Bridge Collapse / ମରାମତି ବେଳେ ଭୁଶୁଡ଼ିଲା ୨୪ ବର୍ଷର ପୁରୁଣା ବ୍ରିଜ୍; ୫ରୁ ୭ ଶ୍ରମିକ ଫସିଥିବା ଆଶଙ୍କା
·2 hours ago·2 min read

Key Points
ମରାମତି ବେଳେ ଶ୍ରମିକଙ୍କ ଉପରେ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ଜମ୍ମୁର ବନ୍ତାଲାବ ଅଞ୍ଚଳରେ ଏକ ଓଭର୍ ବ୍ରିଜ୍ ଭୁଶୁଡ଼ିଛି । ବ୍ରିଜ୍ର ଭଗ୍ନାଂଶ ତଳେ ୫ରୁ ୭ ଜଣ ଶ୍ରମିକ ଚାପି ହୋଇଥିବା ଆଶଙ୍କା କରାଯାଉଛି ।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଅଘଟଣ । ମରାମତି ବେଳେ ଶ୍ରମିକଙ୍କ ଉପରେ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ଶୁକ୍ରବାର ଜମ୍ମୁର ବନ୍ତାଲାବ ଅଞ୍ଚଳରେ ଏକ ଓଭର୍ ବ୍ରିଜ୍ ଭୁଶୁଡ଼ିଛି । ବ୍ରିଜ୍ର ଭଗ୍ନାଂଶ ତଳେ ୫ରୁ ୭ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ବ୍ରିଜ୍ ଭୁଶୁଡ଼ିବା ପରେ ଉଦ୍ଧାରକାରୀ ଦଳ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଛନ୍ତି । ଏଥିରେ ସ୍ଥାନୀୟ ପ୍ରଶାସନ, ପୋଲିସ ସହ ସେନା ନିୟୋଜିତ ହୋଇଛି । ଭଗ୍ନାବଶେଷ ତଳେ ଶ୍ରମିକ ଚାପି ହୋଇ ରହିଛନ୍ତି । ପ୍ରଶାସନ ଏବେ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ଵ ଦେଉଛି ।
ଏଥିସହ ପଢ଼ନ୍ତୁ: ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଏବେ ସବୁ ହେବ ଅଟୋମେଟିକ୍...ଗାଡ଼ି ନ ଅଟକି କଟିବ ଟୋଲ୍
ମିଳିଥିବା ସୂଚନା ଅନୁସାରେ, ବ୍ରିଜ୍ଟି ୨୦୦୨ ମସିହାରେ ତିଆରି ହୋଇଥିଲା । ଏବେ ଚାଲିଥିଲା ବ୍ରିଜ୍ର ମରାମତି କାର୍ଯ୍ୟ । ଏକାଧିକ ଶ୍ରମିକ ବ୍ରିଜ୍ର ତଳ ପାର୍ଶ୍ଵରେ ରହି ମରାମତି ଜାରି ରଖିଥିବା ବେଳ ଗୋଟିଏ ପାର୍ଶ୍ଵ ହଠାତ୍ ଶ୍ରମିକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା ।
ସ୍ଥାନୀୟ ଲୋକଙ୍କ ଠାରୁ ବ୍ରିଜ୍ ଭୁଶୁ଼ଡ଼ିବା ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଭଗ୍ନାବଶେଷ ତଳୁ ୨ ଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଆହୁରି ୫ରୁ ୭ ଜଣ ଶ୍ରମିକ ଏବେ ବି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବିଜେପି ବିଧାୟକ ଶାମ ଲାଲ୍ ଶର୍ମ କହିଛନ୍ତି, "ଏହା ଏକ ପୁରୁଣା ବ୍ରିଜ୍ ଥିଲା, ମରାମତି ପାଇଁ ଟେଣ୍ଡର କରାଯାଇଥିଲା । ବ୍ରିଜ୍ର ମୂଳଦୁଆକୁ ସୁଦୃଢ଼ କରିବା ଲାଗି କାର୍ଯ୍ୟ ଚାଲିଥିଲା । ତେବେ ଗାଡ଼ି ଯିବା ବେଳେ କମ୍ପନ ଯୋଗୁଁ ବ୍ରିଜ୍ ଭୁଶୁଡ଼ି ଥାଇପାରେ ।"
ଏଥିସହ ପଢ଼ନ୍ତୁ: ମହାକାଳ ମନ୍ଦିର ପରିସରରେ ସୁଡ଼ଙ୍ଗ ଖୋଳିବା ବେଳେ ମିଳିଲା ଦୁର୍ଲଭ ଶିବଲିଙ୍ଗ; ମାଟି ତଳେ ଅଛି କି ମନ୍ଦିର ?
କେମିତି ଚାଲିଛି ରେସ୍କ୍ୟୁ ?
ତେବେ ଖବର ଲେଖାଯିବା ସୁଦ୍ଧା ମୃତାହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ବ୍ରିଜ୍ କାର୍ଯ୍ୟରେ ପାଖାପାଖି ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ ବୋଲି ସୂଚନା ମିଳିଛି ।

- ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ, ପୋଲିସ ଓ ଭାରତୀୟ ସେନା ନିୟୋଜିତ ଅଛି ।
- ରେସ୍କ୍ୟୁରେ ଏକାଧିକ ଜେସିବି ସହ ବଡ଼ ବଡ଼ କଟର ମେସିନ୍ ଲଗା ଯାଇଛି ।
- ବ୍ରିଜ୍ର ଭଗ୍ନାବଶେଷର କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ କେତେ ଶ୍ରମିକ ଫସି ରହିଛନ୍ତି ତାହା ଚିହ୍ନଟ କରାଯାଇ ଉଦ୍ଧାରକୁ ଗୁରୁତ୍ଵ ଦିଆଯାଉଛି ।
ତେବେ ଖବର ଲେଖାଯିବା ସୁଦ୍ଧା ମୃତାହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ବ୍ରିଜ୍ କାର୍ଯ୍ୟରେ ପାଖାପାଖି ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ ବୋଲି ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories