Videos
|
Accident

Father Son Killed / ଘରେ ହଠାତ୍ ଶୁଭିଲା ପ୍ରଚଣ୍ଡ ଢୋଢା ଶବ୍ଦ...ବାଣ ବିସ୍ଫୋରଣ ଘଟି ବାପାପୁଅ ମୃତ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଘରେ ହଠାତ୍ ଶୁଭିଲା ପ୍ରଚଣ୍ଡ ଢୋଢା ଶବ୍ଦ...ବାଣ ବିସ୍ଫୋରଣ ଘଟି ବାପାପୁଅ ମୃତ
Father Son Killed in Jagatsinghpur

Key Points

ଘରେ ହଠାତ୍ ବାଣ ବିସ୍ଫୋରଣ
ଅକାଳରେ ଚାଲିଗଲେ ବାପାପୁଅ
ଭଡ଼ା ରହୁଥିବା ଜଣେ ଶିକ୍ଷକ ବି ଆହତ
ଜଗତସିଂହପୁର: ଜୀବନ କେତେ ବେଳେ କେଉଁ ମୋଡ଼ ନିଏ, ତାହା କେହି କହିପାରିବେ ନାହିଁ। ଆଶା, ସ୍ୱପ୍ନ ଓ ହସଖୁସିରେ ଭରା ଗୋଟିଏ ହସଖୁସିର ପରିବାର ଆଖି ପିଛୁଳାକେ ଏମିତି ଛାରଖାର ହୋଇଯିବ, ତାହା ବୋଧହୁଏ ମହିଳୋ ଗାଁର କେହି କେବେ କଳ୍ପନା ସୁଦ୍ଧା କରିନଥିବେ । ହଠାତ୍ ଘରେ ଭିତରେ ଶୁଭିଥିଲା ଢୋଢା ଶବ୍ଦ । ଆଉ ଅକାଳରେ ଚାଲିଗଲେ ବାପପୁଅ । ଜଗତସିଂହପୁର ତିର୍ତ୍ତୋଲ ଥାନା ମହିଳୋ ଗାଁରେ ଘଟିଛି ଏପରି ଦୁଃଖଦ ଘଟଣା । ଏହି ଘଟଣାରେ ପୂରା ଗାଁରେ ଖେଳିଯାଇଛି ଭୟର ବାତାବରଣ । 

  • ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ
ଦିନ ପ୍ରାୟ ୧୨ଟା ସମୟ । ଗାଁର ପରିବେଶ ବେଶ୍ ଶାନ୍ତ ଥିଲା। କିନ୍ତୁ ସେହି ଶାନ୍ତ ପରିବେଶକୁ ନିମିଷକେ ଚୋରମାର୍ କରିଦେଲା ଏକ ଶବ୍ଦ। ମନୋରଞ୍ଜନ ସ୍ୱାଇଁଙ୍କ ଘରେ ହଠାତ୍ ଘଟିଗଲା ଏକ ବାଣ ବିସ୍ଫୋରଣ । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଓ ପ୍ରଚଣ୍ଡ ଥିଲା ଯେ, ନିମିଷକ ମଧ୍ୟରେ କାନ୍ଥ ଓ ଛାତ ଫାଟି ଚୂରମାର୍ ହୋଇଗଲା । ଧୂଆଁ ଭିତରେ ହଜିଗଲା ଗୋଟିଏ ସୁନ୍ଦର ପରିବାରର ହସଖୁସି । ଏହି ଦୁର୍ଘଟଣାରେ ମନୋରଞ୍ଜନ ସ୍ୱାଇଁ ଓ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁଙ୍କ ଜୀବନ ଦୀପକୁ ଲିଭିଗଲା । ଘଟଣାସ୍ଥଳରେ ହିଁ ମନୋରଞ୍ଜନଙ୍କର ମୃତ୍ୟୁ ହୋଇଥିଲା ।

ପଢନ୍ତୁ ଏହି ଖବର: ବାହାରେ ଛୁଆ ଖେଳୁଥିଲେ ସାବଧାନ ! ୨ବର୍ଷର ଶିଶୁ ଗାଏବ, କାଖେଇ ନେଇଗଲେ ମହିଳା

  • SCBରେ ପୁଅ ବି ଆଖି ବୁଜିଲା
ସେପଟେ ପୁଅ ସୌମ୍ୟ ଚିକିତ୍ସା ପାଇଁ କଟକ SCB ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲା । ବିସ୍ଫୋରଣର ତାଣ୍ଡବ ସେତିକିରେ ଅଟକି ନଥିଲା । ସେହି ଘରେ ଭଡ଼ାରେ ରହୁଥିବା ଜଣେ ଶିକ୍ଷକଙ୍କ ସମେତ ଅନ୍ୟ ୭ ଜଣ ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଛନ୍ତି । ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣର ପ୍ରକୃତ କାରଣ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଗୋଟିଏ ମୁହୂର୍ତ୍ତର ଅସାବଧାନତା କିମ୍ବା ଦୁର୍ଭାଗ୍ୟ କିପରି ସମ୍ପୂର୍ଣ୍ଣ ସଂସାରକୁ ଉଜାଡ଼ି ଦିଏ, ଏହି ଘଟଣା ତାର ପ୍ରତ୍ୟକ୍ଷ ପ୍ରମାଣ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: