Swing Turns Fatal / ଦୋଳିରେ ଏକା ଝୁଲୁଥିଲା ନାବାଳକ; ହଠାତ୍ ଛନ୍ଦି ହୋଇଗଲା ବେକ
·2 hours ago·2 min read

Key Points
ନାବାଳକ ଏକାକୀ ଦୋଳି ଖେଳିବା ବେଳେ ଅଘଟଣ ଘଟିଛି । ଝୁଲା ଦୋଳି ସାଜିଛି ମୃତ୍ୟୁର ଫାଶ । ଦୋଳି ଶାଢ଼ି ଛନ୍ଦି ହୋଇ ଚାଲିଗଲା ନାବାଳକର ଜୀବନ ।
ଉଦଳା (ମୟୂରଭଞ୍ଜ): ଘର ପଛ ପଟେ ଗଛ । ଆତ ଗଛରେ ବନ୍ଧା ହୋଇଥିଲା ଦୋଳି । ଆଉ ସେହି ଦୋଳିରେ ସାଙ୍ଗ ହୋଇ ଖେଳନ୍ତି ଭାଇ ଭଉଣୀ । ସବୁଦିନ ଭଳି ପିଲାଏ ଗଛରେ ବନ୍ଧା ଯାଇଥିବା ଲୁଗା ଦୋଳିରେ ଝୁଲନ୍ତି, ଖେଳନ୍ତି । ହେଲେ ରବିବାର ଦୋଳି ଖେଳିବା ବେଳେ ଘଟିଗଲା ବଡ଼ ଅଘଟଣ ।
ନାବାଳକ ଏକାକୀ ଦୋଳି ଖେଳିବା ବେଳେ ଅଘଟଣ ଘଟିଛି । ଝୁଲା ଦୋଳି ସାଜିଛି ମୃତ୍ୟୁର ଫାଶ । ଦୋଳି ଶାଢ଼ି ଛନ୍ଦି ହୋଇ ଚାଲିଗଲା ନାବାଳକର ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଜଗନ୍ନାଥୀ ଗାଁରେ ।
ଏଥିସହ ପଢ଼ନ୍ତୁ: ଫାଷ୍ଟଫୁଡ୍ ଉପରେ ପ୍ରଶାସନ ଲଗାଇଲା ଅଙ୍କୁଶ; ଜଣଙ୍କ ମୃତ୍ୟୁ, ଶତାଧିକ ଅସୁସ୍ଥ ପରେ ଥାନାରେ ଦହିବରା ବ୍ୟବସାୟୀ ଅଟକ
ସୂଚନା ଅନୁସାରେ, ଗାଁର ଦୁର୍ଗା ମୁର୍ମୁଙ୍କ ଘର ପଛ ପଟ ଆତ ଗଛରେ ଲୁଗା ଦୋଳି ବନ୍ଧା ଯାଇଛି । ସେହି ଦୋଳିରେ ରବିବାର ଦୁର୍ଗାଙ୍କ ସାନ ପୁଅ ସତ୍ୟ ମୁର୍ମୁ ଝୁଲୁଥିଲା । ପୁଅ ଦୋଳିରେ ଝୁଲୁଥିବା ବେଳେ ପରିବାର ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ।
କିନ୍ତୁ ଅଚାନକ କିଛି ସମୟ ପରେ ସେହି ଝୁଲୁଥିବା ଲୁଗା ଦୋଳିଟି ହଠାତ୍ ନାବାଳକର ବେକରେ ଛନ୍ଦି ହୋଇ ଯାଇଥିଲା । ଯାହା ଫଳରେ ନାବାଳକ ଜଣକ ଝୁଲି ଯାଇଥିଲେ । କିଛି ସମୟ ପରେ ପରିବାରର ସଦସ୍ୟ ଜଣେ ବାଡ଼ି ଆଡ଼କୁ ଯିବା ସମୟରେ ଝୁଲନ୍ତା ଅବସ୍ଥାରେ ନାବାଳକକୁ ଦେଖିଥିଲେ ।
ଏଥିସହ ପଢ଼ନ୍ତୁ: ବିଜ୍ଞାନ ଜଗତକୁ ଓଡ଼ିଶାର ଭେଟି; ୧୨୫ ବର୍ଷ ପରେ ଠାବ ହେଲା ବିଶ୍ୱର ବିରଳ ପ୍ରଜାତିର ବୁଢ଼ିଆଣୀ
ସଙ୍ଗେ ସଙ୍ଗେ ବଡ଼ ପାଟିରେ ପରିବାର ଲୋକଙ୍କୁ ଡାକ ପକାଇଥିଲେ । ନାବାଳକ ଜଣଙ୍କୁ ତୁରନ୍ତ ଉଦ୍ଧାର କରି ପରିବାର ଲୋକେ ଉଦଳା ମେଡିକାଲ ନେଇ ଯାଇଥିଲେ । ହେଲେ ଡାକ୍ତର ସତ୍ୟକୁ ମୃତ ଘୋଷଣା କରିଛନ୍ତି । ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ତେବେ ମୟୂରଭଞ୍ଜର ଏ ଅଘଟଣ, ଅନ୍ୟ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆପଣଙ୍କ ଛୁଆ ଯଦି ଦୋଳି ଖେଳୁଛି, ତାହେଲେ ତାକୁ ଏକାକୀ ଖେଳିବାକୁ ଛାଡ଼ି ଦିଅନ୍ତୁ ନାହିଁ । ଆପଣ ସେଠି ଉପସ୍ଥିତ ରହି, ଛୁଆ ଉପରେ ନଜର ରଖନ୍ତୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories