ୟବସାୟ

ଉତ୍ତର ଆଫଗାନିସ୍ତାନରେ ଆସିଥିବା ଭୂମିକମ୍ପର ଝଟ୍‌କା ସୀମାକୁ ଲାଗି ରହିଥିବା ୩ ଦେଶ ତାଜିକିସ୍ତାନ, ଉଜବେକିସ୍ତାନ ଓ ତୁର୍କମେନିସ୍ତାନର କିଛି ଅଞ୍ଚଳରେ ଅନୁଭୂତ ହୋଇଛି । ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଭୟରେ ବାହାରି ଆସିଥିଲେ ।

୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ବାରମ୍ବାର ଭୂମିକମ୍ପ ଆସିଛି । ୨୦୨୩ରେ ଇରାନ ସୀମାରେ ହୋଇଥିବା ଭୂମିକମ୍ପରେ ୬୩ ହଜାର ଘର ନଷ୍ଟ ହୋଇଥିଲା । ୧୯୦୦ ମସିହା ପରେ ଉତ୍ତରପୂର୍ବ ଆଫଗାନିସ୍ତାନରେ ୭ରୁ ଅଧିକ ତୀବ୍ରତା ବିଶିଷ୍ଟ ୧୨ଟି ଭୂମିକମ୍ପ ଆସିଥିବା ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Powerful 6.3 Magnitude Earthquake Strikes Northern Afghanistan | Argus News | Argus News