Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ପୁଣି ଅଶାନ୍ତ ବ୍ରହ୍ମପୁର; ବୈଦନାଥପୁର ଥାନା ଅଞ୍ଚଳରେ ବୋମାମାଡ଼, ଯୁବକ ଆହତ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ପୁଣି ଅଶାନ୍ତ ବ୍ରହ୍ମପୁର; ବୈଦନାଥପୁର ଥାନା ଅଞ୍ଚଳରେ ବୋମାମାଡ଼, ଯୁବକ ଆହତ

Key Points

ବିଳମ୍ବିତ ରାତିରେ ବୈଦନାଥପୁର ଥାନା ଅଞ୍ଚଳରେ ବୋମାମାଡ଼ ହୋଇଛି । ଆଙ୍କୁଲିରେ ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର୍ ହୋଇଥିବା ବେଳେ ଜଣେ ଯୁବକ ଆହତ ହୋଇଛନ୍ତି ।
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ପରେ ଚର୍ଚ୍ଚାରେ ଥିବା ବ୍ରହ୍ମପୁରର ହୋଇଛି ବୋମାମାଡ଼ । ବିଳମ୍ବିତ ରାତିରେ ବୈଦନାଥପୁର ଥାନା ଅଞ୍ଚଳରେ ବୋମାମାଡ଼ ହୋଇଛି । ଆଙ୍କୁଲିରେ ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର୍ ହୋଇଥିବା ବେଳେ ଜଣେ ଯୁବକ ଆହତ ହୋଇଛନ୍ତି ।

ତେବେ କିଏ ଓ କାହିଁକି ବିଳମ୍ବିତ ରାତିରେ ବୋମାମାଡ଼ କଲେ ତାହା ସ୍ପଷ୍ଟ ହୋଇ ନାହିଁ । ବୋମାମାଡ଼ରେ ଶିବ ବାହାଦୂର ନାମକ ଯୁବକ ଆହତ ହୋଇଛନ୍ତି । ଆହତ ଶିବଙ୍କୁ ବ୍ରହ୍ମପୁର ଏମକେସିଜି ମଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଟପିଗଲେ ନୃଶଂସତାର ସବୁ ସୀମା, ସାମାନ୍ୟ ବ୍ରେଡ୍ ପାଇଁ ବଳଦକୁ ଛୁରି ଭୁସିଦେଲେ ଶିବ

ସୂଚନା ଅନୁସାରେ, ଆହତ ଯୁବକ ଜଣଙ୍କ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଦୁଇ ଦୁର୍ବୃତ୍ତ ଆସି ବୋମା ଫିଙ୍ଗିଥିଲେ । ଶିବଙ୍କ ଗୋଡ଼ରେ ଆଘାତ ଲାଗିଛି । ଏବେ ଏମକେସିଜିରେ ଶିବଙ୍କ ଚିକିତ୍ସା ହେଉଥିବା ବେଳେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ବୋମାମାଡ଼ କରିଥିବା ୨ ଦୁର୍ବୃତ୍ତ ସିସିଟିଭିରେ କଏଦ ହୋଇଥିବା ଜଣାପଡ଼ିଛି । ତେବେ ବୋମାମାଡ଼ ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରାଯାଉଥିଲେ ହେଁ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହୋଇ ପାରିବ କାରଣ ।

ଏଥିସହ ପଢ଼ନ୍ତୁ: ଗଞ୍ଜେଇ ଚାଲାଣର ନୂଆ ତରିକା, ତୈଳ ଆକାରରେ ଚାଲାଣ ବେଳେ ଧରିଲା ପୋଲିସ

ଅକ୍ଟୋବର ୬ ତାରିଖର କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍‌ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଦୁର୍ବୃତ୍ତ ।

ପୀତବାସ ପଣ୍ଡା ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ନେଇ ବ୍ରହ୍ମପୁର ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ବୋମାମାଡ଼ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bomb Attack Rocks Brahmapur Days After Lawyer Pritabas Panda’s Murder | Argus News | Argus News