Ujjain Miracle / ମହାକାଳ ମନ୍ଦିର ପରିସରରେ ସୁଡ଼ଙ୍ଗ ଖୋଳିବା ବେଳେ ମିଳିଲା ଦୁର୍ଲଭ ଶିବଲିଙ୍ଗ; ମାଟି ତଳେ ଅଛି କି ମନ୍ଦିର ?
·1 hour ago·2 min read

Key Points
ମହାକାଳ ମନ୍ଦିର ତଳେ ପୋତି ହୋଇ ଯାଇଛି କି ଆଉ ଏକ ପ୍ରାଚୀନ ମନ୍ଦିର ? ସୁଡ଼ଙ୍ଗ ଖନନ ବେଳେ ହଜାରେ ବର୍ଷ ପୁରୁଣା ଶିବଲିଙ୍ଗ ମିଳିବା ପରେ ବଢ଼ିଲା ଚର୍ଚ୍ଚା...
ଭୋପାଳ: ଉଜ୍ଜୈନରେ ଚମତ୍କାର । ସୁଡ଼ଙ୍ଗ ଖୋଳିବା ବେଳେ ମିଳିଲା ଶିବଲିଙ୍ଗ । ତାହା ବି ହଜାରେ ବର୍ଷରୁ ଅଧିକ ପୁରୁଣା । ମଧ୍ୟପ୍ରଦେଶ ଉଜ୍ଜୈନର ବିଶ୍ଵପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିର ପରିସରରୁ ଶୁକ୍ରବାର ଦୁର୍ଲଭ ଶିବଲିଙ୍ଗ ମିଳିଛି ।
ସୂଚନା ଅନୁସାରେ, ଉଜ୍ଜୈନ ମହାକାଳେଶ୍ଵର ମନ୍ଦିର ପରିସରରେ ବିକାଶମୂଳକ କାର୍ଯ୍ୟ ଚାଲିଛି । ପୋକଲେନ୍ ମେସିନ୍ ଜରିଆରେ ସୁଡ଼ଙ୍ଗ ଖୋଳା ଚାଲିଥିଲା । ଭୋର୍ ପ୍ରାୟ ୪ଟା ସମୟରେ ଏକ ପ୍ରାଚୀନ ଶିବଲିଙ୍ଗ ମିଳିଛି । ଯାହା ପରେ ସୁଡ଼ଙ୍ଗ ଖୋଳିବା କାର୍ଯ୍ୟ ସ୍ଥଗିତ ରଖା ଯାଇଛି ।
ଏଥିସହ ପଢ଼ନ୍ତୁ: ଏଠାରେ ଶିବଲିଙ୍ଗର ରଙ୍ଗ ବଦଳେ
ସୂଚନା ଅନୁସାରେ, ମହାକାଳ ମନ୍ଦିରର ୪ ନମ୍ବର ଗେଟ୍ ନିକଟରେ ଅଣ୍ଡରପାସ୍ କରିବା ଲାଗି ମାସେ ହେଲା ଜାରି ରହିଛି ଖୋଳା କାର୍ଯ୍ୟ । ଆଉ ଶୁକ୍ରବାର ଭୋର୍ ସମୟରେ ଖୋଳା ଜାରି ରହିଥିବା ବେଳେ ମାଟିର ୮ ଫୁଟ୍ ତଳୁ ଶିବଲିଙ୍ଗ ସହ ଶିବ ପରିବାର ଆକୃତିର ୨ଟି ପଥର ମିଳିଛି ।
ଖୋଳା କାର୍ଯ୍ୟରେ ନିୟୋଜିତ ଇଞ୍ଜିନିୟର୍ ସତୀଶ ରାଜପୁତ ଏନେଇ ମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି । ସୂଚନା ମିଳିବା ମାତ୍ରେ ଅଧିକାରୀ ଓ ପୂଜାରୀ ପହଞ୍ଚିଥିଲେ । ଶିବଲିଙ୍ଗର ପୂଜା କରିବା ସହ ଖୋଳା କାର୍ଯ୍ୟ ବନ୍ଦ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଦୂନିଆର ରହସ୍ୟମୟ ଶିବମନ୍ଦିର ; ୧୨ ବର୍ଷରେ ଥରେ ବିଜୁଳି ପଡି ଭାଙ୍ଗିଯାଏ ଶିବଲିଙ୍ଗ, ଜାଣନ୍ତୁ ପୁରା କାହାଣୀ..
ମାଟି ତଳେ ମନ୍ଦିର ଥିବା ସମ୍ଭାବନା
ଏବେ ପ୍ରତ୍ନତତ୍ତ୍ଵ ବିଭାଗ ଏହି ଶିବଲିଙ୍ଗର ଐତିହାସିକତା ଓ ପ୍ରାଚୀନତା ପରଖିବ । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଶାସନ । ଖୋଳା କାର୍ଯ୍ୟରେ ନିୟୋଜିତ ଇଞ୍ଜିନିୟର୍ ସତୀଶ ରାଜପୁତ କହିଛନ୍ତି, "ମେସିନ୍ ଖୋଳିବା ବେଳେ ପଥର ସହ ମାଡ଼ ହୋଇଥିଲା । ଧ୍ୟାନ ଦେଇ ଦେଖିବାରୁ ଶିବଲିଙ୍ଗ ପାଇଲୁ । ଏହା ସହ ୨ଟି ପଥର ମଧ୍ୟ ମିଳିଛି ।" ମାଟି ତଳେ ମନ୍ଦିର ଥିବା ସମ୍ଭାବନା କରାଯାଉଛି ।
ଶିବଲିଙ୍ଗ ବାହାରିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଏହାକୁ ଆସ୍ଥା ସହ ଯୋଡ଼ି ଦେଖୁଛନ୍ତି । ସେହିଭଳି ପ୍ରତ୍ନତାତ୍ତ୍ଵିକ ଦୃଷ୍ଟିକୋଣରୁ ଏହାକୁ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି ।

#WATCH | Ujjain, Madhya Pradesh: During the ongoing construction for Simhastha 2028, a large Shivalinga was discovered while excavating near the Mahakaleshwar Temple complex in Ujjain
— ANI (@ANI) May 1, 2026
The discovery was made while heavy machinery was clearing land for the temple's expansion… pic.twitter.com/1avcIJGPnD
ଖୋଳା କାର୍ଯ୍ୟରେ ନିୟୋଜିତ ଇଞ୍ଜିନିୟର୍ ସତୀଶ ରାଜପୁତ ଏନେଇ ମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି । ସୂଚନା ମିଳିବା ମାତ୍ରେ ଅଧିକାରୀ ଓ ପୂଜାରୀ ପହଞ୍ଚିଥିଲେ । ଶିବଲିଙ୍ଗର ପୂଜା କରିବା ସହ ଖୋଳା କାର୍ଯ୍ୟ ବନ୍ଦ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଦୂନିଆର ରହସ୍ୟମୟ ଶିବମନ୍ଦିର ; ୧୨ ବର୍ଷରେ ଥରେ ବିଜୁଳି ପଡି ଭାଙ୍ଗିଯାଏ ଶିବଲିଙ୍ଗ, ଜାଣନ୍ତୁ ପୁରା କାହାଣୀ..
ମାଟି ତଳେ ମନ୍ଦିର ଥିବା ସମ୍ଭାବନା
ଏବେ ପ୍ରତ୍ନତତ୍ତ୍ଵ ବିଭାଗ ଏହି ଶିବଲିଙ୍ଗର ଐତିହାସିକତା ଓ ପ୍ରାଚୀନତା ପରଖିବ । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଶାସନ । ଖୋଳା କାର୍ଯ୍ୟରେ ନିୟୋଜିତ ଇଞ୍ଜିନିୟର୍ ସତୀଶ ରାଜପୁତ କହିଛନ୍ତି, "ମେସିନ୍ ଖୋଳିବା ବେଳେ ପଥର ସହ ମାଡ଼ ହୋଇଥିଲା । ଧ୍ୟାନ ଦେଇ ଦେଖିବାରୁ ଶିବଲିଙ୍ଗ ପାଇଲୁ । ଏହା ସହ ୨ଟି ପଥର ମଧ୍ୟ ମିଳିଛି ।" ମାଟି ତଳେ ମନ୍ଦିର ଥିବା ସମ୍ଭାବନା କରାଯାଉଛି ।
Ujjain, Madhya Pradesh: During excavation work near Mahakaleshwar Temple in Ujjain, an ancient Shivling emerged from the ground, drawing devotees and chants of “Har Har Mahadev.” Authorities halted construction and informed the archaeological department after the discovery pic.twitter.com/dd3RYtTQFm
— IANS (@ians_india) May 1, 2026
ଶିବଲିଙ୍ଗ ବାହାରିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଏହାକୁ ଆସ୍ଥା ସହ ଯୋଡ଼ି ଦେଖୁଛନ୍ତି । ସେହିଭଳି ପ୍ରତ୍ନତାତ୍ତ୍ଵିକ ଦୃଷ୍ଟିକୋଣରୁ ଏହାକୁ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories