Electric Shock / ବିଲରେ ହଳ କଲା ବେଳେ ଅଘଟଣ; ବିଦ୍ୟୁତ୍ ଆଘାତରେ ୨ ଯୁବକ ମୃତ
·1 hour ago·2 min read

Key Points
ବିଲରେ ହଳ କରୁଥିବାବେଳେ ବଡ଼ ଅଘଟଣ
ବିଦ୍ୟୁତ୍ ଆଘାତରେ ୨ ଯୁବକ ମୃତ
ସଦର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର
ବିଦ୍ୟୁତ୍ ଆଘାତରେ ୨ ଯୁବକ ମୃତ
ସଦର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର
ଜଗତସିଂହପୁର: ବିଦ୍ୟୁତ୍ ଆଘାତରେ ୨ ଯୁବକ ମୃତ । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବେନୁଖଣ୍ଡାରେ ଅଘଟଣ । ବିଲରେ ହଳ କରୁଥିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ମୃତ୍ୟୁ ଘଟିଥିବା ସୂଚନା । ମୃତ ଯୁବକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ସଦର ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ପଢନ୍ତୁ ଏହି ଖବର: ବଜ୍ରପାତ ନେଇଗଲା ୩ ଚାଷୀଙ୍କ ଜୀବନ, କ୍ଷେତରେ ଟଳିପଡ଼ିଲେ
ଅନ୍ୟପଟେ ମୃତ ସାଗର ଭୋଇଙ୍କ ବଡ଼ ଭାଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ମାଟି ତଳେ ଇଲେକଟ୍ରିକ୍ ଲାଇନ୍ ଯାଇଥିବାରୁ ଏହି ବିଦ୍ୟୁତ ଝଟକା ଲାଗିଥିବା ସେ ଅଭିଯୋଗ କରିଛନ୍ତି । ସେମାନେ ଚାଷବାସ କରି ଘର ଚଳାନ୍ତି । ଏବେ ସାନ ଭାଇର ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ତଳେ ଯାଜପୁରର ବଡ଼ଚଣା ଓ କେନ୍ଦୁଝରର ଆନନ୍ଦପୁରରେ ବଜ୍ରପାତରେ ୩ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା । ବଡ଼ଚଣାର ଚଣ୍ଡିତଳ ଦଳିତ ସାହିର ବଜ୍ରାଘାତରେ ଜଣେ ଓ ବନ୍ଦାଳ ପଞ୍ଚାୟତ ଓଲର ଆଦିବାସୀ ସାହିରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଆନନ୍ଦପୁର ଘସିପୁରା ଥାନା ଅନ୍ତର୍ଗତ କଇନିପୁରା ଗାଁର ଚୈତନ୍ୟ ସାହୁ ନାମକ ଚାଷୀ ତଳି ରୋଇବାକୁ ଗାଁ ନିକଟସ୍ଥ ଚାଷ ଜମିକୁ ଯାଇଥିବାବେଳେ ବଜ୍ରପାତରେ ଆଖି ବୁଜିଥିଲେ । ଏହି ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଖୁର୍ଡିଆବାହାଲ ଗାଁର ଚାଷୀ ଗଙ୍ଗା ବାଗ ମଧ୍ୟ ବଜ୍ରାଘାତରେ ମୃତ୍ୟୁବରଣ କରିଥିଲେ ।
- କଣ ପୂରା ଘଟଣା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories