Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

Accident / ଇବ୍ ବ୍ରିଜ୍‌ ଉପରେ ଭୟଙ୍କର ଦୁର୍ଘଟଣା; ବ୍ୟାରିକେଡ୍‌କୁ ଧକ୍କା ଦେଇ ଜଳିଗଲା ଭାରି ଯାନ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଇବ୍ ବ୍ରିଜ୍‌ ଉପରେ ଭୟଙ୍କର ଦୁର୍ଘଟଣା; ବ୍ୟାରିକେଡ୍‌କୁ ଧକ୍କା ଦେଇ ଜଳିଗଲା ଭାରି ଯାନ
Jharsuguda: Heavy Vehicle Crashes Into Barricade, Catches Fire on Ib Bridge

Key Points

ରମ୍ପେଲା ଇବ୍ ବ୍ରିଜ୍ ଉପରେ ଭାରି ଯାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଭୀଷଣ ନିଆଁ ଲାଗି ଯାଇଥିଲା । ଫଳରେ ବ୍ରିଜ୍ ଉପର ଦେଇ ଯାତାୟାତ ସମ୍ଭବ ହୋଇ ନଥିଲା ।
ଝାରସୁଗୁଡ଼ା: ବଡ଼ ଦୁର୍ଘଟଣା, ଭୀଷଣ ନିଆଁ । ଧୂଆଁମୟ ଆକାଶ, ମୁହୂର୍ତ୍ତେ ଛିଡ଼ା ହୋଇ ନିଶ୍ଵାସ ନେବା ବି କଷ୍ଟ । ତାହା ପୁଣି ନଦୀ ଉପର ଦେଇ ଯାଇଥିବା ବ୍ରିଜ୍‌ରେ । ଇବ୍ ନଦୀ ଉପର ଦେଇ ଯାଇଥିବା ବ୍ରିଜ୍‌ରେ ଏକ ଭାରି ଯାନ ଦୁର୍ଘଟଣା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।

ରମ୍ପେଲା ଇବ୍ ବ୍ରିଜ୍ ଉପରେ ଭାରି ଯାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଭୀଷଣ ନିଆଁ ଲାଗି ଯାଇଥିଲା । ଫଳରେ ବ୍ରିଜ୍ ଉପର ଦେଇ ଯାତାୟାତ ସମ୍ଭବ ହୋଇ ନଥିଲା । ଅଗ୍ନିକାଣ୍ଡ ପରେ ଗାଡ଼ିର ଇଞ୍ଜିନ୍‌ରୁ ବିସ୍ଫୋରଣ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ଗିଲ୍ ଆଉଟ୍‍, ଇଷାନ ଇନ୍; ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ମିଳିଥିବା ସୂଚନା ଅନୁସାରେ, ଭାରି ଯାନଟି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅନ୍ତର୍ଗତ ବହରପାଲିରୁ ସମ୍ବଲପୁରର ରେଙ୍ଗାଲି ଆଡ଼କୁ ଯାଉଥିଲା । ଦୁର୍ଘଟଣା ଏବଂ ଅଗ୍ନିକାଣ୍ଡ ପରେ ଇବ୍ ନଦୀ ଦେଇ ଯାଇଥିବା ଏହି ପ୍ରମୁଖ ରାସ୍ତା ଉଭୟ ପଟୁ ଜାମ୍ ହୋଇଛି ।

ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଛନ୍ତି । ତେବେ ଭାରି ଯାନଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର୍ ଓ ସେହି ରାସ୍ତା ଦେଇ ଯାଉଥିବା ଲୋକେ ସୁରକ୍ଷିତ ଥିବା ଜଣାପଡ଼ିଛି ।

ତେବେ କେଉଁ ପରିସ୍ଥିତିରେ ଭାରି ଯାନଟି ଦୁର୍ଘଟଣାଗ୍ରସ୍ତ ହେଲା ? କେଉଁ ପରିସ୍ଥିତିରେ ଭାରି ଯାନଟି ଇବ୍ ବ୍ରିଜ୍‌ର ବ୍ୟାରିକେଡ୍‌ରେ ପିଟି ହେଲା ? ଦୁର୍ଘଟଣା ପରେ କିଭଳି ଲାଗିଲା ନିଆଁ ? ଏସବୁ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଡ୍ରାଇଭରଙ୍କ ଜୀବନ ବଞ୍ଚି ଯାଇଛି । ଝାରସୁଗୁଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଥିସହ ପଢ଼ନ୍ତୁ: ବଜାରରେ ମାଡ଼ିଗଲା ଟ୍ରକ୍; ୧୦ରୁ ଅଧିକ ଗାଡ଼ି ଉପରେ ଚଢ଼ିଗଲା, ବିଦ୍ୟୁତ୍ ଖୁଣ୍ଟ ବି ଭାଙ୍ଗିଲା

ଶୁକ୍ରବାର କୋରାପୁଟରେ ସିରିଜ୍ ଦୁର୍ଘଟଣା ଘଟାଇଥିଲା ଟ୍ରକ୍ । ଟ୍ରକ୍‌ଟିଏ ଭିଡ଼ ଭିତରକୁ ହଠାତ୍ ମାଡ଼ି ଯାଇଥିଲା । ଦେଖୁ ଦେଖୁ ୨ଟି ଚାରି ଚକିଆ ସହ ୮ଟି ବାଇକ୍ ଉପରେ ମାଡ଼ିଗଲା । ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ମୋଡ଼ି ଦେଇ ଭାଙ୍ଗିଦେଲା । ବଜାର ଉପରେ ଭିଡ଼ ଭିତରେ ଏକ ଟ୍ରକ୍ ଘଟାଇଛି ଭୟଙ୍କର ଦୁର୍ଘଟଣା ।

କୋରାପୁଟ ଜିଲ୍ଲା ସୁନାବେଡ଼ା ୨୬ ନମ୍ବର ଜାତୀୟ ରାଜପଥର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଏହି ଭୟଙ୍କର ଟ୍ରକ୍ ଦୁର୍ଘଟଣା ଘଟିଛି । ଟ୍ରକ୍‌ଟି ସିରିଜ୍ ଦୁର୍ଘଟଣା ଘଟାଇ ୮ଟି ବାଇକ୍‌ ସହ ୨ଟି ଚାରି ଚକିଆ ଗାଡ଼ି ଉପରେ ମାଡ଼ା ଯାଇଛି । ସ୍ଥାନୀୟ ଲୋକ ଓ ପୋଲିସ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Massive Fire After Heavy Vehicle Crash on Ib Bridge in Jharsuguda | Argus News | Argus News